ଆଜି ସୂର୍ଯ୍ୟ ପରାଗ; ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ଵତନ୍ତ୍ର ନୀତି

ଆଜି କେତୁଗ୍ରସ୍ତ ସୂର୍ଯ୍ୟପରାଗ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି।

ସୂର୍ଯ୍ୟ ପରାଗ

ସୂର୍ଯ୍ୟ ପରାଗ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ପୁରୀ: ଆଜି କେତୁଗ୍ରସ୍ତ ସୂର୍ଯ୍ୟ ପରାଗ। ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ଗତକାଲି ରାତି ୧୧ଟା ୫୪ରେ ଶ୍ରୀମନ୍ଦିର ଓ ୧୨ଟା ୧୦ରେ ଜୟବିଜୟ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହେବା ପରେ ଅନ୍ୟାନ ନୀତି ବଢି ପ୍ରଥମ ଭୋଗମଣ୍ଡପ ସରିବା ପରେ ନିତି ଅଟକଛି। ତେବେ ନିତି ନିର୍ଘଣ୍ଟ ଅନୁସାରେ ୧୨ଟା ୫୦ମିନିଟରେ ମଙ୍ଗଳଆଳତୀ,୧.୧୫ରେ ଅବକାଶ,୨ଟା୨୫ରେ ଗୋପାଳବଲ୍ଲଭ,୨ଟା ୫୦ରେ ସକାଳଧୁପ,୩ଟା୩୫ରେ ବାଳଧୂପ ଅନୁଷ୍ଠିତ ହୋଇଛି। ଆଜି ଅମାବାସ୍ୟା ଥିବାରୁ ଭୋର ୪ଟାରେ ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ନିତି ସମ୍ପର୍ଣ୍ଣ ହେବା ପରେ ୪ଟା ୩୦ରେ ପ୍ରଥମ ଭୋଗମଣ୍ଡପ ଉଠିଛି। ଯେହେତୁ ଆଜି ସୂର୍ଯ୍ୟପରାଗ ଯୋଗୁଁ ରାତ୍ରି ୪ଟା୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ ରହିଛି ତେଣୁ ଭୋଗମଣ୍ଡପ ପରେ ନିତି ଅଟକିଛି।ପାକତ୍ୟାଗ ପୂର୍ବରୁ ଠାକୁରମାନେ ରତ୍ନବେଦୀରେ ତଡ଼ପ ଉତ୍ତରୀ ଲାଗି ହୋଇ ବସିଛନ୍ତି।

ସେପଟେ ସୂର୍ଯ୍ଯ ପରାଗର ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକ ତ୍ୟାଗ ନୀତି ରହିଛି। କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ । ସେ ନେଇ ସୋମବାର ଅର୍ଥାତ ରାତ୍ରି ୪ଟା୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ । ଆଜି ଗ୍ରହଣ ସ୍ପର୍ଷ ଦିବା ୪ଟା ୫୬ ମିନିଟ ୫୨ ସେକଣ୍ଡ, ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା୨୫ ମିନିଟ ୫୨ସେକେଣ୍ଡ । ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୭ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ ,ଗ୍ରହଣ ଭୋଗ ନିତୀ ବଢିବା ପରେ ଅନ୍ୟାନ୍ୟ ନୀତି ବଢିବ।

ମୋଟ ୧୬ମିନିଟ ୨୬ସେକେଣ୍ଡ ପୁରୀକୁ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି। ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତି କାନ୍ତି କରାଯିବ। ତେବେ ⁠ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟପରାଗରେ ପାକ ତ୍ୟାଗ ସମୟଠାରୁ ଠାକୁରମାନଙ୍କର କୌଣସି ନୀତି ହୁଏ ନାହିଁ । ପାକତ୍ୟାଗ ପୂର୍ବରୁ ଠାକୁରମାନେ ତଡ଼ପ ଉତ୍ତରୀ ବଲାଗି ହୋଇବସିଥାନ୍ତି । ରୋଷଘର ଧୋପଖାଳ ହୋଇଥାଏ । ଗ୍ରହଣ ବା ପରାଗ ସ୍ପର୍ଶ ହେଲେ ପୂଜା ପଣ୍ଡା ମାନେ ଠାକୁରମାନଙ୍କର ଗ୍ରହଣ ମହାସ୍ନାନ କରାନ୍ତି ।

ସୂର୍ଯ୍ୟପୂଜା ଓ ଦ୍ବାରପାଳ ପୂଜା ହୁଏ । ଏହା ପରେ ପୃଷ୍ଠାଳକମାନେ ତିନି ବାଡ଼ରେ ଗ୍ରହଣବେଶ କରନ୍ତି । ଏହି ବେଶ ଲୁଗା ,ଫୁଲ ଓ ତୁଳସୀ ଦ୍ବାରା ହୁଏ । ଏ ସମୟରେ ଜୟ ବିଜୟ ଦ୍ୱାର ବନ୍ଦ ରହେ । ବେଶ ଶେଷ ପରେ ଭିତରେ ଟେରା ବନ୍ଧା ହୁଏ । ପାଳିଆ ପ୍ରତି ହାରୀ ଗ୍ରହଣ ଭୋଗ ଡାକି ଯାଏ । ପାଳିଆ ମହାସୁଆର ଭୋଗ ଛେକ ଆଣେ। ଖଇ, କୋରା ଆଦି ଶୀତଳ ଭୋଗ ଚାରିବାଡ଼ିରେ ପନ୍ତି ହୁଏ । ପୂଜାପଣ୍ଡା ଭୋଗ କରନ୍ତି । ଗ୍ରହଣ ସମୟ ଦେଖି ଅନ୍ୟାନ୍ୟ ଦୈନନ୍ଦିନ ନୀତି ହେବାର ବିଧି ରହିଛି।
Published by:Soumyashree Mishra
First published: