Dr SP Mukherjee: “ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ହେଉଛନ୍ତି ଭାରତୀୟ ଜାତୀୟତାର ଅଲିଭା ବହ୍ନି”

Dr Shyama Prasad Mukherjee remains the shining light of Indian nationalism, writes JP Nadda | ୭୮ ବର୍ଷ ତଳେ ଜମ୍ମୁରେ ପ୍ରବେଶ କରିବା ବେଳେ ଡଃ ମୁଖାର୍ଜୀଙ୍କୁ ଗିରଫ କରାଯାଇଥିଲା । ଗିରଫ ହେବାର ୪୦ ଦିନ ପରେ ଆଜିର ଦିନରେ – ଜୁନ୍ ୨୩, ୧୯୫୩ରେ – ରହସ୍ୟମୟ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ; (ଡାହାଣ) ଜେ.ପି. ନଡ୍ଡା

ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ; (ଡାହାଣ) ଜେ.ପି. ନଡ୍ଡା

  • Share this:
OPINION | ଜେ.ପି. ନଡ୍ଡା (ବି.ଜେ.ପି.ର ଜାତୀୟ ସଭାପତି)

ସ୍ୱାଧୀନତା ପରଠାରୁ ଦେଶରେ ଜାତୀୟତାର (nationalism) ଅବଧାରଣାକୁ ପ୍ରୋତ୍ସାହିତ କରିଥବା, ଜାତୀୟ ଐକ୍ୟ ପାଇଁ ସର୍ବଦା ଲାଗିରହିଥିବା ଓ ଦେଶରେ ଏକ ଶକ୍ତିଶାଳୀ ରାଜନୈ ତିକ ବିକଳ୍ପର ବୀଜ ବୁଣିଥିବା ଜଣେ ହିଁ ବ୍ୟକ୍ତିଙ୍କ ନାଁ ମନକୁ ଆସୁଛି । ସେ ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବ୍ୟତୀତ ଅନ୍ୟ କେହି ନୁହଁନ୍ତି । ସ୍ୱାଧୀନତା ପରେ ଡଃ ମୁଖାର୍ଜୀ ବେଶୀ ଦିନ ଜୀବିତ ରହି ନ ଥିଲେ, ମାତ୍ର ତାଙ୍କର ଆଦର୍ଶ ଓ ସଂଗ୍ରାମ ଭାରତୀୟ ରାଜନୈତିକ ଆକାଶରେ ଏକ ଅଲିଭା ବହ୍ନି ହୋଇ ରହିଛି ।

ଡଃ ମୁଖାର୍ଜୀ ହିଁ ଜାମ୍ମୁ କାଶ୍ମୀରର ସମସ୍ୟାକୁ ବୁଝିଥିଲେ ଓ ତା’ର ସମ୍ପୂର୍ଣ୍ଣ ସମାଧାନ ପାଇଁ ଦାବି କରି ଜୋରଦାର୍‌ ଢଙ୍ଗରେ ସ୍ୱର ଉତ୍ତୋଳନ କରିଥିଲେ । ବଙ୍ଗ ବିଭାଜନ ହେବା ବେଳେ ବି ସେ ଭାରତର ଅଧିକାର ଓ ସ୍ୱାର୍ଥ ପାଇଁ ସଫଳତାର ସହ ଲଢ଼ିଥିଲେ । ସ୍ୱାଧୀନତା ପରବର୍ତ୍ତୀ ଯୁଗରେ ବି ଭାରତୀୟ ଲୋକଙ୍କ ଉପରେ ବାହାରୁ ଆମଦାନୀ ହୋଇଥିବା ଆଦର୍ଶବାଦ ଓ ତତ୍ତ୍ୱକୁ ଲଦିବା ପାଇଁ କଂଗ୍ରେସ ପାର୍ଟିର ଉଦ୍ୟମକୁ ବିରୋଧ କରିବାରେ ଡଃ ମୁଖାର୍ଜୀ ଏକ ଗୁରୁତ୍ୱପୂର୍ଣ୍ଣ ଓ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ । ‘ଭାରତ, ଭାରତୀୟ ଓ ଭାରତୀୟତା’ର ରାଜନୈତିକ ଓ ସାମାଜିକ ଆଦର୍ଶକୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସବୁଠାରୁ ଉପଯୁକ୍ତ ତଥା ସ୍ଥାୟୀ ଜୀବନଶୈଳୀ ଭାବରେ ପ୍ରୋତ୍ସାହିତ କରିବା ଓ ପ୍ରତିଷ୍ଠା କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

ଏହା ବି ପଢ଼ନ୍ତୁ | ରାଜ୍ୟରେ ଗରିବ କାଳିଆ ଯୋଜନାର ଚାଷୀଙ୍କ ପାଇଁ ବଡ଼ ଆର୍ଥିକ କୋଭିଡ୍ ପ୍ୟାକେଜ୍ ଘୋଷଣା କଲେ ନବୀନ

ସ୍ୱାଧୀନତା ପରେ ନେହେରୁ ସରକାରରେ ଭାରତର ପ୍ରଥମ ଶିଳ୍ପ ଓ ଯୋଗାଣ ମନ୍ତ୍ରୀ ଥିଲେ ଡଃ ମୁଖାର୍ଜୀ । ଯଦିଓ ସେ ସରକାରରେ ଯୋଗ ଦେଇଥିଲେ, ନେହେରୁ-ଲିଆକତ ଚୁକ୍ତିରେ କଂଗ୍ରେସ ଦ୍ୱାରା ହିନ୍ଦୁମାନଙ୍କ ସ୍ୱାର୍ଥକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଥିବାରୁ ସେ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ହେଉଛି ତାଙ୍କ ଆଦର୍ଶଗତ ଚେତନାର ଉଜ୍ଜ୍ୱଳ ଉଦାହରଣ । ଡଃ ମୁଖାର୍ଜୀ ନିଜ ଆଦର୍ଶଗତ ପ୍ରତିବଦ୍ଧତା ସହ କେବେ ବି ବୁଝାମଣା କରିନାହାଁନ୍ତି । ନେହେରୁ କ୍ୟାବିନେଟରୁ ତାଙ୍କର ଇସ୍ତଫା ଦେବା ହିଁ ଦେଶରେ ଏକ ରାଜନୈତିକ ବିକଳ୍ପ ଜନ୍ମ ନେବାର ପୂର୍ବାଭାସ ଥିଲା ।

ଏହା ବି ପଢ଼ନ୍ତୁ | ନୟାଗଡ଼: ବର୍ଷର ଝିଅକୁ ମୋବାଇଲ୍ଫୋନରେ ଅଶ୍ଳୀଳ ଭିଡିଓ ଦେଖାଇ ରେପ୍କରିବା ପରେ ହତ୍ୟା କଲାପିଶାଚ ପଡ଼ୋଶୀ

ଏହା ଏକ ଜଣାଶୁଣା ସତ୍ୟ ଯେ ରାଜନୈତିକ ନେତାମାନେ ତଥା ବିଭିନ୍ନ ଆଦର୍ଶରେ ବିଶ୍ୱାସ କରୁଥିବା ଲୋକେ ଭାରତର ସ୍ୱାଧୀନତା ପାଇଁ ଲଢ଼ିବା ଉଦ୍ଦେଶ୍ୟରେ କଂଗ୍ରେସର ଛତା ତଳେ ଏକତ୍ର ହୋଇଥିଲେ। କିନ୍ତୁ ସ୍ୱାଧୀନତା ପରେ ଦେଶରେ ରାଜନୈତିକ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ କଂଗ୍ରେସର ଏକ ବିକଳ୍ପ ଖୋଜିବା ଉପରେ ଗୋଟେ ବିତର୍କ ଆରମ୍ଭ ହୋଇଥିଲା । ଭାରତ ଉତ୍ସାହର ସହ ଏକ ରାଜନୈତିକ ଆଦର୍ଶବାଦ ଖୋଜୁଥିଲା ଯାହା ସାଂସ୍କୃତିକ ଜାତୀୟତା ଜରିଆରେ ଜାତୀୟ ଐକ୍ୟ ପାଇଁ ଓ ତୁଷ୍ଟିକରଣ ରାଜନୀତିର ମୂଳୋତ୍ପାଟନ ପାଇଁ ପ୍ରତିବଦ୍ଧ । ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ହିଁ ଏହି ବିତର୍କର ପତାକା ଉତ୍ତୋଳନକାରୀ ଭାବରେ ଉଭା ହୋଇଥିଲେ, ଯାହା ଫଳରେ ଶେଷରେ ଜନ ସଙ୍ଘର ଗଠନ ହୋଇଥିଲା।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପହିଲି ରଜରେ କାହିଁକି ମନ ଉଦାସ ହେଲା? ଭଦ୍ରକରେ ଭଡ଼ା ଘରେ ପଙ୍ଖାରୁ ଝୁଲି ଜୀବନ ଦେଲେ ଯୁବତୀ

ଡଃ ମୁଖାର୍ଜୀଙ୍କ ପ୍ରବଳ ଉଦ୍ୟମ ଯୋଗୁଁ ଅକ୍ଟୋବର ୨୧, ୧୯୫୧ରେ ଜନ ସଙ୍ଘ ଗଠିତ ହୋଇଥିଲା । ଏମିତି ଏକ ରାଜନୈତିକ ଦଳର ମଞ୍ଜି ବୁଣାଯାଇଥିଲା ଯେଉଁଥିରେ ଜାତୀୟତା ଓ ଭାରତୀୟତାର ଅନ୍ତର୍ନିହିତ ଗୁଣ ରହିଥିଲା । ବିଗତ ଅନେକ ଦଶନ୍ଧି ମଧ୍ୟରେ ଆମେ ଅନେକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରି, ଅନେକ ଯୁଦ୍ଧରେ ଲଢ଼ି ଓ ଅନେକ ଉତ୍ଥାନ-ପତନରୁ ରକ୍ଷା ପାଇ ଆଜି ଯେଉଁଠି ଅଛୁ ସେଇଠି ପହଞ୍ଚିଛୁ ।

ଏହା ବି ପଢ଼ନ୍ତୁ | ସମ୍ବଲପୁରରେ ଗୋଟି ଗୋଟି କରି ଛୁଆ ସ୍ତ୍ରୀକୁ ହାଣିଲା, ନିଜ ତଣ୍ଟି କାଟିଲା; ଗୋଟିଏ ପିଲା ବାପା ମଲେ

୧୯୫୧-୫୨ର ପ୍ରଥମ ସାଧାରଣ ନିର୍ବାଚନରେ ​​ଜନ ସଙ୍ଘ ତିନିଟି ଆସନ ଜିତିବାରେ ସଫଳ ହୋଇଥିଲା । ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ କୋଲକାତା ଆସନ ଜିତି ସଂସଦରେ ପହଞ୍ଚିଥିଲେ । ତାଙ୍କ ଚିନ୍ତାଧାରାର ସ୍ୱଚ୍ଛତା, ତାଙ୍କ ଆଦର୍ଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଓ ଦୂରଦୃଷ୍ଟିରେ ଏକମତ ହୋଇ ବିରୋଧୀ ଦଳମାନେ ଏକତ୍ରିତ ଭାବେ ତାଙ୍କୁ ଲୋକସଭାରେ ବିରୋଧୀ ଦଳର ନେତା ଭାବରେ ମନୋନୀତ କରିଥିଲେ । ବିରୋଧୀ ଦଳର ନେତା ଭାବରେ ଡଃ ମୁଖାର୍ଜୀ ଲୋକଙ୍କ ସମସ୍ୟାକୁ ସଂସଦରେ ବଳପୂର୍ବକ ଉଠାଇ ବିରୋଧୀ ଦଳର ସବୁଠାରୁ ଶକ୍ତିଶାଳୀ ସ୍ୱର ଭାବରେ ଉଭା ହୋଇଥିଲେ ।

ଏହା ବି ପଢ଼ନ୍ତୁ | ମାସ ପରେ ଜେଲ୍ରୁ ବାହାରିବା ବେଳେ BJD ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ମୁହଁରେ ହସ ଥିଲା

ଡକ୍ଟର ମୁଖାର୍ଜୀ ସର୍ବଦା ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଲାଗୁ କରିବା ଓ ଅନୁମତି ପ୍ରଣାଳୀକୁ (permit system) ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ପାଇଁ ବଡ଼ ପ୍ରତିବନ୍ଧକ ବୋଲି ବିବେଚନା କରୁଥିଲେ । ଏଥି ପାଇଁ ସେ ଅନେକ ଥର ସଂସଦରେ ସ୍ୱର ଉତ୍ତୋଳନ କରିଥିଲେ । ଜୁନ୍ ୨୬, ୧୯୫୨ରେ ଜାମ୍ମୁ କାଶ୍ମୀର ଉପରେ ଏକ ବିତର୍କରେ ଅଂଶଗ୍ରହଣ କରି ସେ କହିଥିଲେ ଯେ ଏକ ଗଣତାନ୍ତ୍ରିକ ତଥା ଫେଡେରାଲ୍ ଭାରତରେ ଗୋଟିଏ ରାଜ୍ୟର ନାଗରିକଙ୍କ ଅଧିକାର ଓ ସୁଯୋଗ ଅନ୍ୟ ରାଜ୍ୟଠାରୁ ଭିନ୍ନ ହୋଇପାରିବ ନାହିଁ । ଏହା ଭାରତର ଅଖଣ୍ଡତା ଓ ଏକତା ପାଇଁ କ୍ଷତିକାରକ ବୋଲି ସେ କହିଥିଲେ । ଜାମ୍ମୁ କାଶ୍ମୀରରେ ପ୍ରବେଶ ପାଇଁ ଅନୁମତି ବ୍ୟବସ୍ଥାକୁ ସେ ତୀବ୍ର ବିରୋଧ କରିଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବଲାଙ୍ଗିରରେ ପ୍ରେମ ପାଇଁ ବନ୍ଧୁକ ମୁନରେ ରଖିଥିଲା ପରିବାରକୁ; ଘଣ୍ଟାର ଅପରେସନ୍ପରେ ଧରାପଡ଼ିଲା

ଡକ୍ଟର ମୁଖାର୍ଜୀ ଜାମ୍ମୁରେ ପ୍ରବେଶ କରିବା ସମୟରେ ଗିରଫ ହୋଇଥିଲେ, ଯାହାକୁ ସାରା ଭାରତରେ ବ୍ୟାପକ ବିରୋଧ କରାଯାଇଥିଲା ଓ ଅନେକ ଲୋକ ଗିରଫ ହୋଇଥିଲେ । ଗିରଫ ହେବାର ୪୦ ଦିନ ପରେ ଜୁନ୍ ୨୩, ୧୯୫୩ରେ ଭାରତ ମାତାର ଏହି ମହାନ ପୁତ୍ର ରହସ୍ୟମୟ ପରିସ୍ଥିତିରେ ଜାମ୍ମୁର ଏକ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ସହିଦ ହେବା ଅନେକ ଉତ୍ତରହୀନ ପ୍ରଶ୍ନର କାରଣ ହୋଇଥିଲା, କିନ୍ତୁ ତତ୍କାଳୀନ ନେହେରୁ ସରକାର ଏ ସବୁ ପ୍ରତି ଦୃଷ୍ଟି ଦେଇ ନ ଥିଲେ। ଡକ୍ଟର ମୁଖାର୍ଜୀଙ୍କ ମା’ ଯୋଗମାୟା ଦେବୀ ପଣ୍ଡିତ ଜବାହରଲାଲ ନେହେରୁଙ୍କୁ ଚିଠି ଲେଖି ନିଜ ପୁଅର ରହସ୍ୟମୟ ମୃତ୍ୟୁ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ, କିନ୍ତୁ ସେହି ଅନୁରୋଧକୁ ବି ପ୍ରତ୍ୟାଖ୍ୟାନ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ଡଃ ମୁଖାର୍ଜୀଙ୍କ ଗିରଫ ଓ ମୃତ୍ୟୁ ସମ୍ବନ୍ଧୀୟ ରହସ୍ୟ ଅସମାହିତ ହୋଇ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ରାୟଗଡ଼ାରେ ଜଣେ ଯୁବତୀକୁ ଦୁଇ ଯୁବକ ପ୍ରେମ କଲେ; ଈର୍ଷାରେ ଜଣେ ଅନ୍ୟକୁ ହତ୍ୟା କରି ପୋତିଦେଲା

ଡଃ ମୁଖାର୍ଜୀ କହୁଥିଲେ: “ଏକ ଦେଶ ମେଁ ଦୋ ବିଧାନ୍‌, ଦୋ ପ୍ରଧାନ୍‌ ଔର୍‌ ଦୋ ନିଶାନ୍‌ ନେହିଁ ଚଲେଙ୍ଗେ’’ (ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନ ମନ୍ତ୍ରୀ ଓ ଦୁଇଟି ଜାତୀୟ ପ୍ରତୀକ ରହିପାରିବ ନାହିଁ)। ଏହି ସ୍ଲୋଗାନ୍‌ ପ୍ରଥମେ ଜନ ସଙ୍ଘ ଓ ପରେ ଭାରତୀୟ ଜନତା ପାର୍ଟିର (ବିଜେପି) ସଂକଳ୍ପ ତଥା ମାର୍ଗଦର୍ଶିକ ନୀତି ପାଲଟିଥିଲା । ଦଶନ୍ଧି ଦଶନ୍ଧି ଧରି ଡକ୍ଟର ମୁଖାର୍ଜୀଙ୍କ ସେହି ସ୍ୱପ୍ନ – “ଗୋଟିଏ ଦେଶରେ ଦୁଇଟି ସମ୍ବିଧାନ, ଦୁଇ ଜଣ ପ୍ରଧାନ ମନ୍ତ୍ରୀ ଓ ଦୁଇଟି ଜାତୀୟ ପ୍ରତୀକ ରହିପାରିବ ନାହିଁ” – କେବେ ସାକାର ହେବ କି ନାହିଁ ତାହା ଭାରତର ଲୋକଙ୍କ ମନରେ ପ୍ରଶ୍ନ ହୋଇ ରହିଆସିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ବାରିପଦା COVID ହସ୍ପିଟାଲରେ ଉଲଗ୍ନ ହୋଇ ପଡ଼ିଛନ୍ତି ରୋଗୀ; କେହି ଶୌଚାଳୟରେ କେହି କରିଡରରେ ପଡ଼ିଛି

ଏହା ଏକ ଆଦର୍ଶଗତ ଯୁଦ୍ଧ ଥିଲା । ଗୋଟିଏ ପଟେ କଂଗ୍ରେସ ସମେତ ସର୍ବଦା ତୁଷ୍ଟିକରଣ ରାଜନୀତି କରୁଥିବା ଦଳମାନେ ଥିଲେ, ଆଉ ଅନ୍ୟ ପଟେ ଥିଲା ବିଜେପି । ମାତ୍ର ଆମେ ଦେଶ ମାତୃକାର ସ୍ୱାର୍ଥ ଓ ଏକ୍ୟ ପାଇଁ ଯେକୌଣସି ବଳିଦାନ ଦେବା ପାଇଁ ପ୍ରସ୍ତୁତ ଥିଲୁ । ଆମେ ଆଜି ବି ପ୍ରସ୍ତୁତ ଅଛୁ ।
Published by:Anand S.T. Das
First published: