୪ ଘଣ୍ଟାର ପ୍ରୟାସ ପରେ ୨ ମାସ ଶିଶୁର ପିଠିରୁ ମାଂସଯୁକ୍ତ ଲାଙ୍ଗୁଡ଼ ଅଲଗା କଲେ ଡାକ୍ତର

ଭୁବନେଶ୍ୱରର ଘରୋଇ ସମ୍ ହସ୍ପିଟାଲରେ ହୋଇଛି ଏଭଳି ବିରଳ ଅସ୍ତ୍ରୋପଚାର, ଯାହା ବିଶ୍ବରେ ପ୍ରଥମ ବୋଲି ଡାକ୍ତରୀ ଟିମ ମତ ରଖିଛନ୍ତି।

ଭୁବନେଶ୍ୱରର ଘରୋଇ ସମ୍ ହସ୍ପିଟାଲରେ ହୋଇଛି ଏଭଳି ବିରଳ ଅସ୍ତ୍ରୋପଚାର, ଯାହା ବିଶ୍ବରେ ପ୍ରଥମ ବୋଲି ଡାକ୍ତରୀ ଟିମ ମତ ରଖିଛନ୍ତି।

ଭୁବନେଶ୍ୱରର ଘରୋଇ ସମ୍ ହସ୍ପିଟାଲରେ ହୋଇଛି ଏଭଳି ବିରଳ ଅସ୍ତ୍ରୋପଚାର, ଯାହା ବିଶ୍ବରେ ପ୍ରଥମ ବୋଲି ଡାକ୍ତରୀ ଟିମ ମତ ରଖିଛନ୍ତି।

  • Share this:
News18 Odia Digital

ଭୁବନେଶ୍ବର: ସାରା ବିଶ୍ୱରେ ପ୍ରଥମ ଥର ଦେଖିବାକୁ ମିଳିଛି ବିରଳ ଘଟଣା। ଦୁଇ ମାସ ଶିଶୁର ପିଠିରୁ ଅଲଗା ହେଲା ହାଡ଼ ଓ ମାଂସ ଯୁକ୍ତ ଲାଙ୍ଗୁଡ। ପ୍ରାୟ ୪ ଘଣ୍ଟାର ଅସ୍ତ୍ରୋପଚାର ପରେ ଏବେ ଶିଶୁଟି ସୁସ୍ଥ ହୋଇ ଘରକୁ ଫେରିଛି। BSKY ଯୋଜନାରେ ମିଳିଲା ମାଗଣା ସ୍ବାସ୍ଥ୍ୟସେବା । ଭୁବନେଶ୍ୱରର ଘରୋଇ ସମ୍ ହସ୍ପିଟାଲରେ ହୋଇଛି ଏଭଳି ବିରଳ ଅସ୍ତ୍ରୋପଚାର, ଯାହା ବିଶ୍ବରେ ପ୍ରଥମ ବୋଲି ଡାକ୍ତରୀ ଟିମର ମତ ରଖିଛନ୍ତି।

ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ‘‘ଦୁଇ ମାସର ଶିଶୁର ପିଠିରୁ ଅଲଗା କରାଯାଇଛି ଏକ ଲାଙ୍ଗୁଡ ସଦୃଶ ଅଂଶ। ଜନ୍ମ ପରେ ଲାଙ୍ଗୁଡ଼ଟି ଶିଶୁର ମେରୁଦଣ୍ଡର ମଝିରୁ ବାହାରି ଥିବା ଦେଖିବାକୁ ମିଳିଥିଲା। ଏଥିରେ ହାଡ଼ ସହିତ ମାଂସ ବି ଥିଲା ଯାହାର ଲମ୍ବା ଥିଲା ୩ ସେଣ୍ଟି ମିଟରରୁ ଅଧିକ। ଏହି କାରଣରୁ ଚିତ୍ ହୋଇ ଶୋଇଲା ବେଳେ ଶିଶୁଟି ଯନ୍ତ୍ରଣାରେ କାନ୍ଦୁଥିଲା । ଡାକ୍ତରୀ ଭାଷାରେ ଏହା ବିଶ୍ୱରେ ପ୍ରଥମ ବିରଳ ଅସ୍ତ୍ରୋପଚାର ବୋଲି କୁହାଯାଇଛି। ଲାଗ ଲାଗ ୩ଟି ଅସ୍ତ୍ରୋପଚାର ପରେ ବାହାରିଲା ଏହି ୩ ସେଣ୍ଟିମିଟର ହାଡ଼ ଓ ମାଂସଯୁକ୍ତ ଲାଙ୍ଗୁଡ଼। ଏଥିରେ ଲାଗିଥିଲେ ୪ ଜଣିଆ ଡାକ୍ତରୀ ଟିମ।’’

ପ୍ରକାଶ ଥାଉତକି ଗତ ବର୍ଷ ନଭେମ୍ବର ୯ ତାରିଖରେ କାକଟପୁର ନିକଟ ଚାରିଛକରେ ଏକ ହସ୍ପିଟାଲରେ ଜନ୍ମ ହୋଇଥିଲା ଏହି ଶିଶୁ। ଯେଉଁଥି ପାଇଁ ଘରେ ଖୁସିର ଲହରୀ ଖେଳିଯାଇଥିଲା । ହେଲେ ଶିଶୁର ପିଠିରେ ଏକ ହାଡ଼ ଯୁକ୍ତ ଲାଙ୍ଗୁଡ ଲାଗି ରହିଥିବା ଜାଣିବାରୁ ଦୁଃଖୀ ହୋଇଥିଲେ ପରିବାର। ତେବେ ତୁରନ୍ତ ସମ ହସ୍ପିଟାଲରେ ପହଞ୍ଚିଥିଲେ ବାପା ମା'। ଘଟଣାର ଗୁରୁତ୍ୱକୁ ଅନୁଭବ କରି ନଭେମ୍ବର ୨୫ରେ ହସ୍ପିଟାଲ ଡିନ୍ ପ୍ରଫେସର ଅଶୋକ ମହାପାତ୍ର ଓ ସ୍ନାୟୁଶଲ୍ୟ ବିଭାଗ ଡାକ୍ତର ରାମଚନ୍ଦ୍ର ଦେଓ ଓ ଟିମ ଏହି ବିରଳ ଅସ୍ତ୍ରୋପଚାର କରିଥିଲେ । ଏହା ବେଶ୍ ଚ୍ୟାଲେଞ୍ଜି ଥିବା ବେଳେ ପରିଶେଷରେ ଭଗବାନଙ୍କ ଆଶୀର୍ବାଦ କାମ କରିଥିବା କହିଛନ୍ତି ବିଶେଷଜ୍ଞ। କାରଣ ଏହା ଥିଲା ଏକ ବିରଳ ଘଟଣା। ଶିଶୁର ମେରୁଦଣ୍ଡ ମଝି ହାଡରୁ ଏହି ଲାଙ୍ଗୁଡ଼ ସୁରକ୍ଷିତ ବାହାର କରାଯାଇଥିଲା।

ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କହିଛନ୍ତି, ‘‘ସମଗ୍ର ବିଶ୍ୱରେ ମେରୁଦଣ୍ଡ ତଳକୁ ଲାଞ୍ଜ ବାହରିଥିବା ଏପର୍ଯ୍ୟନ୍ତ ୧୯୫ଟି ଘଟଣାର ଦେଖିବାକୁ ମିଳିସାରିଛି। କିନ୍ତୁ ଜନ୍ମରୁ ମେରୁଦଣ୍ଡ ମଝିରୁ ହାଡ଼ ବଢ଼ିବା ସାରା ବିଶ୍ୱରେ ପ୍ରଥମ ଘଟଣା। ଏହାକୁ ଅସ୍ତ୍ରୋପଚାର କରିବା ପାଇଁ ଆମକୁ ୪ ଘଣ୍ଟାରୁ ଅଧିକ ସମୟ ଲାଗିଗଲା। କାରଣ ଆବଶ୍ୟକତା ଅନୁସାରେ ଶଶୁର ଦେହରେ ଏକା ଥରକେ ୩ ଟି ଅସ୍ତ୍ରୋପଚାର କରିବା ଦରକାର ପଡ଼ିଥିଲା।’’ କେବଳ ଏହି ଘଟଣା ନୁହେଁ ବରଂ ଗତ ମାସରେ ୧୦୩ଟି ନ୍ୟୁରୋ ସର୍ଜରୀ କରି ସମ୍ ହସ୍ପିଟାଲ ରେକର୍ଡ ସୃଷ୍ଟି କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଉଛି।

ଶିଶୁର ବାପା ଶୁଶାନ୍ତ ପୃଷ୍ଟି କହିଛନ୍ତି ଯେ ଅସ୍ତ୍ରୋପଚାର ଠିକ୍ ହୋଇଥିବାରୁ ପିଲାର ସ୍ୱାସ୍ଥ୍ୟ ଭଲ ଅଛି । ଶିଶୁର ମାଆ କବିତା ପୃଷ୍ଟି କହିଛନ୍ତି, ‘‘ଏହି ଡାକ୍ତରୀ ଟିମ ମୋ ପାଇଁ ଭଗବାନ ସଦୃଶ। ସେମାନଙ୍କ ଯୋଗୁଁ ମୋ ପିଲାକୁ ମୁଁ ସୁସ୍ଥ ଫେରିପାଇଛି।’’

ଆଉ ଏଭଳି ପରିସ୍ଥିତିରେ ପିଲାଟିର ପରିବାରକୁ ସହାୟକ ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼। ମାଗଣାରେ ହୋଇଛି ଏହି ଅସ୍ତ୍ରୋପଚାର।
Published by:Lipina Das
First published:
)}