କେଉଁ କେଉଁ ନେତାଙ୍କୁ ଏଥର ରାଜ୍ୟ ସଭାକୁ ପଠେଇବେ ବିଜେଡି ସୁପ୍ରିମୋ? ସବୁଠି ଚ଼ାଲିଛି ଚ଼ର୍ଚ୍ଚା

ନିର୍ବାଚ଼ନରେ ପରାଜିତ ବହୁ ବିଜେଡି ନେତାଙ୍କୁ ଜିଲ୍ଲା ସଭାପତି ପଦରେ ଥଇଥାନ କରାଯାଇଥିବାରୁ ସେମାନଙ୍କୁ ନବୀନ ପଟ୍ଟନାୟକ ରାଜ୍ୟ ସଭାକୁ ପଠେଇବା ଆଶା କ୍ଷୀଣ ବୋଲି କୁହାଯାଉଛି । ରାଜ୍ୟ ସଭା କ୍ଷେତ୍ରରେ ବିଜେଡି ସବୁବେଳେ ସରପ୍ରାଇଜ୍ ଦେଉଥିବାରୁ ସମସ୍ତଙ୍କ ନଜର ନବୀନଙ୍କ ଉପରେ ଲାଖି ରହିଛି ।

କେଉଁ କେଉଁ ନେତାଙ୍କୁ ଏଥର ରାଜ୍ୟ ସଭାକୁ ପଠେଇବେ ବିଜେଡି ସୁପ୍ରିମୋ? ସବୁଠି ଚ଼ାଲିଛି ଚ଼ର୍ଚ୍ଚା
ନବୀନଙ୍କ ଉପରେ ଏବେ ସବୁ ଆଶାୟୀ ନେତାଙ୍କ ନଜର
  • News18 Odia
  • Last Updated: February 23, 2020, 6:21 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଶାସକ ଦଳ ବିଜେଡି ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରିବା ପରେ ରାଜ୍ୟ ସଭାକୁ କିଏ ଯିବେ ତାକୁ ନେଇ ଦଳର ବିଭିନ୍ନ କ୍ୟାମ୍ପରେ ଚ଼ର୍ଚ୍ଚା ଚ଼ାଲିଥିବା ବେଳେ ଆଶାୟୀ ଓ ଦାବିଦାରଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ଛକାପଞ୍ଜା । କେତେକ ନିଜ ପକ୍ଷରୁ ଜୋରଜାର୍‌ ଲବି  ଆରମ୍ଭ କରିଦେଇଥିବା ସୂଚ଼ନା ମିଳିଛି ।

ତେବେ ଏଥର ରାଜ୍ୟ ସଭାକୁ ଯିବା ପାଇଁ ଦକ୍ଷତା, ଆନୁଗତ୍ୟ ଓ ଅଭିଜ୍ଞତା ଏହି ତିନିଟି ଆଧାର ରହିବ ନା ଦଳର ମୁଖିଆ ନବୀନ ପଟ୍ଟନାୟକ ପୁଣି ଏକ ମାଷ୍ଟର ଷ୍ଟ୍ରୋକ୍ ଖେଳିବେ ତାକୁ ନେଇ ସବୁଠି ଚ଼ାଲିଛି ଗରମାଗରମ ଚ଼ର୍ଚ୍ଚା ।

ଆସନ୍ତା ଏପ୍ରିଲରେ ୪ଟି ରାଜ୍ୟ ସଭା ସିଟ ପାଇଁ ହେବ ନିର୍ବାଚ଼ନ ।ଏହାକୁ ନେଇ ଏବେ ଠୁ ପାୱାର କରିଡରରେ ଆରମ୍ଭ ହେଲାଣି ଜୋରଦାର ଲବି । ବିଜେଡି ଭିତରେ ଆଶାୟୀଙ୍କ ଭିଡ଼ ବି ଜମିଲାଣି ।ଏସବୁ ଭିତରେ ରାଜ୍ୟ ସଭା ଆସନଗୁଡ଼ିକ ଲାଗି କିଏ ହେବେ ମୁଖ୍ୟ ଦାବିଦାର ତାକୁ ନେଇ ବଢୁଛି ସସପେନ୍ସ  । ଅନେକ ପରାଜିତ ଏବଂ ହେଭିୱେଟ୍‌ ନେତା ଓ ପ୍ରଶାସକଙ୍କ ନାଁକୁ ନେଇ ବି ଆରମ୍ଭ ହୋଇଛି ଚର୍ଚ୍ଚା ।

