News 18 Odia Digital
ବ୍ରହ୍ମପୁର; ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବ୍ରହ୍ମପୁରରେ କର୍ପୋରେଟର ମାନଙ୍କ ନିମନ୍ତେ ଆୟୋଜିତ ହୋଇଛି ଏକ ସ୍ଵତନ୍ତ୍ର କର୍ମଶାଳା । ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକଙ୍କ ସମେତ ଗୃହ ଓ ନଗର ଉନ୍ନୟନ ବିଭାଗର ବହୁ ବରିଷ୍ଠ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । କର୍ପୋରେଟରମାନେ ନିଜ ଅଞ୍ଚଳରେ କିଭଳି ଭଲ କାମ କରିବେ ଓ ରାଜ୍ୟ ସରକାରଙ୍କ ଯୋଜନାକୁ କିଭଳି ଲୋକଙ୍କ ନିକଟରେ ପହଞ୍ଚାଇବେ ସେ ନେଇ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ସହରର ସମସ୍ତ କର୍ପୋରେଟର ମାନେ ଯୋଗ ଦେଇ ବିଭିନ୍ନ ଯୋଜନା ସମ୍ପର୍କରେ ନୂଆ ତଥ୍ୟ ସହ କିଭଳି ନିଜ ଅଞ୍ଚଳର ବିକାଶ କରିପାରିବେ ସେ ନେଇ ଅନେକ ନୂତନ କଥା ଜାଣିବାକୁ ପାଇଥିବା କହିଛନ୍ତି ।
ବ୍ରହ୍ମପୁର ମହାନଗର ନିଗମରେ ନୂତନ କାଉନସିଲ ଗଠନ ହୋଇଥିବା ବେଳେ କର୍ପୋରେଟର ମାନେ ମଧ୍ୟ ଅଧିକାଂଶ ନୂଆ ରହିଛନ୍ତି । ‘‘କାଉନସିଲ ଗଠନ ହେବା ପରେ ପ୍ରଥମ ଥର ପାଇଁ ଏଭଳି କର୍ପୋରେଟର ମାନଙ୍କ ନିମନ୍ତେ କର୍ମଶାଳା କରାଯାଇଛି । ଏହି କର୍ମଶାଳା ମାଧ୍ୟମରେ ସହରରେ କାର୍ଯ୍ୟକାରୀ ହେଉଥିବା ଜାଗା ମିଶନ, ଆହାର ଯୋଜନା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି ।
ବ୍ରହ୍ମପୁର ସହରରେ ରହିଛି ମୋଟ ୪୨ଟି ଓ୍ବାର୍ଡ଼ । ୪୨ଟି ଓ୍ବାର୍ଡ଼ ମଧ୍ୟରୁ ୨୧ଟି ଓ୍ବାର୍ଡ଼ରେ ରହିଛନ୍ତି ମହିଳା କର୍ପୋରେଟର । ଚଳିତ ବର୍ଷ ହାତଗଣତି ଭାବେ ୭ ଜଣଙ୍କୁ ଛାଡ଼ିଦେଲେ ନୂତନ ଭାବେ ସବୁ କର୍ପୋରେଟର ହୋଇଛନ୍ତି । ନିଜ ଅଞ୍ଚଳରେ ରାସ୍ତା, ନାଳ ନର୍ଦ୍ଦମା ଠାରୁ ଆରମ୍ଭ କରି ପୋଖରୀ ସମସ୍ୟା ଭଳି ଅନେକ ସମସ୍ୟା ରହିଛି । ଏହି ସମସ୍ୟାକୁ ନେଇ ପୂର୍ବରୁ ନିଗମ ନିକଟରେ ଦାବି ଉପସ୍ଥାପନା କରାଯିବା ସହିତ ଏହାର କିଭଳି ସମାଧାନ କରାଯିବ ସେ ନେଇ ମଧ୍ୟ ପ୍ରଚେଷ୍ଟା କରାଯାଉଛି ।
କର୍ପୋରେଟର ମାନଙ୍କ ନିମନ୍ତେ ଆଜିର ଏହି କର୍ମଶାଳା ବେଶ ଉପଯୋଗୀ ହୋଇଥିବା ବେଳେ ଆଗାମୀ ଦିନରେ ତାହାକୁ ନିଜ ଅଞ୍ଚଳରେ କାର୍ଯ୍ୟକାରୀ କରିବେ ବୋଲି ଆଶା ରଖିଛନ୍ତି କର୍ପୋରେଟର ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।