ଛାୟା ବିଧାନସଭା: ପିଲାଙ୍କ ଅଭିନୟ ଦେଖି ଆଶ୍ଚର୍ଯ୍ୟ ହେଲେ ବାଚସ୍ପତି

ବିଧାନସଭାରେ ପାରିତ ହୋଇଛି ଶିଶୁ ଶ୍ରମ ନିରୋଧ ଆଇନ୍ । ମନ୍ତ୍ରୀ ଆଗତ କରିଥିବା ବିଲ୍ ବହୁ ମତରେ ପାରିତ ହୋଇଛି । ଏହି ଦୃଶ୍ୟ ରାଜ୍ୟ ବିଧାନସଭା ନୁହେଁ ବରଂ ଛାୟା ବିଧାନସଭାରେ ଦେଖିବାକୁ ମିଳିଛି ।

ଛାୟା ବିଧାନସଭାକୁ ବାଚସ୍ପତି ଉଦଘାଟନ କରିଥିଲେ (ପ୍ରତୀକାତ୍ମକ ଛବି)

ଛାୟା ବିଧାନସଭାକୁ ବାଚସ୍ପତି ଉଦଘାଟନ କରିଥିଲେ (ପ୍ରତୀକାତ୍ମକ ଛବି)

  • Share this:
()ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ପକ୍ଷରୁ ପୁରୁଣା ବିଧାନ ସୌଧ ପରିସରରେ ଅନୁସ୍ଥିତ ହୋଇଛି ଶିଶୁ ମାନଙ୍କ ଛାୟା ବିଧାନ ସଭା। ପୁରୁଣା ବିଧାନ ସୌଧ ରେ ଆୟୋଜିତ ଛାୟା ବିଧାନ ସଭା ରେ ରେ ବିଧାନ ସଭା ର ଅନୁଭୂତି ସାଉଁଟିଥିଲେ ଛାତ୍ର ଛାତ୍ରୀ।ବିଧାନ ସଭା ବାଚସ୍ପତି ସୂର୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାୟା ବିଧାନ ସଭା ଉଦଘାଟନ କରିଥିଲେ। ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ ର 40 ଦିନିଆ ଶିଶୁ ଅଧିକାର ଅଭିଯାନ ଅବସରରେ ଛୋଟପିଲା ମାନଙ୍କ ପାଇଁ ଛାୟା ବିଧାନ ସଭାର ଆୟୋଜନ କରାଯାଇଥିଲା। ଛାୟା ବିଧାନସଭା ରେ ଯୋଗ ଦେଇ ବିଧାନସଭାର ଅଭିଞ୍ଗତ୍ୟା ସାଉଁଠିଥିବା କହିଛନ୍ତି ଛାତ୍ରଛାତ୍ରୀ।

ସାଇରନ ବାଜିଲା।ଗୄହରେ ଉପସ୍ଥିତ ହେଲେ ବିଧାୟକ।ଆଉ ରାଜ୍ୟପାଳଙ୍କୁ ଗୄହ ଭିତରକୁ ପାଛୋଟି ଆଣିଲେ ବାଚସ୍ପତି।ଭୁବନେଶ୍ୱର ପୁରୁଣା ବିଧାନସୌଧରେ ଏଭଳି ଭାବେ ଆୟୋଜନ ହୋଇଥିଲା ଛାୟାବିଧାନସଭା। ବିଧାନସଭା ର ବଜେଟ ଅଧିବେଶନ ଢାଞ୍ଚା ରେ ଚାଲିଥିଲା ଗୄହକାର୍ୟ୍ୟ।ବାଚଷ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଉଦଘାଟନ କରି ବିଧାନସଭା କାର୍ୟ୍ୟଧାରାସହ ଗାରିମା ସମ୍ପର୍କରେ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ।ସଂସଦୀୟ ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀ ଜାଣିବା ପାଇଁ ଏଭଳି ଆୟୋଜନ କରାଯାଉଥିବା କହିଛନ୍ତି ଶିଶୁ ସୁରକ୍ଷା କମିଶନ।

ରାଜ୍ଯପାଳଙ୍କ ଅଭିଭାଷଣ ପରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଆଗତ ହୋଇଥିଲା ଶୋକ ପ୍ରସ୍ତାବ।ଏହା ପରେ ନବ ନିର୍ବାଚିତ ବିଧାୟକ ଶପଥ ନେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପ୍ରଶ୍ନ କାଳ। ଛାୟା ବିଧାନ ସଭା ପ୍ରଶ୍ନ କାଳରେ ରାଜ୍ୟରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ପ୍ରସଙ୍ଗ ସହ ଶିକ୍ଷା ଅଧିକାର ଆଇନ ଅନୁସାରେ ଘରୋଇ ସ୍କୁଲ ରେ ଆର୍ଥିକ ଅନଗ୍ରସର ପିଲା ଙ୍କୁ ନାମ ଲେଖା ଇବା ପାଇଁ ସୁଯୋଗ ମିଳୁଛି କି ନାହିଁ ଏହାର। ନିରାକରଣ ବ୍ୟବସ୍ଥା ସହ ଶିଶୁ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରିଛନ୍ତି ସେ ନେଇ ବିଭାଗୀୟ ମନ୍ତ୍ରୀ ଙ୍କ ଠାରୁ ଉତ୍ତର ଲୋଡିଥିଲେ ବିରୋଧୀ। ରାଜ୍ୟରେ ଶିଶୁ ଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କଣ ସୁଧାର ଅଣାଯାଇଛି ସେ ନେଇ ବିଭଗିୟ

ମନ୍ତ୍ରୀ ଙ୍କ ଠାରୁ ଉତ୍ତର ଲୋଡିଥିଲେ ବିଧାୟକ। ରାଜ୍ୟରେ କେତେ ସ୍କୁଲ ସ୍ମାର୍ଟ ସ୍କୁଲ କରାଯାଇଛି, ଅଉ କେତେ ସ୍କୁଲ ରୂପାନ୍ତରିତ କରଣ ପାଇଁ ଅଉ କଣ କଣ ଯୋଜନା ହୋଇଛି ସେ ନେଇ ବିଭାଗୀୟ ମନ୍ତ୍ରୀ ଙ୍କା ଠାରୁ ଉତ୍ତର ଲୋଡିଥିଲେ ବିରୋଧୀ।।ବିଧାନ ସଭାରେ କାର୍ଯ୍ୟକ୍ରମ ଭଳି ଛାୟା ବିଧାନ ସଭା ସଭାରେ ଶୋକ ପ୍ରସ୍ତାବ, ପ୍ରଶ୍ନକାଳ,ମୁଲତବୀ ପ୍ରସ୍ତାବ ଆଗତ କରଯାଇଥିଲା। ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଏହୂ ଛାୟା ବିଧାନ ସଭାରେ ଯୋଗ ଦେଇଥିଲେ। ବାଚସ୍ପତି, ବିରୋଧୀ ଦଳ ନେତା, ଗୃହ ର ନେତା, ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଶାସକ ଓ ବିରୋଧୀ ଦଳ ବିଧାୟକ ଭାବେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।ଛାତ୍ରଛାତ୍ରୀ ବି ଖୁସି ଥିବା କହିଛନ୍ତି ।ଛାୟାବିଧାନସଭା ବାଚସ୍ପତି ଶ୍ରଦ୍ଧାଞ୍ଜଳି ଖଟେଇ କହିଛନ୍ତି "ବାଚସ୍ପତି ଟିଭିରେ ଦେଖିଥିଲି।ଏବେ ମୁଁ ନିଜେ ବାଚସ୍ପତି ଭୁମିକା ନିଭାଉଛି।ସାଧାରଣ ଲୋକଙ୍କ ସମସ୍ୟା ବିଧାନସଭା ରେ ଉପସ୍ଥାପିତ ହେବ।ମୋତେ ଖୁସି ଲାଗୁଛି"।

୧୨ ଶିକ୍ଷାନୁଷ୍ଠାନ ର ୬୦ରୁ ଅଧିକ ଛାତ୍ର ଛାତ୍ରଛାତ୍ରୀ ଏହି ଛାୟାବିଧାନସଭା ରେ ଯୋଗ ଦେଇଥିଲେ।
Published by:Soumya Das
First published:
)}