ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୋଟର ତାଲିକା ସଂଶୋଧନ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ; ଚେକ କରିପାରିବେ ନିଜ ନାଁ

ଭୋଟର ତାଲିକା ସଂଶୋଧନ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ; ଚେକ କରିପାରିବେ ନିଜ ନାଁ

ଭୋଟର ତାଲିକା ସଂଶୋଧନ ନେଇ ନଭେମ୍ବର ୨୧ରେ ହେବ ସ୍ବତନ୍ତ୍ର ଡ଼୍ରାଇଭ। ସମସ୍ତେ ନିଜ ନିଜ ନାଁ ଯାଞ୍ଚ କରି ଭୋଟର ତାଲିକା ସଂଶୋଧନ କରାଇନେବାକୁ ପ୍ରେସ ମିଟ ଜରିଆରେ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

ଭୋଟର ତାଲିକା ସଂଶୋଧନ ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ; ଚେକ କରିପାରିବେ ନିଜ ନାଁ
ଭୋଟର ସଂଶୋଧନ ପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହେବ (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 18, 2021, 3:45 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭୋଟର ତାଲିକା ସଂଶୋଧନ ନେଇ ନଭେମ୍ବର ୨୧ରେ ହେବ ସ୍ବତନ୍ତ୍ର ଡ଼୍ରାଇଭ। ସମସ୍ତେ ନିଜ ନିଜ ନାଁ ଯାଞ୍ଚ କରି ଭୋଟର ତାଲିକା ସଂଶୋଧନ କରାଇନେବାକୁ ପ୍ରେସ ମିଟ ଜରିଆରେ ଅନୁରୋଧ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ନଭେମ୍ବର ୧ ରୁ ୩୦ ତାରିଖ ଯାଏ ଭୋଟର ସଂଶୋଧନ ପ୍ରକ୍ରିୟା ଚାଲୁ ରହିଛି।

ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବୁଧବାର ପ୍ରେସମିଟ ଜରିଆରେ ଅପିଲ କରି କହିଛନ୍ତି," ରାଜ୍ୟରେ ଏବେ ଭୋଟର ତାଲିକା ସଂଶୋଧନ କ୍ୟାମ୍ପେନ ଚାଲୁଛି । ତେଣୁ ଏହି ସମୟରେ ସମସ୍ତଙ୍କୁ ଅପିଲ କରି କହିଛନ୍ତି ସମସ୍ତେ ନିଜ ନିଜର ନାଁ ଓ ଏପିକି ଆଇଡି ଚେକ କରି ପାରିବେ । ଆମର ଏଥିପାଇଁ ୨୧ ତାରିଖରେ ସ୍ପେଶାଲ ଡ୍ରାଇଭ ମଧ୍ୟ କରାଯିବ ସେଠି ବି କରିପାରିବେ । ଫର୍ମ ୬ ନାମ ଯୋଡିବା, ଫର୍ମ ୭ ନାମ କାଟିବା, ଫର୍ମ ୮ ନାମ ସଂଶୋଧନ ଓ ଫର୍ମ ୮ ଏ ସ୍ଥାନାନ୍ତର ପାଇଁ ବ୍ୟବହାର କରିହେବ। ବିଏଲଓମାନେ ରହିଛନ୍ତି ସେମାନଙ୍କ ପାଖକୁ ଯାଇ ଏହି ସଂଶୋଧନ କରି ପାରିବେ । ଉଭୟ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ନାମ ଯୋଡିବା ସହ ସଂଶୋଧନ କରିପାରିବେ । ଭୋଟର ହେଲ୍ପଲାଇନକୁ ଯାଇ ଏହି ସଂଶୋଧନ କରିପାରିବେ । ଏପିକ ନମ୍ବର ସ୍ପୀଡ଼ ପୋଷ୍ଟରେ ଯିବ ତେଣୁ ସଠିକ ଠିକଣା ଦିଅନ୍ତୁ । ଆମେ କୋଭିଡ କାରଣରୁ ଅନଲାଇନ ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦେଉଛୁ । ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୨୦ ହଜାର ଫର୍ମ ଆସିଛି । ସେଥିରୁ ୮୦ ପ୍ରତିଶତ ଅନ ଲାଇନ ଜରିଆରେ ଆସିଛି ଯାହା ଗତ ବର୍ଷ ୮ ପ୍ରତିଶତ ଥିଲା।ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଡ଼ବଲ ଆଇ ଡି ଡିଲିଟ କରାଯାଇଛି,"।

ସଠିକ୍‌ ବାସସ୍ଥାନ ଠିକଣା ନିମନ୍ତେ ବିଦ୍ୟୁତ ବିଲ, ଟେଲିଫୋନ୍‌ ବିଲ୍‌, ଜମିଜମା ଦସ୍ତାବିଜ୍‌ର ସ୍କାନ୍‌ କପି ଅପ୍‌ଲୋଡ୍‌ କରିବାକୁ ହେବ । ସେହିପରି ଜନ୍ମତାରିଖ ପ୍ରମାଣିତ କରିବା ନିମନ୍ତେ ଜନ୍ମ ପ୍ରମାଣପତ୍ର, ପାସ୍‌ପୋର୍ଟ, ପାନ୍‌କାର୍ଡ, ମାଟ୍ରିକ୍‌ ସାର୍ଟିଫିକେଟ୍‌, ଡ୍ରାଇଭିଂ ଲାଇସେନ୍ସର ସ୍କାନ୍‌ କପି ସହ ପାସ୍‌ପୋର୍ଟ ସାଇଜ୍‌ ଫଟୋ ଅପ୍‌ଲୋଡ୍‌ କରିବାକୁ ହେବ । ଏଥିରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ ନାଗରିକ ନିଜେ ନିଜର ଫର୍ମ ପୂରଣ କରୁଥିବାରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ବା ଫଟୋ ପରିଚୟ ପତ୍ର ହୋଇପାରିବ । ଉଭୟ ଇଂରାଜୀ ଓ ଓଡ଼ିଆରେ ନିଜର ନାମ, ଠିକଣା ଓ ବୟସ ଇତ୍ୟାଦି ଭୋଟର ପରିଚୟ ପତ୍ର ଓ ଭୋଟର ତାଲିକାରେ ତ୍ରୁଟିଶୂନ୍ୟ ହୋଇପାରିବ। ବୁଥ୍‌ସ୍ତରୀୟ ଏଜେଣ୍ଟମାନେ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତିରେ ଭୋଟ ପଞ୍ଜିକରଣ ଅଧିକାରୀଙ୍କୁ ସହାୟତା କରିବେ, ଯେପରି ଜଣେ ଯୋଗ୍ୟ ଭୋଟର ବାଦ୍‌ ନ ପଡ଼ନ୍ତି ତାଉପରେ ଗୁରୁତ୍ୱ ଦେଇଛନ୍ତି ସିଇଓ।

ସରକାରଙ୍କର ୯ ଜଣ ବରିଷ୍ଠ ଅଧିକାରୀଙ୍କୁ ରୋଲ୍‌ ଅବଜରଭର ଭାବେ ନିଯୁକ୍ତ କରାଯାଇଛି । ରୋଲ୍‌ ଅବଜରଭର୍‌ମାନେ ଜିଲ୍ଲାକୁ ଜିଲ୍ଲା ଗସ୍ତ କରି ଏ ସମସ୍ତ କାର୍ଯ୍ୟର ତଦାରଖ କରି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଜଣାଇବେ । ଡିସେମ୍ବର ୨୦ ତାରିଖ ସୁଦ୍ଧା ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକର ଫଏସଲା ହେବ ଓ ଚୂଡାନ୍ତ ଭୋଟର ତାଲିକା ୨୦୨୨ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।
Published by: Soumya Das
First published: November 18, 2021, 3:45 PM IST