ନିର୍ବାଚ଼ନରେ ପରାଜିତ ବହୁ ନେତାଙ୍କୁ ଜିଲ୍ଲା ସଭାପତି ପଦରେ ଥଇଥାନ କରାଯାଇଥିବାରୁ ସେମାନଙ୍କୁ ନବୀନ ପଟ୍ଟନାୟକ ରାଜ୍ୟ ସଭାକୁ ପଠେଇବା ଆଶା କ୍ଷୀଣ ବୋଲି କୁହାଯାଉଛି । ତେବେ ଚ଼ର୍ଚ୍ଚାରେ ରହୁଥିବା ନେତାଙ୍କ ମଧ୍ୟରେ ବିଧାନ ସଭା ନିର୍ବାଚ଼ନରେ ହାରିଥିବା ନେତା ସଞ୍ଜୟ ଦାସବର୍ମା ଲବିରେ ଆଗରେ ଅଛନ୍ତି । ସେ ଏଥି ପାଇଁ ପ୍ରତି ଦିନ ନବୀନ ନିବାସ ଧାଉଁଥିବା ଜଣେ ବିଜେଡି ନେତା କହିଛନ୍ତି । ସେମିତି ଅନ୍ୟ ଦାବିଦାରମାନଙ୍କ ମଧ୍ୟରେ ଅଛନ୍ତି କଳିକେଶ ନାରାୟଣ ସିଂଦେଓ, ଅରୁପ ପଟ୍ଟନାୟକ, ନଳିନୀ ପ୍ରଧାନ ଓ ପ୍ରସନ୍ନ ପାଟଶାଣୀ ପ୍ରମୁଖ । ତେବେ କୌଣସି ନିଷ୍ପତ୍ତି ହେବା ପୂର୍ବରୁ ବରିଷ୍ଠ ବିଜେଡି ନେତା ମହେଶ୍ବର ମହାନ୍ତି ରାଜ୍ୟ ସଭା ପଦ ଆଡ଼ୁ ମୁଁହ ମୋଡ଼ିଥିବା ଜଣାପଡ଼ିଛି ।

‘‘ମୋତେ ଦଳର ସଭାପତି ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସୁଚ଼ାରୁ ରୂପେ ତୁଲାଇବି । ରାଜ୍ୟ ସଭା ଦୌଡ଼ରେ ମୁଁ କେବେ ନ ଥିଲି କି ରାଜ୍ୟ ସଭା ପାଇଁ ମୋର ଆଶା ନାହିଁ,’’ କହିଛନ୍ତି ମହେଶ୍ବର ମହାନ୍ତି ।

ପ୍ରସନ୍ନ ପାଟଶାଣୀ କହିଛନ୍ତି: ‘‘ଦଳର ସଭାପତି ମୋତେ ରାଜ୍ୟସଭା ଯିବା ନେଇ ଗଣମାଧ୍ୟମରେ କହିସାରିଛନ୍ତି । ସଭାପତି ସବୁବେଳେ ନିଜ କଥା ରଖୁଥିବାରୁ ୨୦ ବର୍ଷ ଧରି ମୁଖ୍ୟ ମନ୍ତ୍ରୀ ହୋଇଆସିଛନ୍ତି । ତେବେ ସେ ମୋ’ ସୁପ୍ରିମୋ ହୋଇଥିବାରୁ ତାଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଦେବି ।’’

ରାଜନୈତିକ ସମୀକ୍ଷକଙ୍କ ମତରେ ରାଜ୍ୟ ସଭା କ୍ଷେତ୍ରରେ ବିଜେଡି ସବୁବେଳେ ସର୍‌ପ୍ରାଇଜ୍‌ ଦେଇଥାଏ । ଯଦି ବିଜେଡିର ଗତ ଦୁଇ ଥରର ରାଜ୍ୟ ସଭା ପ୍ରାର୍ଥୀଙ୍କ ଉପରେ ନଜର ପକାଯାଏ ତେବେ ସବୁ କଳ୍ପନା ଜଳ୍ପନା ଫେଲ୍‌ ମାରିଥିବା ଜଣାପଡ଼ିବ । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ ସମ୍ବାଦ ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ସକାଳେ ବିଜେଡିରେ ମିଶିବା ପରେ ସନ୍ଧ୍ୟାରେ ରାଜ୍ୟ ସଭା ପାଇଁ ତାଙ୍କ ନାଁ ଦଳ ସୁପ୍ରିମୋ ଘୋଷଣା କରିଥିଲେ । ଠିକ ସେହିଭଳି ବିଜେପି ପ୍ରାର୍ଥୀ ଅଶ୍ବୀନି ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବା ଥିଲା ଅନ୍ୟଏକ ସର୍ପ୍ରାଇଜ୍‌  ।

ପୂର୍ବରୁ ଅନୁଭବଙ୍କ ରାଜ୍ୟ ସଭା ଆସନ ଖାଲିଥିବା ବେଳେ ଏପ୍ରିଲରେ ସରୋଜୀନି ହେମ୍ବ୍ରମ, ରଞ୍ଜୀବ ବିଶ୍ବାଳ ଓ ନରେନ୍ଦ୍ର ସ୍ବାଇଁଙ୍କ ଆସନ ଖାଲି ହେଉଛି । ବିଧାନ ସଭାରେ ଥିବା ଦଳୀୟ ସଂଖ୍ୟ ଦୃଷ୍ଟିରୁ ଦେଖିଲେ ଏହି ଚ଼ାରିଟି ଯାକ ଆସନ ବିଜେଡି ଖାତାକୁ ଯାଇପାରେ । ହେଲେ ବିଜେଡିରୁ କିଏ ଯିବ ରାଜ୍ୟ ସଭା ତାକୁ ନେଇ ଆରମ୍ଭ ହୋଇଥିବା କଲ୍ପନା ଜଳ୍ପନା ନେତାଙ୍କ ଛାତିରେ ଛନକା ସୃଷ୍ଟି କରିଛି ।
First published: February 23, 2020, 6:21 PM IST
corona virus btn
corona virus btn
Loading