ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି; କହିଲେ ଜବାବ ଦେବ କେନ୍ଦ୍ର

ପ୍ରଥମ ଚିଠିରେ ୨୦୧୮ର ଦିଆଯାଇଥିବା ସମସ୍ତ ତଥ୍ୟକୁ ସଂଲଗ୍ନ କରି ପଠାଯାଇଛି। ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି।

ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି

ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ୨ଟି ଚିଠି ଲେଖିଲେ ବାଚସ୍ପତି

  • Share this:
News18 Odia Digital

ଭୁବନେଶ୍ବର: ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ରକୁ ଦୁଇଟି ଚିଠି ଲେଖିଲେ ବାଚସ୍ପତି। ପ୍ରଥମ ଚିଠିରେ ୨୦୧୮ର ଦିଆଯାଇଥିବା ସମସ୍ତ ତଥ୍ୟକୁ ସଂଲଗ୍ନ କରି ପଠାଯାଇଛି। ସେହିପରି ଦ୍ଵିତୀୟ ଚିଠିଟି କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଲେଖିଛନ୍ତି ବାଚସ୍ପତି। ଏଥିରେ ବାଚସ୍ପତି ଉଲ୍ଲେଖ୍ୟ କରିଛନ୍ତି ଯେ ୨୦୧୮ରେ ବିଧାନସଭା ପକ୍ଷରୁ ଦିଆଯାଇଥିବା ଚିଠି ବିଭାଗ ନିକଟରେ କିପରି ପହଞ୍ଚିନାହିଁ ସେ ସଂକ୍ରାନ୍ତରେ ଏକ ଅନୁଧ୍ୟାନ କରିବା ପାଇଁ ଅନୁରୋଧ କରିଛନ୍ତି ବାଚସ୍ପତି।

ସୂଚନାଯୋଗ୍ୟ ଯେ ଵିଧାନ ପରିଷଦ ସମ୍ପର୍କିତ ସଂକଳ୍ପ ପ୍ରସ୍ତାବ ରାଜ୍ୟ ସରକାର କେନ୍ଦ୍ର ପାଖକୁ ପଠାଇ ନାହାଁନ୍ତି। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁ ରାଜ୍ୟ ସଭାରେ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ। ରେକର୍ଡ ଅନୁସାରେ ଏଭଳି କୌଣସି ସଂକଳ୍ପ କେନ୍ଦ୍ର ସରକାରଙ୍କୁ ମିଳିନାହିଁ ବୋଲି ସ୍ପଷ୍ଟ କରିଥିଲେ। ଏହାକୁ ନେଇ ଏ ଆରମ୍ଭ ହୋଇଥିଲା ରାଜନୀତି।

ବାଚସ୍ପତି କହିଥିଲେ ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ ୨୦୧୮ ସେପ୍ଟେମ୍ବର ୧୮ରେ ଏହି ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇଛି। ସେକେଟରୀ ରାଜ୍ୟ ସଭା ଓ ସେକେଟରୀ ଲୋକ ସଭା ସମେତ ଆଇନ ନ୍ୟାୟ ମନ୍ତ୍ରାଳୟ ଓ ସଂସଦୀୟ ବ୍ୟାପାର ମନ୍ତ୍ରାଳୟକୁ ପଠାଯାଇଛି। କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିଜିଜୁଙ୍କ ଉତ୍ତର ରାଜ୍ୟବାସୀଙ୍କ ମନରେ ରାଜ୍ୟ ସରକାରଙ୍କ ମନରେ ଭୟଙ୍କର ସନ୍ଦେହ ଲାଗିଛି। ଓଡ଼ିଶା ଲୋକ, ଓଡ଼ିଶା ସରକାର ଓ ବିଧାନସଭାକୁ ଏହା ଚକିତ କରୁଛି। ଏହାକୁ ନେଇ ବିଜେଡି ବିଜେପି ମୁହାଁମୁହିଁ ହୋଇଥିଲେ।

ଓଡ଼ିଶାରେ ବିଧାନ ପରିଷଦ ପାଇଁ ୨୦୧୫ରୁ ଚେଷ୍ଟା ଚାଲିଛି। ଏଥିପାଇଁ ଏକ କମିଟି ଗଠନ ହୋଇଥିଲା ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ଗଠନ ହୋଇଥିଲା। ୨୦୧୫ ଜାନୁଆରୀ ୧୯ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା। କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାର, ତେଲେଙ୍ଗାନା ଗସ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲା କମିଟି। ସେହିପରି ୨୦୧୮ ସେପ୍ଟେମ୍ବର ୬ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା।

ସମ୍ବିଧାନର ଧାରା ୧୭୧ (୧) ଅନୁଯାୟୀ ବିଧାନ ପରିଷଦର ସଦସ୍ୟଙ୍କ ସଂଖ୍ୟା ସେହି ରାଜ୍ୟ ବିଧାନସଭାର ସଦସ୍ୟ ସଂଖ୍ୟାର ଏକ ତୃତୀୟାଂଶରୁ ଅଧିକ ହେବ ନାହିଁ। ଏହି ଆଧାରରେ ଓଡ଼ିଶା ବିଧାନ ପରିଷଦ ସଦସ୍ୟଙ୍କ ସଂଖ୍ୟା ୪୯ ହେବାକୁ ଥିବାବେଳେ ଏହା ଭୁବନେଶ୍ବର ସ୍ଥିତ ପୁରୁଣା ବିଧାନସଭା ବିଲ୍‌ ପରିସରରେ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା ଓ ଏଥି ପାଇଁ ବାର୍ଷିକ ୩୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା।
Published by:Lipina Das
First published: