Gold: ସରକାର ୫୦୦ ଟଙ୍କା ଶସ୍ତାରେ ସୁନା କିଣିବାର ସୁଯୋଗ ଦେଉଛନ୍ତି; ମାତ୍ର ୫ ଦିନ ପାଇଁ ଲାଗୁ

Sovereign gold bond scheme opens | ଶସ୍ତା ସୁନାର ଏହି ସରକାରୀ ଯୋଜନା ସବସ୍କ୍ରିପସନ୍ ପାଇଁ ପାଞ୍ଚ ଦିନ ଖୋଲା ରହିବ । ନିବେଶକମାନେ ବାର୍ଷିକ ୨.୫୦ ପ୍ରତିଶତ ସ୍ଥିର ହାରରେ ସୁଧ ପାଇବେ, ଯାହା ବର୍ଷକୁ ଦୁଇ ଥର ପ୍ରଦାନ କରାଯିବ ।

ସୁନାର ମୂଲ୍ୟ ସୀମା ପ୍ରତି ଗ୍ରାମ୍ ଉପରେ ୪,୭୯୧ ଟଙ୍କା ଧାର୍ଯ୍ୟ କରାଯାଇଛି । (ପ୍ରତୀକାତ୍ମକ ଛବି)

ସୁନାର ମୂଲ୍ୟ ସୀମା ପ୍ରତି ଗ୍ରାମ୍ ଉପରେ ୪,୭୯୧ ଟଙ୍କା ଧାର୍ଯ୍ୟ କରାଯାଇଛି । (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ଯଦି ଆପଣ ବି ସୁନାରେ ନିବେଶ (gold investment) କରିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଆପଣଙ୍କ କାମରେ ଆସିବ । ବାସ୍ତବରେ ନଭେମ୍ବର ୨୯ ତାରିଖଠାରୁ ସରକାର ପୁଣି ଥରେ ସାଧାରଣ ଲୋକଙ୍କୁ ସୁନାରେ ବିନିଯୋଗ କରିବାର ସୁଯୋଗ ଦେଉଛନ୍ତି । ନଭେମ୍ବର ୨୯ରୁ ସରକାରୀ ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୧-୨୨ର (Sovereign Gold Bond Scheme 2021-22) ଅଷ୍ଟମ କିସ୍ତି ଖୋଲାଯାଉଛି ।

ଜାଣନ୍ତୁ କେତେ ଦାମ୍‌
ସରକାରୀ ଗୋଲ୍ଡ ବଣ୍ଡ ସ୍କିମ୍ ୨୦୨୧-୨୨ର ମୂଲ୍ୟ ସୀମା ପ୍ରତି ଗ୍ରାମ୍‌ ଉପରେ ୪,୭୯୧ ଟଙ୍କା ଧାର୍ଯ୍ୟ କରାଯାଇଛି । ରିଜର୍ଭ ବ୍ୟାଙ୍କ୍‌ ସହିତ ପରାମର୍ଶ କରି ସରକାର ଅନଲାଇନରେ ଆବେଦନ କରୁଥିବା ଓ ଡିଜିଟାଲ୍ ପେମେଣ୍ଟ୍ କରୁଥିବା ନିବେଶକମାନଙ୍କୁ ପ୍ରତି ଗ୍ରାମରେ ୫୦ ଟଙ୍କା ରିହାତି ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପରି ନିବେଶକଙ୍କ ପାଇଁ ଇସୁ ମୂଲ୍ୟ ଗ୍ରାମ୍‌ ପିଛା ୪,୭୪୧ ଟଙ୍କା ହେବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାଲକାନଗିରିରେ ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍; ବର ପିତାଙ୍କ ସମେତ ଜଣଙ୍କ ପ୍ରାଣ ଗଲା

ଶସ୍ତା ସୁନାର (cheap gold) ଏହି ଯୋଜନା ସବସ୍କ୍ରିପସନ୍‌ ପାଇଁ ପାଞ୍ଚ ଦିନ ଖୋଲା ରହିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଅନୁଯାୟୀ ଏହି ଯୋଜନା ୨୯ ନଭେମ୍ବର 2୦୨୧ରେ ଖୋଲି ଡିସେମ୍ବର ୩, ୨୦୨୧ରେ ବନ୍ଦ ହେବ । ନଭେମ୍ବର ୨୯ରୁ ପାଞ୍ଚ ଦିନ ପାଇଁ ବଣ୍ଡ୍‌ ପାଇଁ ଆବେଦନ ଦିଆଯାଇପାରିବ । ସୁନା ବଣ୍ଡର (gold bond) କାର୍ଯ୍ୟକାଳ ଆଠ ବର୍ଷ ହେବ । ଏହା ସହିତ ପଞ୍ଚମ ବର୍ଷ ପରେ ପ୍ରସ୍ଥାନ ବିକଳ୍ପ ଉପଲବ୍ଧ ହେବ, ଯାହା ପରବର୍ତ୍ତୀ ସୁଧ ଦେୟ ତାରିଖରେ ବ୍ୟବହାର କରାଯାଇପାରିବ । ନିବେଶକମାନେ ବାର୍ଷିକ ୨.୫୦ ପ୍ରତିଶତ ସ୍ଥିର ହାରରେ ସୁଧ ପାଇବେ, ଯାହା ବର୍ଷକୁ ଦୁଇ ଥର ପ୍ରଦାନ କରାଯିବ ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ଡବଲ୍ମର୍ଡ଼ର: ନାବାଳକ ପୁଅ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ; ପୋଲିସ ନିକଟରେ ସ୍ୱୀକାର କଲା

ଗ୍ରାହକମାନଙ୍କୁ ‘ନୋ ୟୋର୍‌ କଷ୍ଟମର୍‌’ (KYC) ମାନଦଣ୍ଡ ପୂରା କରିବାକୁ ହେବ

ଏହା ପୂର୍ବରୁ ସପ୍ତମ କିସ୍ତିର ଇସୁ ମୂଲ୍ୟ ପ୍ରତି ଗ୍ରାମ୍‌ ୪,୭୬୧ ଟଙ୍କା ଥିଲା । ଆର୍‌.ବି.ଆଇ. ଭାରତ ସରକାରଙ୍କ ତରଫରୁ ଏହି ବଣ୍ଡ୍‌ ଜାରି କରିବ । ବଣ୍ଡ୍‌ କିଣିବା ପାଇଁ ‘ନୋ ୟୋର୍‌ କଷ୍ଟମର୍‌’ (KYC) ମାନଦଣ୍ଡକୁ ସେମିତି ପୂରଣ କରିବାକୁ ହେବ ଯେମିତି ବଜାରରୁ ସୁନା କିଣିବା ସମୟରେ ହୁଏ । ନଭେମ୍ବର ୨୦୧୫ରେ ସରକାରଙ୍କ ସାର୍ବଭୌମ ଗୋଲ୍ଡ ବଣ୍ଡ୍‌ ସ୍କିମ୍ ଆରମ୍ଭ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

ଯଦି ଆପଣ ସାର୍ବଭୌମ ଗୋଲ୍ଡ ବଣ୍ଡରେ ବିନିଯୋଗ କରିବାକୁ ଚାହାଁନ୍ତି, ତେବେ ଆପଣ ଷ୍ଟକ୍ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍, ନିର୍ଦ୍ଦିଷ୍ଟ ଡାକଘର ଓ ସ୍ୱୀକୃତିପ୍ରାପ୍ତ ଷ୍ଟକ୍ ଏକ୍ସଚେଞ୍ଜ, ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ ଲିମିଟେଡ୍ ଓ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରୁ ବଣ୍ଡ୍‌ କିଣି ପାରିବେ । ଯେକୌଣସି ବ୍ୟକ୍ତି ଓ ହିନ୍ଦୁ ଅବିଭାଜିତ ପରିବାର ସର୍ବାଧିକ ଚାରି କିଲୋଗ୍ରାମ୍‌ ପର୍ଯ୍ୟନ୍ତ ବଣ୍ଡ୍‌ କିଣିପାରିବେ । ଟ୍ରଷ୍ଟ୍‌ ଓ ସେମିତି ଅନ୍ୟ ସଂସ୍ଥାମାନଙ୍କ ପାଇଁ ସର୍ବାଧିକ କ୍ରୟ ସୀମା ୨୦ କିଲୋଗ୍ରାମ୍‌ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ସାର୍ବଭୌମ ଗୋଲ୍ଡ ବଣ୍ଡ ସ୍କିମ୍ ନଭେମ୍ବର ୨୦୧୫ରେ ଆରମ୍ଭ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ଥିଲା ଶାରୀରିକ ସୁନାର ଚାହିଦା ହ୍ରାସ କରିବା ଓ ସୁନା କିଣିବା ପାଇଁ ଲୋକେ ବ୍ୟବହାର କରୁଥିବା ଘରୋଇ ସଞ୍ଚୟର ଅଂଶକୁ ଆର୍ଥିକ ସଞ୍ଚୟରେ ପରିବର୍ତ୍ତିତ କରିବା ।
Published by:Anand S.T. Das
First published:
)}