News18 Odia Digital
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମ୍ ବ୍ରାଞ୍ଚ। ଗଠନ ହୋଇଛି ଦୁଇଟି ଟିମ। ଗୋଟିଏ ଟିମ ଭଦ୍ରକ ଚାନ୍ଦବାଲି ଯାଇଥିବା ବେଳେ ଅନ୍ୟ ଏକ ଟିମ ରାଜ୍ୟ ବାହାରକୁ ଯାଇଥିବା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି । ତଦନ୍ତ ଆରମ୍ଭରୁ ହତ୍ୟାକାଣ୍ଡରେ ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ରହସ୍ୟମୟ ଚିପ ବିଷୟରେ ଖୋଳତାଡ଼ କରିବାକୁ ଅଣ୍ଟା ଭିଡ଼ିଛି ତଦନ୍ତକାରୀ ସଂସ୍ଥା।
ବୁଧବାର ମାନସ ହତ୍ୟାକାଣ୍ଡ ଘଟଣାର ତଦନ୍ତ ଭାର କ୍ରାଇମ୍ ବ୍ରାଞ୍ଚକୁ ଦିଆଯାଇଥିଲା। ଏହାପରେ କ୍ରାଇମ୍ ବ୍ରାଞ୍ଚ ଆରମ୍ଭ କରିଛି ଅପରେସନ ଶର୍ମିଷ୍ଠା। ଦୁଇଟି ଟିମ ଗଠନ କରି ତଦନ୍ତକୁ ଜୋରଦାର କରିଛି ତଦନ୍ତକାରୀ ଟିମ। ଏଥିପାଇଁ ଚାନ୍ଦବାଲି ପୋଲିସ ଠାରୁ ସମସ୍ତ ତଥ୍ୟ ନିଜ ହେପାଯାତକୁ ନେଇଛି। ରାଜ୍ୟ ବାହାରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ ଥିବା ସନ୍ଦେହ କରି ରାଜ୍ୟ ବାହାରକୁ ଟିମ ଯାଇଛି। ଶର୍ମିଷ୍ଠାଙ୍କ ଶେଷ କଲ୍ ଡିଟେଲ ଯାଞ୍ଚ କରିବା ପରେ ତଦନ୍ତକୁ ଜୋରଦାର କରିଛି କ୍ରାଇମ୍ ବ୍ରାଞ୍ଚ। କୁଆଡେ ଗଲେ ଶର୍ମିଷ୍ଠା ରାଉତ? ରାଜ୍ୟ ବାହାରକୁ କିଭଳି ଗଲେ ଶର୍ମିଷ୍ଠା? ରାଜ୍ୟ ବାହାରକୁ ଯିବାକୁ କିଏ ସହଯୋଗ କରିଛି? ଏମିତି କିଛି ଦିଗକୁ ନେଇ ତଦନ୍ତ ଚାଲିଥିବା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
ଗୁରୁବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଡି.ଏସ.ପି. କଳ୍ପନା ସାହୁଙ୍କ ନେତୃତ୍ୱରେ କ୍ରାଇମ୍ ବ୍ରାଞ୍ଚ ଟିମ ଇନ୍ସପେକ୍ଟର ବିଶ୍ୱ ପ୍ରକାଶ ରାଉତ, ଏସ ଆଇ ଅବଧୂତ ବାରିକ, ଏଏସଆଇ ତନୁଶ୍ରୀ ନାୟକ ଓ ଆଶୁତୋଷ ପ୍ରଧାନ ଏକ ୫ ଜଣିଆ ପ୍ରତିନିଧି ଦଳ ଭଦ୍ରକ ପହଞ୍ଚି ଏସପି ଚରଣ ସିଂ ମିନାଙ୍କୁ ଭେଟି ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା କରିଥିଲେ। ଏସପିଙ୍କ ସହ ଆଲୋଚନା ପରେ ସେମାନେ ସିଧା ଚାନ୍ଦବାଲି ଯାଇଥିଲେ। ସେଠୁ ତଦନ୍ତକାରୀ ଅଧିକାରୀଙ୍କ ପାଖରୁ ସମସ୍ତ ତଥ୍ୟ ପୋଲିସ କେଉଁ କେଉଁ ଦିଗକୁ ନେଇ ତଦନ୍ତ କରୁଛି ସେ ସଂକ୍ରାନ୍ତୀୟ ପୋଲିସ ସହ ଅଲୋଚନା କରିଥିବା ଜଣା ପଡ଼ିଛି।
"ଅପହରଣରୁ ହତ୍ୟା, ପ୍ରମାଣ ନଷ୍ଠ କେମିତି କରିଥିଲେ। ଗିରଫ ହୋଇଥିବା ହତ୍ୟାକାରୀ ଓ ଷଡ଼ଯନ୍ତ୍ରକାରୀଙ୍କ କାହାର କେଉଁ ଭୂମିକା ଥିଲା। ଭଦ୍ରକ ଏସପି ଓ ଚାନ୍ଦବାଲି ଥାନା ପୋଲିସ ସହିତ ଆଲୋଚନ କରିଛି। ହତ୍ୟାକାଣ୍ଡରେ ନିରଞ୍ଜନ ସେଠୀ ଓ ଶର୍ମିଷ୍ଠାଙ୍କ ଷଡ଼ଯନ୍ତ୍ର ବାବଦରେ ଆଲୋଚନା କରାଯାଇଛି। ଚାନ୍ଦବାଲିର ଥାନାରୁ ତଦନ୍ତ ରିପୋର୍ଟକୁ ନେଇ ସମୀକ୍ଷା କରିବା ପରେ କିଡନାପ୍ ସ୍ପଟରେ ପହଞ୍ଚିଛି ଟିମ। ଏପିରକି ମାନସ ବାହଘର ସୁଟିଂ ପାଇଁ ଯାଇଥିବା ସମ୍ପୃକ୍ତ ଲୋକଙ୍କୁ ଠାରୁ ମଧ୍ୟ ଆଲୋଚନା କରାଯାଇଛିସ," କ୍ରାଇମ୍ ବ୍ରାଞ୍ଚର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ତଦନ୍ତ ବେଳେ କ୍ରାଇମ୍ ବ୍ରାଞ୍ଚ ଜାଣିବାକୁ ପାଇଛି, ଶର୍ମିଷ୍ଠା ଓ ତା'ର ସହଯୋଗୀ ଝୁନା ଭୋଇ ରାଜ୍ୟ ବାହାରେ ଆତ୍ମଗୋପନ କରିଛି। ଦୁଇ ମୋଷ୍ଟ ୱାଣ୍ଟେଡ ମହିଳାଙ୍କୁ ଧରିବାକୁ କ୍ରାଇମ୍ ବ୍ରାଞ୍ଚ ଓ ଭଦ୍ରକ ପୋଲିସର ଦୁଇଟି ଟିମ ରାଜ୍ୟ ବାହରକୁ ଯାଇଛନ୍ତି। ଶର୍ମିଷ୍ଠା ଓ ଝୁନାଙ୍କୁ ଧରିବାକୁ ବ୍ଳୁ-ପ୍ରିଣ୍ଟ କରିଛି ବି- ଟିମ। ଶର୍ମିଷ୍ଠାଙ୍କ ମୋବାଇଲ ସୁଇଚ୍ ଅଫ୍ ଥିବା ବେଳେ ତାଙ୍କୁ ଧରିବା ଟେକ୍ନିକାଲ ଇନଭେଷ୍ଟିଗେସନ ଉପରେ ଟିମ ଫୋକସ କରିଛି। ଲେଡି ଭିଲେନର ଭାଇ ପରମେଶ୍ବର ରାଉତ ଶର୍ମିଷ୍ଠାଙ୍କୁ ଟଙ୍କା ପଠାଇଥିଲେ। ଶର୍ମିଷ୍ଠା ଟଙ୍କା ଉଠାଇଥିବା ଏଟିଏମର ଲୋକେସନ ଓ ବ୍ୟାଙ୍କ ଡିଟେଲ୍ସ ଆଧାରରେ ଶର୍ମିଷ୍ଠା ଓ ଝୁନା ଭୋଇ ପାଖରେ ପହଞ୍ଚିବାକୁ ଟିମ ଚଢ଼ାଉ ଜାରି ରଖିଛି।
ସୂଚନାଯୋଗ୍ୟ, ମାନସ ହତ୍ୟାକାଣ୍ଡ ଘଟଣା ପରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୱେବ ପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ ଫେରାର ଅଛନ୍ତି। ବୁଧବାର ଶର୍ମିଷ୍ଠାଙ୍କ ସମ୍ପୂର୍ଣ୍ଣ ଅଫିସ ସିଲ କରିଥିଲା ପୋଲିସ। ଜବତ ହୋଇଥିବା ହାର୍ଡଡିସ୍କରୁ ପୋଲିସ ହାତରେ ଭାଇଟାଲ କ୍ଳୁ ଲାଗିଥିବା ଜଣାପଡ଼ିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।