ବାୟୁ ପ୍ରଦୂଷଣ ସଂକଟକୁ ନେଇ ସ୍ୱତନ୍ତ୍ର ସମ୍ମିଳନୀ ଆୟୋଜିତ; ଯୁବପିଢ଼ି ସଚେତନ ହେବାକୁ ଆହ୍ୱାନ

ବାୟୁ; ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି ଥିମ ନେଇ ତିନି ଦିନ ଧରି ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ସୋଆ କ୍ୟାମ୍ପସ ୨ରେ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ।

ବାୟୁ ପ୍ରଦୂଷଣ ସଂକଟକୁ ନେଇ ସ୍ୱତନ୍ତ୍ର ସମ୍ମିଳନୀ ଆୟୋଜିତ; ଯୁବପିଢ଼ି ସଚେତନ ହେବାକୁ ଆହ୍ୱାନ

ବାୟୁ ପ୍ରଦୂଷଣ ସଂକଟକୁ ନେଇ ସ୍ୱତନ୍ତ୍ର ସମ୍ମିଳନୀ ଆୟୋଜିତ; ଯୁବପିଢ଼ି ସଚେତନ ହେବାକୁ ଆହ୍ୱାନ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ହେଲା ଜଳବାୟୁ ପରିବର୍ତ୍ତନ। କାରଣ ଏହାର ପ୍ରଭାବ ଏକ ମାରାତ୍ମକ ସମୟର ଆଶଙ୍କା କରୁଛି । ପ୍ରକୃତି ଓ ସଂସ୍କୃତି ପରସ୍ପର ପରିପୂରକ । ଗୋଟିଏ ବିନା  ଅନ୍ୟଟିର ଉନ୍ନତି ଆଦୌ ଗ୍ରହଣୀୟ ନୁହେଁ । ଏଣୁ ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖି କାର୍ଯ୍ୟ କରିବା  ଦରକାର। ଏହା କହିଛନ୍ତି କେନ୍ଦ୍ର ପରିବେଶ ଓ ଜଳବାୟୁ ମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ। ଭୁବନେଶ୍ବର ସ୍ଥିତ ସୋଆ ବିଶ୍ୱ ବିଦ୍ୟାଳୟ ପରିସରରେ ଆୟୋଜିତ ତିନିଦିନିଆ ସ୍ଵତନ୍ତ୍ର ସମ୍ମିଳନୀରେ ଯୋଗଦେଇ ସେ ଏହି ମନ୍ତବ୍ୟ ରଖିଛନ୍ତି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯାହାର ନାଁ ରଖାଯାଇଛି ସୁମଙ୍ଗଳମ-ପଞ୍ଚମହାଭୂତ।  ଏହି ଅବସରରେ - ବାୟୁ : ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତିକୁ ମୁଖ୍ୟ ବିଷୟ ଭାବେ ବଛାଯାଇଛି । ଏହାକୁ ନେଇ  ତିନି ଦିନବ୍ୟାପୀ  ଏକ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀ ସୋଆ କ୍ୟାମ୍ପସ ୨ ରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ କେନ୍ଦ୍ର ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ । ଏହି କାର୍ଯ୍ୟକ୍ରରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର ଡିନ ପ୍ରଫେସର ଭଗବତୀ ପ୍ରସାଦ ଶର୍ମା , ଏମ ଏସ ବିଶ୍ଵବିଦ୍ୟାଳୟ ବରୋଦାର କୁଳପତି ବିଜୟ ଶ୍ରୀବାସ୍ତବ ,ରାଜସ୍ଥାନ ବିକାନିର ଟେକ୍ନିକାଲ ବିଶ୍ଵବିଦ୍ୟାଳୟର କୁଳପତି ଏଚ ବି ଚରଣ ପ୍ରମୁଖ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମର ବିଷୟ ବାୟୁ : ଗୁରୁତ୍ୱପୂର୍ଣ୍ଣ ଜୀବନ ଶକ୍ତି ଆୟୋଜନ ହୋଇଥିବା ବେଳେ ଏହାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ସମସ୍ତ ଅତିଥି। ଏପରି ଆହୁରି ଅନେକ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ସାମିଲ କରାଯିବା ଉଚିତ ବୋଲି ସେମାନେ ମତ ରଖିଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ,  ଯେଉଁ ପଞ୍ଚତତତ୍ତ୍ୱରୁ ପ୍ରସ୍ତୁତ ହୋଇଛେ ଏବେ ସେହି ପଞ୍ଚତତ୍ୱକୁ ନଷ୍ଟ କରୁଛେ । ପ୍ରକୃତି ଓ ସଂସ୍କୃତି ପରଷ୍ପର ପରିପୂରକ , ଗୋଟିଏ ବିନା ଆଉଗୋଟେର ଉନ୍ନତି ଆଦୌ ଗ୍ରହଣୀୟ ନୁହେଁ । ଏଣୁ ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ରଖି କାର୍ଯ୍ୟ କରିବା ସମୟର ବଡ଼ ଆବଶ୍ୟକତା । ଏହାକୁ ଆଧାର କରି ଆଗକୁ ବଢିବା ଦରକାର ବୋଲି  ସେ ଉପଦେଶ ଦେଇଥିଲେ।

ଏହି ଆନ୍ତର୍ଜାତିକ ଯୁବ ସମ୍ମିଳନୀରେ ସାମିଲ ହୋଇଥିଲେ ୫ ହଜାରରୁ ଅଧିକ ଛାତ୍ରଛାତ୍ରୀ। ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ତାର ସମାଧାନ ଉପରେ ସେମାନଙ୍କ  ଭିତରେ ବକ୍ତୃତା ପ୍ରତିଯୋଗିତା। ଏଥିରେ ଛାତ୍ରଛାତ୍ରୀମାନେ ମୂଲ୍ୟବାନ ମତାମତ ରଖିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ କେନ୍ଦ୍ରମନ୍ତ୍ରୀ।
Published by:Soubhagya Mishra
First published: