• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ସୌମ୍ୟ ମୃତ୍ୟୁ ରହସ୍ୟ: ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମିଛଧରା ପରୀକ୍ଷା ପାଇଁ ଡାକିଲା କ୍ରାଇମ୍ ବ୍ରାଞ୍ଚ୍

ସୌମ୍ୟ ମୃତ୍ୟୁ ରହସ୍ୟ: ତାଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ମିଛଧରା ପରୀକ୍ଷା ପାଇଁ ଡାକିଲା କ୍ରାଇମ୍ ବ୍ରାଞ୍ଚ୍

Soumya wife Bidyabharti called for polygraph test | ପାରଳାଖେମୁଣ୍ଡି DFO ସଂଗ୍ରାମ କେଶରୀ ବେହେରାଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ଥିବା ଯୋଗୁଁ ବିଦ୍ୟାଭାରତୀ ଓ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ବୋଲି ସୌମ୍ୟଙ୍କ ପରିବାର ଏତାଲାରେ କହିଥିଲେ ।

ସୌମ୍ୟରଞ୍ଜନ ଓ ପତ୍ନୀ ବିଦ୍ୟାଭାରତୀ; (ଡାହାଣ) ନିଜ ବାପଘରେ ବିଦ୍ୟାଭାରତୀ

ସୌମ୍ୟରଞ୍ଜନ ଓ ପତ୍ନୀ ବିଦ୍ୟାଭାରତୀ; (ଡାହାଣ) ନିଜ ବାପଘରେ ବିଦ୍ୟାଭାରତୀ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ର ନିଜ ପତ୍ନୀଙ୍କ ଉପସ୍ଥିତିରେ ପାରଳାଖେମୁଣ୍ଡିରେ ଥିବା ନିଜ ସରକାରୀ ବାସଭବନ ଭିତରେ ରହସ୍ୟମୟ ଢଙ୍ଗରେ ନିଆଁରେ ଜଳିଯିବା ଓ ଦିନକ ପରେ ମୃତ୍ୟୁ ବରଣ କରିବା ଘଟଣାର ରହସ୍ୟ ଖୋଲିବାର ଆଶା ବଢ଼ିଛି । ଏହି ଘଟଣାର ଦୁଇ ମାସ ବିତିଯିବା ପରେ ଶେଷରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ମିଛଧରା ପରୀକ୍ଷା (ପଲିଗ୍ରାଫ ଟେଷ୍ଟ୍‌ ବା ଲାଇ ଡିଟେକ୍ସନ ଟେଷ୍ଟ୍‌) କରିବାକୁ ଯାଉଛି କ୍ରାଇମ୍‌ ବ୍ରାଞ୍ଚ ।

ଏବେ ମୟୂରଭଞ୍ଜର କପ୍ତିପଦାରେ ନିଜ ବାପାଙ୍କ ଘରେ ଥିବା ବିଦ୍ୟାଭାରତୀଙ୍କୁ ଏଥି ପାଇଁ ଭୁବନେଶ୍ୱର ଫରେନସିକ୍ ଲ୍ୟାବକୁ ଡକାଇଛି କ୍ରାଇମ୍‌ ବ୍ରାଞ୍ଚ । ସେଇଠି ଶନିବାର ଦିନ ପାରଳାଖେମୁଣ୍ଡି ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ପ୍ରାୟ ତିନି ଘଣ୍ଟା ଧରି ଲାଇ ଡିଟେକସନ୍‌ ଟେଷ୍ଟ୍‌ କରାଯାଇଥିଲା ।

ଏହା ବି ପଢ଼ନ୍ତୁ | ପୁଣି ନିର୍ଭୟା: ମୁମ୍ବାଇରେ ଅଟୋ ଭିତରେ ରେପ୍ ହୋଇଥିବା ମହିଳାଙ୍କ ମୃତ୍ୟୁ; ଗୁପ୍ତାଙ୍ଗରେ ଲୁହା ରଡ଼ରେ ଆକ୍ରମଣ ହୋଇଥିଲା

ବେହେରାଙ୍କର ବିଦ୍ୟାଭାରତୀଙ୍କ ସହ ଅନୈତିକ ସମ୍ପର୍କ ଥିବା ଯୋଗୁଁ ବିଦ୍ୟାଭାରତୀ ଓ ତାଙ୍କ ସ୍ୱାମୀ ସୌମ୍ୟରଞ୍ଜନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା ବୋଲି ସୌମ୍ୟଙ୍କ ପରିବାର ଏତାଲାରେ କହିଥିଲେ । ସେମାନେ ଏହା ବି ଅଭିଯୋଗ କରିଥିଲେ ଯେ ବିଦ୍ୟାଭାରତୀ ଓ ଡି.ଏଫ୍‌.ଓ. ମିଶି ଏକ ଚକ୍ରାନ୍ତ କରି ସୌମ୍ୟଙ୍କୁ ହତ୍ୟା କରିଛନ୍ତି ବା କରାଇଛନ୍ତି ।

ବିଦ୍ୟାଭାରତୀ ଓ (ଡାହାଣ) ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

ଲାଇ ଡିଟେକସନ୍‌ ଟେଷ୍ଟ୍‌ ବେଳେ ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ୫୦ରୁ ଅଧିକ ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଏହି ମାମଲାରେ ଡି.ଏଫ୍‌.ଓ.ଙ୍କୁ ଜେରା କରିଥିଲା କ୍ରାଇମ୍‌ ବ୍ରାଞ୍ଚ୍‌ । ବିଦ୍ୟାଭାରତୀ ଓ ତାଙ୍କ ପରିବାର ଲୋକଙ୍କୁ ବି ଜେରା କରାଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | UPରେ କୁସ୍ତି ଖେଳ ଚାଲିଥିବା ବେଳେ ଖେଳାଳିଙ୍କ ବେକ ଭାଙ୍ଗିଗଲା ମୃତ୍ୟୁ ହେଲା; VIDEO ଭାଇରାଲ୍

ବିଦ୍ୟାଭାରତୀଙ୍କ ପାଇଁ ଏକ ସ୍ବତନ୍ତ୍ର ପ୍ରଶ୍ନାବଳୀ ପ୍ରସ୍ତୁତ ହୋଇଛି । ମିଛଧରା ପରୀକ୍ଷା ସମୟରେ ଜଣେ ସାକ୍ଷୀ ସେଠାରେ ଉପସ୍ଥିତ ରହିବେ । ବିଶେଷ କରି ନିର୍ଦ୍ଧିଷ୍ଟ କେଉଁ କାରଣରୁ ସୌମ୍ୟରଞ୍ଜନଙ୍କ ସହିତ ତାଙ୍କର ବିବାଦ ହୋଇଥିଲା ଓ ସେ ତାଙ୍କଠାରୁ ଛାଡ଼ପତ୍ର ନେବା ପାଇଁ ଚାହୁଁଥିଲେ, ସୌମ୍ୟଙ୍କ ଦେହରେ ନିଆଁ ଲାଗିବା ସମୟରେ ସେ କଣ କରୁଥିଲେ, ଡି.ଏଫ.ଓ.ଙ୍କ ସହିତ ତାଙ୍କର କିଛି ସମ୍ପର୍କ ଥିଲା କି ଆଦି ଅନେକ ପ୍ରଶ୍ନର ଉତ୍ତର ଦେବେ ବିଦ୍ୟାଭାରତୀ । ଏହି କାର୍ଯ୍ୟକୁ ବହୁ ବିଳମ୍ବରେ କରାଗଲା ବୋଲି କହିଛନ୍ତି ସୌମ୍ୟରଞ୍ଜନଙ୍କ ପରିବାରର ଓକିଲ ।

ସୌମ୍ୟରଞ୍ଜନଙ୍କ ପରିବାରର ଓକିଲ ପାର୍ଥ ସାରଥୀ ନାୟକ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

‘‘କ୍ରାଇମ୍‌ ବ୍ରାଞ୍ଚ୍‌ ଡି.ଏଫ୍‌.ଓ. ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କୁ ଲାଇ ଡିଟେକସନ୍‌ ଟେଷ୍ଟ୍‌ କରିବା ପରେ ଏବେ ବିଦ୍ୟାଭାରତୀଙ୍କ ଲାଇ ଡିଟେକସନ୍‌ ଟେଷ୍ଟ୍‌ କରିବାକୁ ମୁଁ ସ୍ୱାଗତ କରୁଛି । ହେଲେ କ୍ରାଇମ୍‌ ବ୍ରାଞ୍ଚ୍‌ ତଦନ୍ତରେ ଯେମିତି ବିଳମ୍ବ କରିଚାଲିଛି ସେଥିରୁ ଲୋକଙ୍କ ମନରେ ସ୍ୱତଃପ୍ରବୃତଃ ଭାବେ ଧାରଣା ସୃଷ୍ଟି ହେଉଛି ଯେ ସେମାନେ ଏହି ମାମଲାରେ ନିଷ୍କର୍ଷରେ ପହଞ୍ଚିପାରିବେ ନାହିଁ,’’ କହିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ପରିବାରର ଓକିଲ ପାର୍ଥ ସାରଥୀ ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

ଜୁଲାଇ ୧୨ ତାରିଖ ରାତିରେ ପାଲାଖେମୁଣ୍ଡିରେ ନିଜ ସରକାରୀ ବାସଭବନରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ନିଆଁରେ ରହସ୍ୟମୟ ଢଙ୍ଗରେ ଜଳିଯାଇଥିଲେ ୩୨ ବର୍ଷୀୟ ସୌମ୍ୟରଞ୍ଜନ । ପର ଦିନ କଟକର ଏକ ଘରୋଇ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଥିଲା । ସୌମ୍ୟଙ୍କ ବିବାହ ଏହାର ମାତ୍ର ଛଅ ମାସ ତଳେ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’

କ୍ରାଇମ୍‌ ବ୍ରାଞ୍ଚ୍‌ ପୂର୍ବରୁ କରିଥିବା ଜେରା ବେଳେ କେତେକ ବ୍ୟକ୍ତି ମିଛ କହିଥିବାର ସନ୍ଦେହ ବଢ଼ିବା ପରେ ସତ ଉଗାରିବା ପାଇଁ ଏବେ ସେମାନଙ୍କର ଲାଏ ଡିଟେକ୍ସନ ଟେଷ୍ଟ୍‌ କରାଯାଉଛି ବୋଲି କୁହାଯାଉଛି । ବାଲେଶ୍ୱର ଜିଲ୍ଲାର ଖଇରାରେ ରହୁଥିବା ସୌମ୍ୟଙ୍କ ପରିବାର ଡି.ଏଫ.ଓ. ସଂଗ୍ରାମ କେଶରୀ ବେହେରା, ପାରଳାଖେମୁଣ୍ଡି ଥାନା ଓ.ଆଇ.ସି. ବିବେକାନନ୍ଦ ସ୍ୱାଇଁ ଓ ବିଦ୍ୟାଭାରତୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ ।
Published by:Anand S.T. Das
First published: