News18 Odia Digital
Special injections for pregnant women: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ଗବେଷଣା ଆଧାରରେ ଗର୍ଭବତୀ ମା'କୁ ମାଗଣାରେ ଦିଆଯିବ ଆଣ୍ଟି ନାଟାଲ୍ କର୍ଟିକୋ ଷ୍ଟେରଏଡ୍ (Special Injections)।
ଜଣେ ମାଆ ୩୭ ସପ୍ତାହରୁ ୪୦ ସପ୍ତାହ ଭିତରେ ସ୍ବାଭାବିକ ଭାବେ ଶିଶୁକୁ ଜନ୍ମ (Chi ଦେଇଥାଏ। ଏବେ ୩୪ ରୁ ୩୬ ସପ୍ତାହ ୫ ଦିନ ମଧ୍ୟରେ ଜନ୍ମ ହେବାକୁ ଥିବା ଶିଶୁର ମାଆକୁ ପ୍ରିମାଚ୍ୟୁର୍ଡ ଶିଶୁଙ୍କ ପାଇଁ ହେବ ଗବେଷଣା।
ସେମାନଙ୍କ ଫୁସଫୁସ୍ ସ୍ବାଭାବିକ ଅବସ୍ଥାରେ ନଥିବାରୁ ନିଶ୍ବାସପ୍ରଶ୍ବାସ ନେବାରେ ଶିଶୁକୁ କଷ୍ଟ ହୋଇଥାଏ। ଶିଶୁଙ୍କର ମା' ଗର୍ଭରେ କିମ୍ବା ଜନ୍ମ ପରେ ପ୍ରାଣହାନୀ ଘଟେ। ଏପରି ଶିଶୁଙ୍କ ଜୀବନ ପ୍ରତି ଥିବା ବିପଦକୁ ଦୂର କରିବା ପାଇଁ ସ୍ବଳ୍ପ ପରିମାଣର ଷ୍ଟେରଏଡ୍ ଆସନ୍ନ ପ୍ରସବା ମାଆକୁ ଜନ୍ମ ଦେବାର ୩ ରୁ ୪ ଘଣ୍ଟା ପୂର୍ବରୁ ଦିଆଯାଇପାରିବ।
ଏହି ଷ୍ଟେରଏଡର ପ୍ରୟୋଗାତ୍ମକ ଗବେଷଣା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO) ପକ୍ଷରୁ ୫ଟି ଦେଶରେ ୨୫ଟି କେନ୍ଦ୍ର ଖୋଲାଯାଇଛି। ଭାରତରେ କର୍ଣ୍ଣାଟକର ବେଲଗାଓଁ ଏବଂ ହୁବୁଳିରେ ଦୁଇଟି କେନ୍ଦ୍ର ରହିଛି।
ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଦୁଇ ଜଣିଆ ଟିମ୍ ଗୁରୁବାର କ୍ୟାପିଟାଲ୍ ହସ୍ପିଟାଲ ବୁଲିବା ପରେ ଡିଏମଇଟିଙ୍କ ସହ ଆଲୋଚନା କରିଥିଲେ। କ୍ୟାପିଟାଲ ହସ୍ପିଟାଲକୁ ତୃତୀୟ ଗବେଷଣା କେନ୍ଦ୍ର କରିବାକୁ ଏକ ପ୍ରକାର ଦେଇଛନ୍ତି ଗ୍ରୀନ୍ ସିଗନାଲ।
ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ସହାୟତାରେ ଦୁଇ ବର୍ଷ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଏହି ଗବେଷଣା ଚାଲିବ। ସଫଳତା ମିଳିଲେ ସାରା ଦେଶରେ ଗର୍ଭବତୀ ମା'ଙ୍କୁ ଏହି ଇଞ୍ଜେକ୍ସନ୍ ଦିଆଯିବ।
ଦୁର୍ଘଟଣା ହେଉ କି ସ୍ବାସ୍ଥ୍ୟଗତ କାରଣ। ବିଶ୍ବରେ ଅନେକ ଶିଶୁ ସମୟ ପୂର୍ବରୁ ଜନ୍ମ ନିଅନ୍ତି। ସେମାନଙ୍କ ଭିତରୁ କେତେକ ବଞ୍ଚନ୍ତି ଆଉ କେତେକ ମାଆ ଗର୍ଭରେ ମୃତ୍ୟୁ ବରଣ କରନ୍ତି। ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ଓଡ଼ିଶା ସରକାର ଜାତୀୟ ସ୍ତରରେ ରେକର୍ଡ ହାସଲ କରିଛନ୍ତି।
ପୂର୍ବରୁ ଏସସିବି ମେଡିକାଲ କଲେଜରେ ସମୟ ପୂର୍ବରୁ ଜନ୍ମ ନେଉଥିବା ଶିଶୁଙ୍କ ଜୀବନ ବଞ୍ଚାଇବା ପାଇଁ ୨୦୧୭-୧୮ରେ ଆକସନ୍- ୧ ଓ ଆକ୍ସନ୍ -୨ କାର୍ଯ୍ୟକ୍ରମ ହୋଇଥିଲା ।
ଏହି ଦୁଇଟି ଗବେଷଣାରେ ୩୨ ରୁ ୩୬ ସପ୍ତାହ ଭିତରେ ଜନ୍ମ ଦେବାକୁ ଥିବା ଗର୍ଭବତୀ ମାଙ୍କୁ ଷ୍ଟେରଏଡ୍ ଇଞ୍ଜେକନ୍ସନ୍ ଦିଆଯାଉଥିଲା । ସେଥିରେ ଅଭୂତପୂର୍ବ ସଫଳତା ମିଳିଛି ।
ପଢ଼ନ୍ତୁ ଏହି ଖବର: Ration Card Update: ଖୁସି ଖବର; ଡବଲ ରାସନ ପାଇବେ କାର୍ଡ଼ଧାରୀଆକ୍ସନ୍ -୩ କାର୍ଯ୍ୟକ୍ରମ କ୍ୟାପିଟାଲ ହସ୍ପିଟାଲରେ ହେବ । ଏ ନେଇ ଆଇସିଏମ୍ଆର୍ ବି ଅନୁମତି ପ୍ରଦାନ କରିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।