ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାତ୍ଯା ପରେ ପବନ, ଭୂସ୍ଖଳନ ଓ ବର୍ଷାଜନିତ ସମସ୍ୟା ଉପୁଜିପାରେ: ଏସଆରସି

ବାତ୍ଯା ପରେ ପବନ, ଭୂସ୍ଖଳନ ଓ ବର୍ଷାଜନିତ ସମସ୍ୟା ଉପୁଜିପାରେ: ଏସଆରସି

ବାତ୍ୟା ଗୁଲାବ ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ବାତ୍ୟା ପରେ ପବନ, ଭୂସ୍ଖଳନ ଓ ବର୍ଷାଜନିତ ସମସ୍ୟା ଉପୁଜିପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

ବାତ୍ଯା ପରେ ପବନ, ଭୂସ୍ଖଳନ ଓ ବର୍ଷାଜନିତ ସମସ୍ୟା ଉପୁଜିପାରେ: ଏସଆରସି
ବତ୍ଯାର ସମୟରେ ସୁରକ୍ଷିତ ରହିବାକୁ ଜନସାଧାରଣଙ୍କୁ ଅନୁରୋଧ କଲେ ଏସଆରସି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 26, 2021, 3:35 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର : ବାତ୍ୟା ଗୁଲାବ ପାଇଁ ସମସ୍ତ ପ୍ରସ୍ତୁତି ଜୋରଦାର କରାଯାଇଛି। ବାତ୍ୟା ପରେ ପବନ, ଭୂସ୍ଖଳନ ଓ ବର୍ଷାଜନିତ ସମସ୍ୟା ଉପୁଜିପାରେ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।  କୋରାପୁଟ, ଗଜପତି ଓ ମାଲକାନଗିରି ଲୋକେ ବାତ୍ୟା ସହ ଅଭ୍ୟସ୍ତ ନୁହଁନ୍ତି । ବାତ୍ୟାରେ ପୁରୁଣା ଗଛ ଓ କିଛି ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ିପାରେ । ଏହି ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତର ସହ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ସମସ୍ତ ପଦକ୍ଷେପ ନିଆଯାଉଥିବା କହିଛନ୍ତି ଏସଆରସି ।

ବାତ୍ଯା ସମୟରେ ଉପୁଜୁବାକୁ ଥିବା ସମସ୍ତ ପ୍ରତିକୂଳ ପରିସ୍ଥିତି ପାଇଁ ଏନଡିଆରଏଫ୍, ଓଡ୍ରାଫ୍ ଓ ଅଗ୍ନିଶମବାହିନୀ ପ୍ରସ୍ତୁତ ହୋଇ ରହିଛନ୍ତି  । ରାଜ୍ୟରେ ୨୪ NDRF, ୪୨ ଓଡ୍ରାଫ, ୧୦୩ ଅଗ୍ନିଶମ ବାହିନୀ ମୁତୟନ ଅଛନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉଦ୍ଧାର କାର୍ଯ୍ୟ କରିବେ । କନ୍ଧମାଳ, ଗଜପତି ଭୂସ୍ଖଳନ ସମ୍ଭାବନା ଥିବାରୁ ସତର୍କ ରହିବାକୁ ଏସଆରସି ସୂଚନା ଦେଇଛନ୍ତି । ବାତ୍ୟା ଓ ପରବର୍ତ୍ତୀ ବର୍ଷା ପରେ ଋଷିକୁଲ୍ୟା, ନାଗାବଳି ଓ ବଂଶଧାରା ନଦୀରେ ବନ୍ୟା ଆସିବା ସମ୍ଭାବନା ରହିଛି । ବନ୍ୟା ଆଶଙ୍କାରେ ବଂଶଧାରା ନଦୀର ଗୋଟା ବ୍ୟାରେଜ ଖୋଲା ରହିଛି ।

ବାତ୍ଯା ଓ ବର୍ଷା ଜନିତ ସମସ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି । ଆଜି ସନ୍ଧ୍ୟାରୁ କାଲି ସକାଳ ପର୍ଯ୍ୟନ୍ତ ଲୋକମାନଙ୍କୁ ସତର୍କ ପରାମର୍ଶ ଦିଆଯାଇଛି । କଚ୍ଚା ଘରେ ନ ରହି କୋଠାଘରେ ରୁହନ୍ତୁ ବୋଲି ଏସଆରସି ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ବାତ୍ଯା ଗୁଲାବ ଶ୍ରୀକାକୁଲମ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ନେଇ ସମ୍ଭାବନା ରହିଛି ବୋଲି ଏସଆରସି କହିଛନ୍ତି । ବାତ୍ଯା ଆଜି ମଧ୍ୟ ରାତ୍ରିରେ ଗୋପାଳପୁର-କଳିଙ୍ଗପଟ୍ଟନମ୍ ମଝିରେ ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବା ବେଳେ ପବନ ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ରହିବ । ଗୁଲାବ ଗଜପତି, କୋରାପୁଟ, ମାଲକାନଗିରି ଦେଇ ଛତିଶଗଡ଼କୁ ଗତି କରିବା ନେଇ ଏସଆରସି ସୂଚନା ଦେଇଛନ୍ତି ।
Published by: Soumya Das
First published: September 26, 2021, 3:35 PM IST