JEE Mainରେ ଓଡ଼ିଶାର ଟପ୍ପର ହେଲେ ସୌରଭ ସୋମ୍ୟକାନ୍ତ ଦାସ; ଦ୍ୱିତୀୟରେ ସ୍ଥିତିପ୍ରଜ୍ଞା

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (NTA) ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ଓଡ଼ିଆ ଛାତ୍ର ସୌରଭ ୯୯.୯୯ ପ୍ରତିଶତ ମାର୍କ ରଖି ୧୨୮ ରାଙ୍କରେ ଅଛନ୍ତି ।

JEE Mainରେ ଓଡ଼ିଶାର ଟପ୍ପର ହେଲେ ସୌରଭ ସୋମ୍ୟକାନ୍ତ ଦାସ; ଦ୍ୱିତୀୟରେ ସ୍ଥିତିପ୍ରଜ୍ଞା
ସୌରଭ ସୋମ୍ୟକାନ୍ତ ଦାସ (ଡାହାଣ) ଓ ସ୍ଥିତିପ୍ରଜ୍ଞା ସାହୁ
  • News18 Odia
  • Last Updated: September 12, 2020, 8:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପ୍ରକାଶ ପାଇଛି ଜେଇଇ ମେନ ପରୀକ୍ଷା ଫଳ। ପ୍ରବେଶିକା ପରୀକ୍ଷା ଶେଷ ହେବାର ମାତ୍ର ପାଞ୍ଚ ଦିନରେ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶା ଟପ୍ପର ହୋଇଛନ୍ତି ସୌରଭ ସୋମ୍ୟକାନ୍ତ ଦାସ। ୧୨୮ ରାଙ୍କ ରଖିଛନ୍ତି ସେ । ୧୮୮ ରାଙ୍କ ରଖି ରାଜ୍ୟର ଦ୍ଵିତୀୟ ଟପ୍ପର ହୋଇଛନ୍ତି ସ୍ଥିତିପ୍ରଜ୍ଞା ସାହୁ ।

ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି ବା ଏନଟିଏ ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ଦେଶର ୨୪ ଜଣ ଛାତ୍ରଛାତ୍ରୀ ୧୦୦ ପ୍ରତିଶତ ମାର୍କ ରଖିଛନ୍ତି । ସେମାନଙ୍କ ମଧ୍ୟରୁ ତେଲେଙ୍ଗାନାର ଆଠ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଦିଲ୍ଲୀର ୫ ଜଣ, ରାଜସ୍ଥାନର ୪ ଜଣ, ଆନ୍ଧ୍ର ପ୍ରଦେଶର ୩ ଜଣ, ହରିୟାଣାର ଦୁଇ ଜଣ, ଆଉ ଗୁଜୁରାଟ ଓ ମହାରାଷ୍ଟ୍ରର ଜଣେ ଲେଖାଏଁ ଏମିତି ପ୍ରାର୍ଥୀ ଅଛନ୍ତି। ଓଡ଼ିଆ ଛାତ୍ର ସୌରଭ ୯୯.୯୯ ପ୍ରତିଶତ ମାର୍କ ରଖିଛନ୍ତି।

‘‘ପରୀକ୍ଷାକୁ ନେଇ ଚିନ୍ତାରେ ଥିଲୁ। କରୋନା ମହାମାରୀ ଭିତରେ କେମିତି ପରୀକ୍ଷା ହେବ, ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ତାକୁ ନେଇ ମନରେ ବ୍ୟସ୍ତତା ଥିଲା। କିନ୍ତୁ ସମ୍ପୂର୍ଣ୍ଣ କୋଭିଡ-୧୯ ଗାଇଡ଼ଲାଇନ ଭିତରେ ପରୀକ୍ଷା ପରିଚାଳନା ହୋଇଥିଲା। ଆଉ ବଡ଼ କଥା ହେଲା ପରୀକ୍ଷା ସରିବାର ମାତ୍ର ପାଞ୍ଚ ଦିନରେ ରେଜଲ୍ଟ ପ୍ରକାଶ ପାଇଛି । ଖୁସି ଲାଗୁଛି,‘‘ କହିଛନ୍ତି ଓଡିଶା ଟପ୍ପର ସୌରଭ ସୋମ୍ୟକାନ୍ତ ଦାସ।

ଓଡିଶା ଟପ୍ପର ସୌରଭଙ୍କୁ ବିଦ୍ୱାନ କ୍ଲସେଜ୍ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଉଛି


‘‘ଜୀବନରେ ଯେତେ ବି ସମସ୍ୟା ଆସୁ ନା କାହିଁକି ସେଥିରେ ନିରାଶ ହେବା କଥା ନୁହେଁ । ବରଂ ସବୁ ପ୍ରତିକୂଳ ପରିସ୍ଥିତିକୁ ଦୃଢ଼ତାର ସହ ସାମନା କରିବା କଥା। ତେବେ ଯାଇ ଆଗକୁ ବଢ଼ିହେବ। ବର୍ତ୍ତମାନର ସମୟରେ ପରୀକ୍ଷାକୁ ନେଇ ଚିନ୍ତିତ ଥିଲି ସତ। ତଥାପି ନିଜକୁ ପୂରା ପ୍ରସ୍ତୁତ କରିଥିଲି,’’ କହିଛନ୍ତି ସୌରଭ ସୋମ୍ୟକାନ୍ତ ଦାସ।

ଆଗକୁ ଜେଇଇ ଆଡ଼ଭାନସଡ ପରୀକ୍ଷା ଅଛି। ସେଥି ପାଇଁ ପ୍ରସ୍ତୁତ ହେଉଛନ୍ତି ସେ । ଜେଇଇ ଆଡଭାନସଡ ପରୀକ୍ଷାରେ ଭଲ ସ୍କୋର କରି ବମ୍ବେ ଆଇଆଇଟିରେ ପଢ଼ିବାକୁ ଇଛା ଥିବା କହିଛନ୍ତି ସୌରଭ।

ଜେଇଇ ମେନ ରେଜଲ୍ଟକୁ ନେଇ ଖୁସି ଥିବା କହିଛନ୍ତି ରାଜ୍ୟର ଦ୍ଵିତୀୟ ଟପ୍ପର ସ୍ଥିତିପ୍ରଜ୍ଞା ସାହୁ। ‘‘କରୋନା ସମୟରେ ସଠିକ ଭାବେ ପରୀକ୍ଷା ପରିଚାଳନା କରାଯିବା ସହ ଖୁବ ଶୀଘ୍ର ରେଜଲ୍ଟ ପ୍ରକାଶ ପାଇଛି। ସେଥି ପାଇଁ ଏନଟିଏ କୁ ଧନ୍ୟବାଦ ଦେଉଛି,’’ କହିଛନ୍ତି ସ୍ଥିତିପ୍ରଜ୍ଞା।

‘‘ନିଜକୁ ଭଲ ଭାବେ ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲି। ହେଲେ ରେଜଲ୍ଟ ଆଉ ଟିକେ ଭଲ ହୋଇଥାନ୍ତା। ଯାହା ବି ହେଉ ରେଜଲ୍ଟ ଆସିଛି। ଏବେ ଜେଇଇ ଆଡ଼ଭାନସଡ ପାଇଁ ପ୍ରସ୍ତୁତ ହେବି। ଭବିଷ୍ୟତରେ ଜଣେ ଭଲ ଆଇଆଇଟିଆନ ହେବାକୁ ଲକ୍ଷ ରଖିଛି,’’ ସେ କହିଛନ୍ତି।

ଏହା ବି ପଢ଼ନ୍ତୁ | ଏହି ଯୁବକ UPSC ପରୀକ୍ଷାରେ ୫ ଥର ଫେଲ୍ ହେଲେ; ଷଷ୍ଠ ଥରରେ ପାସ୍ କରି IAS ହେଲେ

ଏହା ବି ପଢ଼ନ୍ତୁ | ବାୟୁସେନାରେ ରାଫେଲ ବିମାନର ଗୃହପ୍ରବେଶ: ୧୦ଟି ବିନ୍ଦୁରେ ଜାଣନ୍ତୁ କିଛି ବିଶେଷ ତଥ୍ୟ

ରାଜ୍ୟରେ ସ୍ଥାପିତ ୨୬ଟି ପରୀକ୍ଷା କେନ୍ଦ୍ରରେ ୩୮,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ମେନ ପରୀକ୍ଷା ଦେଇଥିଲେ। ସେଥିରୁ କେବଳ ଭୁବନେଶ୍ୱରରେ ୧୬,୦୦୦ ଛାତ୍ରଛାତ୍ରୀ ଥିଲେ। ଏହି ଫଳାଫଳ ଆଧାରରେ ଓଡ଼ିଶାରେ ଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଇଂଜିନିୟରିଂ କଲେଜରେ ବିଟେକ ପାଠ୍ୟକ୍ରମ ପାଇଁ ନାମଲେଖା ହେବ।



ବହୁ ବାଦବିବାଦ ପରେ ସେପ୍ଟେମ୍ବର ୧ରୁ ୬ ତାରିଖ ଯାଏ ଦେଶବ୍ୟାପୀ ଜେଇଇ ମେନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜେଇଇ ମେନ ପରୀକ୍ଷା ଫଳାଫଳ ଆଧାରରେ କୃତି ଛାତ୍ରଛାତ୍ରୀ ଜେଇଇ ଆଡ଼ଭାନସଡ୍‌ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଳିତ ମାସ ୨୭ ତାରିଖରେ ଜେଇଇ ଆଡ଼ଭାନସଡ୍‌ ପରୀକ୍ଷା ହେବ।
Published by: Anand Shankar Thankur Das
First published: September 12, 2020, 8:30 PM IST
corona virus btn
corona virus btn
Loading