ଓଡ଼ିଶାରେ ସ୍ପୋର୍ଟସ୍ ଷ୍ଟାର୍ସ ସନ୍ଧାନ
News18 Odia Digital
ଭୁବନେଶ୍ବର: ରାଜ୍ୟର ଭବିଷ୍ୟତର କ୍ରୀଡ଼ା ତାରକାମାନଙ୍କର ବିକାଶରେ ସାହାଯ୍ୟ କରିବା ପାଇଁ ଓଡ଼ିଶା ସରକାର ଏକ ସ୍ପୋର୍ଟସ୍ ଟ୍ୟାଲେଣ୍ଟ୍ ସନ୍ଧାନ ଆରମ୍ଭ କରିବାକୁ ଯାଉଛନ୍ତି। ଓଡ଼ିଶାର କ୍ରୀଡ଼ା ଓ ଯୁବ ସେବା ବିଭାଗ ୮ ରୁ ୧୮ ବର୍ଷ ବୟସର ଛାତ୍ରମାନଙ୍କ ଠାରୁ ପଞ୍ଜୀକରଣକୁ ନିମନ୍ତ୍ରଣ କରୁଛି।
ବିଭାଗ କୋଚ୍ କିମ୍ବା ଶାରୀରିକ ଶିକ୍ଷା ଶିକ୍ଷକ (ପେଟିଏସ୍) କୁ ପଞ୍ଜୀକରଣ କରିବାକୁ ଆମନ୍ତ୍ରଣ କରିଛି ଯାହା ଦ୍ବାରା ସେମାନେ କ୍ରୀଡ଼ା ପ୍ରତିଭା ଚିହ୍ନଟ ତଥା ପରାମର୍ଶ ଦେବାରେ ରାଜ୍ୟ ସରକାରଙ୍କୁ ସହାୟତା କରିପାରିବେ।
ମନୋନୀତ ପ୍ରାର୍ଥୀମାନେ ରାଜ୍ୟର ବିଭିନ୍ନ କ୍ରୀଡ଼ା ହଷ୍ଟେଲରେ କିମ୍ବା କ୍ରୀଡ଼ା ବିଭାଗ ଦ୍ୱାରା ପ୍ରଦାନ କରାଯାଇଥିବା କୋଚିଂ କାର୍ଯ୍ୟକ୍ରମରେ ନାମ ଲେଖାଇବେ ବୋଲି ଅଧିକାରୀମାନେ କହିଛନ୍ତି। ଏହି ପ୍ରକ୍ରିୟାର ଏକ ଅଂଶ ଭାବରେ ବିଭାଗ କୋଚ ଓ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ପଞ୍ଜୀକରଣ ପାଇଁ ମଧ୍ୟ ଚେଷ୍ଟା କରିଛି।
ପଞ୍ଜୀକରଣ ପାଇଁ, ଛାତ୍ରମାନଙ୍କୁ www.department.sportsodisha.gov.in ୱେବସାଇଟ୍ ପରିଦର୍ଶନ କରିବାକୁ ପଡ଼ିବ । ପଞ୍ଜୀକରଣର ଶେଷ ତାରିଖ ହେଉଛି ୨୦୨୧ ଜାନୁୟାରୀ ୧୫ ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।