ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିବ; ସବୁ ମହଲରୁ ସ୍ୱାଗତ

ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିବ; ସବୁ ମହଲରୁ ସ୍ୱାଗତ

ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଦ୍ୱାରା ଏହି ପୁରାତନ କୀର୍ତ୍ତିରାଜିର ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ତ୍ୱରାନ୍ୱିତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବରିଷ୍ଠ ପ୍ରତ୍ନତତ୍ତ୍ୱବିଦମାନେ ।

ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ମନ୍ଦିର ପରିଚାଳନାକୁ ବ୍ୟବସ୍ଥିତ କରିବ; ସବୁ ମହଲରୁ ସ୍ୱାଗତ
ଲିଙ୍ଗରାଜ ମନ୍ଦିରରେ ବୁଧବାର ଦିନ ନବୀନ ପଟ୍ଟନାୟକ
  • News18 Odia
  • Last Updated: December 3, 2020, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱରପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏକାମ୍ର କ୍ଷେତ୍ରର ଅଧିପତି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ ନେଇ ସରକାରୀ ଘୋଷଣା ପରେ ଏହାକୁ ସବୁ ମହଲରୁ ମିଳିଛି ସମର୍ଥନ । ସଂସ୍କୃତି ଗବେଷକମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହିତ ଏହା ବହୁ ଆଗରୁ ଆସିବା ଉଚିତ ଥିଲା ବୋଲି ମତ ରଖିଛନ୍ତି । ରାଜ୍ୟ ସଂସ୍କୃତି ବିଭାଗ କହିଛି ଏହା ଦ୍ବାରା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଓ ସମସ୍ତ ପରିଚାଳନାଗତ ଅସୁବିଧା ଦୂର ହେବ।

ରାଜ୍ୟ ସରକାରଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିକରଣ ଓ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ପ୍ରଣୟନ ଦ୍ୱାରା ଏହି ପୁରାତନ କୀର୍ତ୍ତିରାଜିର ପ୍ରତ୍ନତାତ୍ତ୍ୱିକ ସଂରକ୍ଷଣ ତ୍ୱରାନ୍ୱିତ ହେବ ବୋଲି ଆଶା ବ୍ୟକ୍ତ କରିଛନ୍ତି ବରିଷ୍ଠ ପ୍ରତ୍ନତତ୍ତ୍ୱବିଦମାନେ ।

ଏହା ବି ପଢ଼ନ୍ତୁ | ଛାଡ଼ଖାଇ: ଛେଳିର ନାମ ମୋଦି’; ଗ୍ରାହକ ଦେଉଛି ୭୦ ଲକ୍ଷ ଟଙ୍କା , ହେଲେ ମାଲିକ ମାଗୁଛି . କୋଟି ଟଙ୍କା

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ପରିଚାଳନା ପାଇଁ ଯେଭଳି ୧୯୫୧ ମସିହାରୁ ପ୍ରଚଳିତ ହୋଇ ଆସୁଛି ସ୍ୱତନ୍ତ୍ର ଆଇନ, ସେହି ଢାଞ୍ଚାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ। ଏହା ଦ୍ୱାରା ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ବ୍ୟବସ୍ଥା ତ୍ୱରାନ୍ୱିତ ହୋଇପାରିବ।  ବୁଧବାର ସନ୍ଧ୍ୟାରେ ଏକାମ୍ର ଯୋଜନାର ଉନ୍ନତିକରଣର ସ୍ଥିତି ସମୀକ୍ଷା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୂଚନା ଦେଇଥିଲେ। ମୁଖ୍ୟ ମନ୍ତ୍ରୀଙ୍କ ଏହି ସୂଚନା ପରେ ଏବେ ଲିଙ୍ଗରାଜ ମନ୍ଦିରର  ଉନ୍ନତିକରଣ ଉଦ୍ୟମ ସହିତ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ନେଇ ଆଶା ବଢ଼ିଛି।

ଲିଙ୍ଗରାଜ ମନ୍ଦିରର ଆକାଶରୁ ନିଆଯାଇଥିବା ଏକ ଫଟୋ


‘‘ଏହି ନୂଆ ଆଇନ ଦ୍ୱାରା ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପାଇଁ ଏକ ସ୍ୱତନ୍ତ୍ର ପ୍ରଶାସନିକ କମିଟି ଗଠିତ ହେବ । ଏହି କମିଟି ହାତରେ ରହିବ ମନ୍ଦିର ପରିଚାଳନା କ୍ଷମତା । ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ବିଭିନ୍ନ ସମୟରେ ଉପୁଜିଥିବା ସମସ୍ୟା ସହଜରେ ଏହି ସ୍ଵତନ୍ତ୍ର କମିଟି ଦ୍ୱାରା ଦୂର ହୋଇପାରିବ । ବିଶେଷ କରି ଲିଙ୍ଗରାଜଙ୍କ ସେବାୟତମାନଙ୍କ ସମସ୍ୟା ତଥା ଛତିଶା ନିଯୋଗ କମିଟିର ବିଭିନ୍ନ ଆବଶ୍ୟକତାକୁ ଗୁରୁତ୍ବ ଦିଆଯାଇପାରିବ । ମୋଟ ଉପରେ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଭଳି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ବ୍ୟବସ୍ଥିତ ହୋଇପାରିବ ତଥା ବିଭିନ୍ନ ସମୟରେ ଆସୁଥିବା ମନ୍ଦିର ସମ୍ପର୍କିତ ଆପତ୍ତି ଓ ଅଭିଯୋଗ ଉପରେ ତ୍ୱରିତ ପଦକ୍ଷେପ ନିଆଯାଇ ପାରିବ,’’ କହିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଡ଼ଃ ହରିହର କାନୁନଗୋ।

ଏହା ବି ପଢ଼ନ୍ତୁ | ଚୀନର ଗବେଷକମାନେ କହୁଛନ୍ତି କରୋନା ଭାଇରସ୍ ଭାରତରୁ ଆରମ୍ଭ ହୋଇ ବିଶ୍ୱ ସାରା ବ୍ୟାପିଥିଲା!

ସ୍ଥାନୀୟ ଲୋକ ପ୍ରତିନିଧି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି, ‘‘ଶ୍ରୀମନ୍ଦିର ଭଳି ପ୍ରଭୁ ଲିଙ୍ଗରାଜଙ୍କ ପାଇଁ ଏହି ଆଇନ ଆଣିବା ପ୍ରକ୍ରିୟାକୁ ରାଜ୍ୟ ସରକାର ତ୍ଵରାନ୍ନିତ କରିଛନ୍ତି। ଏହା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ଆଇନର ବିଧି ବ୍ୟବସ୍ଥା ଅନୁସାରେ ଏହାକୁ ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରାଯିବ।’’

ରାଜ୍ୟ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ କହିଛନ୍ତି ଯେ ଏକାମ୍ର କ୍ଷେତ୍ରର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି । ‘‘ଏହାକୁ ଅନ୍ତର୍ଜାତୀୟ ସ୍ତରର ଐତିହ୍ୟ ଭାବେ ପରିଚିତି ଦେବା ପାଇଁ ନିରବିଚ୍ଛିନ୍ନ ଉଦ୍ୟମ ଚାଲିଛି । ଏଥିରେ ସ୍ଥାନୀୟ ଜନସାଧାରଣଙ୍କର ମଧ୍ୟ ଅନେକ ଅବଦାନ ରହିଛି । ତେବେ ସରକାରୀ ଭାବେ ଯେତେବେଳେ ଏହାକୁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି ଏହା ନିହାତି ଭାବେ ଏକ ବଡ଼ ଖୁସିର କଥା,’’ ସେ କହିଛନ୍ତି ।

ଏହା ବି ପଢ଼ନ୍ତୁ | UKରେ ସର୍ଭେ: ଲକଡାଉନରେ ଲୋକେ Sex କମ୍ କଲେ, ହେଲେ ସେମାନଙ୍କ ସମ୍ପର୍କ ଦୃଢ଼ ହେଲା

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ଭୁବନେଶ୍ୱର କ୍ଷେତ୍ରର ଅଧିକାରୀ  ଅରୁଣ ମଲ୍ଲିକ କହିଛନ୍ତି, ‘‘ରାଜ୍ୟ ସରକାର ଏକାମ୍ର କ୍ଷେତ୍ରର ଉନ୍ନତି ପାଇଁ ଗୁରତ୍ଵ ଦେବା ଭଲ କଥା । ସ୍ଵତନ୍ତ୍ର ଆଇନ ଆସିବା ଦ୍ୱାରା ମନ୍ଦିର ପରିଚାଳନାରେ ଥିବା ସମସ୍ୟା ଦୂର ହେବ। ତେବେ ପ୍ରତ୍ନତାତ୍ତ୍ୱିକ ଦୃଷ୍ଟିକୋଣରୁ ଏକାମ୍ର କ୍ଷେତ୍ରରେ ଥିବା ଅନ୍ୟାନ୍ୟ ମନ୍ଦିରର ସଂରକ୍ଷଣ ଦିଗରେ ମଧ୍ୟ ଏହା ସହାୟକ ହୋଇପାରିବ । ମନ୍ଦିରମାଳିନୀ ସହର ଭୁବନେଶ୍ବରରେ ଥିବା ଅନେକ ମନ୍ଦିରର ସୁରକ୍ଷା ପାଇଁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଉଦ୍ୟମରତ ।’’



ରାଜ୍ୟ ସରକାରଙ୍କ ପକ୍ଷରୁ ଲିଙ୍ଗରାଜ ମନ୍ଦିରର ଚତୁଃର୍ପାଶ୍ୱର ସୌନ୍ଦର୍ଯ୍ୟକରଣକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପ୍ରାୟ ୬୬ ଏକର ପରିମିତ ଜମି ଉପରେ ଏହି ମନ୍ଦିରର ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି । କାର୍ଯ୍ୟ ସମୂର୍ଣ୍ଣ ହେଲେ ଦୁଇ ଲକ୍ଷ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇ ଧାର୍ମିକ କାର୍ଯ୍ୟରେ ଭାଗ ନେଇପାରିବେ । ଏହାର ପରିବେଶ ଅଧିକ ଶାନ୍ତ ଓ ଆଧ୍ୟାତ୍ମିକମୟ ହେବ ବୋଲି ଆଶା କରାଯାଉଛି ।
Published by: Anand Shankar Thankur Das
First published: December 3, 2020, 11:51 PM IST