ମହିଳାଙ୍କ ପାଇଁ ଖୁସି ଖବର, ସଂକଟ ବେଳେ ଆର୍ଥିକ ସହାୟତା ପାଇଁ ସ୍ବତନ୍ତ୍ର ପାଣ୍ଠି ଘୋଷଣା

Special Fund for SHG Women: SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚାରେ ଗଠନ ହେବ ଏହି ପାଣ୍ଠି ।

SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି

SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି

  • News18 Odia
  • Last Updated :
  • Odisha (Orissa), India
  • Share this:
ews18 Odia Digital

Bhubaneshwar: SHG ମହିଳାଙ୍କ ପାଇଁ ଗଠନ ହେବ ସ୍ଵତନ୍ତ୍ର ପାଣ୍ଠି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଢାଞ୍ଚା (CMRF)ରେ ଗଠନ ହେବ ଏହି ପାଣ୍ଠି । କୌଣସି ମହିଳା ରୋଗଗ୍ରସ୍ତ, ଦୁର୍ଘଟଣାର ଶିକାର ହେଲେ କିମ୍ବା ମୃତ୍ୟୁ ମୁଖରେ ପଡ଼ିଲେ, ଏହି ପାଣ୍ଠିରୁ ସେମାନଙ୍କୁ ଆର୍ଥିକ ସହାୟତା ଦିଆଯିବ । ୩-୪ ମାସ ମଧ୍ୟରେ ଏହି ଫଣ୍ଡ କାର୍ଯ୍ୟକାରୀ ହେବ । ଏଥିଲାଗି ରାଜ୍ୟ ବଜେଟରୁ ଅର୍ଥ ବ୍ୟୟବରାଦ କରାଯିବ । ମିଶନ ଶକ୍ତି ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ଅବସରରେ ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ ଏହି ସୂଚନା ଦେଇଛନ୍ତି।

ସେହିଭଳି SHG ମହିଳାଙ୍କୁ ନେତୃତ୍ୱ ଦେବା ପାଇଁ ରାଜ୍ୟସ୍ତରୀୟ SHG ଫେଡେରେସନ ଗଠନ ହେବ । ରାଜ୍ୟସ୍ତରରେ ବିଭିନ୍ନ ଯୋଜନାରେ କିଭଳି ଅଧିକ କାମ କରିହେବ, ସେନେଇ କାମ କରିବ ଫେଡେରେସନ୍ । ୮ ବର୍ଷରେ SHGଙ୍କୁ ଋଣ ସହାୟତା ୧୯ ଗୁଣା ବୃଦ୍ଧି ହୋଇଛି ବୋଲି କହିଛନ୍ତି ସଚିବ। SHG ଋଣ ସହାୟତା ୫୦୦ କୋଟି ଟଙ୍କାରୁ ବଢି ୨୦୨୨-୨୩ରେ ଏହା ୧୧ ହଜାର କୋଟି ଟଙ୍କାରେ ପହଞ୍ଚିଛି ।



SHG ଦ୍ଵାରା ଋଣ ପରିଶୋଧରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ହାସଲ କରିଛି । SHGଙ୍କ କ୍ଷେତ୍ରରେ ଅନାଦେୟ ଋଣ ବା NPA ମାତ୍ର ୧.୯୯% । ଏଥିଲାଗି କେନ୍ଦ୍ର ଠାରୁ ପ୍ରଶଂସା ପାଇଛି ଓଡ଼ିଶା । ଓଡ଼ିଶାର ୮୬.୫% ମହିଳାଙ୍କ ପାଖରେ ରହିଛି ବ୍ୟାଙ୍କ ଖାତା । ଯାହାକି ଜାତୀୟ ହାର ୭୮.୬% ଠାରୁ ଢେର ଅଧିକ । ସେହିପରି ମିଶନ ଶକ୍ତି ବିଭାଗର ୪ଟି ବଡ଼ ସଫଳତା ବଖାଣିଛନ୍ତି ସଚିବ। ଆର୍ଥିକ ପରିଚାଳନା ୮ ବର୍ଷରେ ୧୯ ଗୁଣା ବୃଦ୍ଧି ପାଇଛି। ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯାଉଛି ।

ପଢ଼ନ୍ତୁ ଏହି ଖବର:  ଏଣିକି ଆହାର କେନ୍ଦ୍ରରେ ମିଳିବ ଭାତ, ଡାଲମା ସହ ଅନ୍ୟ ଆଇଟମ୍; ଖୁସି ଖବର ଆଣିଲେ ସରକାର

ପୂର୍ବରୁ ମିଶନ ଶକ୍ତି ଅନେକ ଗୁରୁ ଦାୟିତ୍ବ ଦିଆଯାଇଛି ।  ୧୫ ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା । ମିଶନ ଶକ୍ତି ମହିଳାଙ୍କ ପାଇଁ ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ଇଣ୍ଡଷ୍ଟ୍ରିଆଲ ପାର୍କ । ଆସନ୍ତା ତିନି ବର୍ଷ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଜିଲ୍ଲାପାଳ ମାନଙ୍କୁ ଜମି ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଶନ ଶକ୍ତି ମହିଳାଙ୍କୁ ନୂଆ ସରକାରୀ କାମ ଦିଆଯାଉଛି । ବର୍ତ୍ତମାନ ୧୫ ଟି ବିଭାଗରେ କାମ କରୁଛନ୍ତି ମିଶନ ଶକ୍ତି ମହିଳା ।

ମହିଳା ସଂଗଠନ ଗୁଡିକୁ ସଶକ୍ତ କରାଯାଉଛି । ଭିତ୍ତିଭୂମି ଯୋଗାଇ ଦିଆଯାଉଛି, ପ୍ରତି ବ୍ଲକରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି । କୋଭିଡ ସମୟରେ ମହିଳାମାନଙ୍କ ଉଲ୍ଲେଖନୀୟ କାମ ଯୋଗୁ ପ୍ରଶଂସା କରାଯାଇଛି। ୨ କୋଟି ମିଲ ପ୍ରସ୍ତୁତ କରିବାସହ ୭୫ ଲକ୍ଷ ମାସ୍କ ଦେଇଥିଲେ।
Published by:Lipina Das
First published: