News18 Odia Digital
ଭୁବନେଶ୍ୱର: ପାରଳାଖେମୁଣ୍ଡିରେ ନିଜ ସରକାରୀ ବାସଭବନରେ ସନ୍ଦେହଜନକ ସ୍ଥିତିରେ ନିଆଁରେ ଜଳି ମୃତ୍ୟୁ ବରଣ କରିଥିବା ଯୁବ ବନ ବିଭାଗ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ମିଛଧରା ପରୀକ୍ଷା (ଲାଇ ଡିଟେକ୍ସନ୍ ଟେଷ୍ଟ୍ ବା ପଲିଗ୍ରାଫ ଟେଷ୍ଟ୍) କରିଛି କ୍ରାଇମ୍ ବ୍ରାଞ୍ଚ୍। ୩୨-ବର୍ଷୀୟ ସୌମ୍ୟରଞ୍ଜନଙ୍କ ଦେହରେ ନିଆଁ ଲାଗିବା ବେଳେ ସେହି ଘରେ ତାଙ୍କ ସହ କେବଳ ପତ୍ନୀ ବିଦ୍ୟାଭାରତୀ ହିଁ ଥିଲେ । ହେଲେ ସେହି ଘଟଣା ପରେ ଏ ପର୍ଯ୍ୟନ୍ତ ତାଙ୍କ ସହ ପାରଳାଖେମୁଣ୍ଡି ଥାନା ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ୍ କରିଥିବା ପଚରାଉଚରାରେ ସେ କହିଆସିଥିଲେ ଯେ ସୌମ୍ୟଙ୍କ ଦେହରେ କେମିତି ନିଆଁ ଲାଗିଲା ତାହା ସେ ଜାଣିନାହାନ୍ତି ।
ସୋମବାର ସକାଳ ୯ଟା ୧୫ରେ ଭୁବନେଶ୍ବରରେ ଥିବା ରାଜ୍ୟ ଫରେନସିକ୍ ସାଇନ୍ସ ଲାବରେଟରିରେ କ୍ରାଇମ୍ ବ୍ରାଞ୍ଚର ଏକ ଗାଡି଼ରେ ଧଳା ଡ୍ରେସ୍ ପିନ୍ଧି ଆସି ପହଞ୍ଚିଥିଲେ ବିଦ୍ୟାଭାରତୀ । ତାଙ୍କ ସାଙ୍ଗରେ ଥିଲେ ତାଙ୍କ ବାପା ଓ ମାଆ । ସକାଳ ୧୦ଟା ୧୦ରେ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଥିଲା । ତାଙ୍କ ଦେହରେ ଲାଗିଥିଲା ଅତ୍ୟାଧୁନିକ ମିଛ-ଧରା ମେସିନ୍ । ତାଙ୍କୁ ଅଢ଼େଇ ଘଣ୍ଟା ଧରି ଏକାଧିକ ପ୍ରଶ୍ନ ପଚାରିଥିଲା କ୍ରାଇମ୍ ବ୍ରାଞ୍ଚ୍ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କରୋନା ୱାର୍ଡ଼ରେ ଫିଲ୍ମ ଗୀତ ଶୁଣୁଥିବା ଭାଇରାଲ୍ VIDEOର ସେହି ଯୁବତୀଙ୍କ ମୃତ୍ୟୁ ହେଲା; ସୋନୁ ସୁଦ୍ ଦୁଃଖିତପୂର୍ବରୁ ନିଜ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନେବାକୁ ଇଚ୍ଛା କରିଥିବା ଓ ଡାଏରୀରେ ତାଙ୍କ ପ୍ରତି ଅପଶବ୍ଦ ଲେଖିଥିବା ବିଦ୍ଯାଭାରତୀଙ୍କୁ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ଏମିତି ଥିଲା ବୋଲି ଜଣାପଡ଼ିଛି: ଆପଣଙ୍କ ପାରିବାରିକ ସମ୍ପର୍କ କେମିତି ଥିଲା? ପାରଳାଖେମୁଣ୍ଡି ଡି.ଏଫ.ଓ. ସଂଗ୍ରାମ କେଶରୀ ବେହେରାଙ୍କ ସହ କେମିତି ଓ କେବେଠୁ ସମ୍ପର୍କ ଥିଲା? (ସୌମ୍ୟଙ୍କ ପରିବାର ଲୋକଙ୍କ ଏତାଲା ଅନୁସାରେ ସୌମ୍ୟ ପୂର୍ବରୁ ଅଭିଯୋଗ କରିଥିଲେ ଯେ ବେହେରାଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସମ୍ପର୍କ ରହିଛି ।) ଘଟଣା ଦିନ ଘରେ କେଉଁମାନେ ଥିଲେ? ସୌମ୍ୟଙ୍କ ଶରୀରରେ ନିଆଁ ଲାଗିବା ବେଳେ ସେ (ବିଦ୍ୟା) କେଉଁଠି ଥିଲେ? ଡି.ଏଫ.ଓ.ଙ୍କ ଘର ଆଗରେ ସୌମ୍ୟଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ କାହିଁକି ଅଟକି ରହିଥିଲା? ଗାଡି଼ ରଖିବା ପାଇଁ କିଏ କହିଥିଲା?

ବିଦ୍ୟାଭାରତୀ (ଧଳା ଡ୍ରେସରେ) ଫରେନସିକ୍ ସାଇନ୍ସ ଲାବରେଟରିରୁ ବାହାରକୁ ଆସୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁଏମିତି ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ବିଦ୍ୟାଭାରତୀ, ଯାହା ଠିକ୍ ନା ଭୁଲ୍ ତାହା ଏହି ପରୀକ୍ଷା ରିପୋର୍ଟରୁ ସ୍ପଷ୍ଟ ହେବ। ଦୁଇ ଦିନ ତଳେ ଏବେ ବି ସେହି ପାରଳାଖେମୁଣ୍ଡିରେ ନିଜ ପଦରେ ଥିବା ଡି.ଏଫ୍.ଓ. ସଂଗ୍ରାମ କେଶରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିଲା । ସୌମ୍ୟଙ୍କ ମୃତ୍ୟୁର ୭୦ ଦିନ ପରେ ଏବେ ବିଦ୍ୟାଭାରତୀଙ୍କ ଏହି ଟେଷ୍ଟ ସେହି ରହସ୍ୟମୟ ମୃତ୍ୟୁ ମାମଲାର ତଦନ୍ତକୁ ସହଜ ଓ ସ୍ପଷ୍ଟ କରିବ ବୋଲି ଆଶା ରଖିଛି କ୍ରାଇମ୍ ବ୍ରାଞ୍ଚ୍ ।
ଏହା ବି ପଢ଼ନ୍ତୁ | ସ୍ତ୍ରୀ ଓ ପିଲାକୁ ବଞ୍ଚାଇବାକୁ ଚିତାବାଘ ସହ ଲଢ଼ି ତାକୁ ମାରିଦେଲେ; VIDEOରେ ଦିଶିଲା ସାହସହେଲେ ସୌମ୍ୟରଞ୍ଜନଙ୍କୁ ଚକ୍ରାନ୍ତ କରି ହତ୍ୟା କରାଯାଇଛି ବୋଲି ପ୍ରଥମରୁ କହିଆସୁଥିବା ତାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ବିଦ୍ୟାଭାରତୀଙ୍କ ପଲିଗ୍ରାଫ ଟେଷ୍ଟ୍ ନୁହେଁ ବରଂ ତାଙ୍କୁ ଗିରଫ କରାଯାଉ । ଏହି ଘଟଣାରେ ଗଜପତି ଜିଲ୍ଲାପାଳ, ତଦସିଲଦାର, ଡାକ୍ତର ଓ ଗୁରାଣ୍ଡି ଥାନା ଓ.ଆଇ.ସି. ମମତା ପଣ୍ଡାଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯାଉ ବୋଲି ଦାବି କରିଛନ୍ତି ତାଙ୍କ ପରିବାର । ପୁଅର ମୃତ୍ୟୁ ପଛରେ ଏକ ବଡ଼ ଷଡଯନ୍ତ୍ର ରହିଥିବା ଅଭିଯୋଗ କରିଛନ୍ତି ସୌମ୍ୟଙ୍କ ବାପା ଓ ମାଆ ।

ଡିସେମ୍ବର ୨୦୨୦ରେ ବିବାହ ପରେ ସୌମ୍ୟଙ୍କ ସହ ବିଦ୍ୟା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ପୁଅକୁ ନେଇ ଅଭିନେତ୍ରୀ ଶ୍ୱେତା ତିୱାରୀ ଓ ପୂର୍ବ ପତିଙ୍କ ମଧ୍ୟରେ ଝଗଡ଼ା CCTV ଫୁଟେଜ୍ ଓ VIDEOରେ ଜାରି‘‘ଏତେ ବିଳମ୍ବରେ ହେଉଛି ଏହି ପରୀକ୍ଷା । ତାକୁ (ବିଦ୍ୟାଭାରତୀଙ୍କୁ) ଗିରଫ କରି ଜେରା କଲେ ସେ ସତ କହିପାରେ । ସେ ହିଁ ସବୁ ଜାଣିଛି,’’ କହିଛନ୍ତି ମୃତ ସୌମ୍ୟରଞ୍ଜନଙ୍କ ମାଆ ତୁଳସୀ ମହାପାତ୍ର । ସେ କହିଛନ୍ତି ଯେ ମାତ୍ର ଛଅ ମାସ ତଳେ ବିଦ୍ୟାଭାରତୀଙ୍କୁ ବିବାହ କରିଥିବା ସୌମ୍ୟ ତାଙ୍କୁ କହିଥିଲେ ଯେ ସେ ଶୀଘ୍ର ଘରକୁ ଆସି ତାଙ୍କୁ କୋଲକାତା ନେଇଯିବେ ଓ ତାଙଅକୁ ନିଜ ପାଖକୁ ବି ନେଇଯିବେ ।
ଏହା ବି ପଢ଼ନ୍ତୁ | ସନ୍ନି ଲିଓନିଙ୍କ ପ୍ରାରମ୍ଭିକ ଜୀବନ ସହଜ ନ ଥିଲା; ଚାହୁଁଥିଲେ ନର୍ସ ହେବେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଲାମୃତ ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି, ‘‘ମୋ’ ପୁଅର ହତ୍ୟା ମାମଲାରେ ପାରଳାଖେମୁଣ୍ଡି ପୋଲିସ ୩୨ ଦିନ ତଦନ୍ତ କରିବା ପରେ ଏବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତ ଚାଲିଛି । ମଝିରେ ମଝିରେ ଅଟକି ରହି ପୁଣି ଆଗକୁ ବଢୁଛି ତଦନ୍ତ । ହେଲେ ଏହି ମାମଲାରେ ଗଜପତି ଜିଲ୍ଲାପାଳ, ତଦସିଲଦାର, ଡାକ୍ତର, ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଓ ଗୁରାଣ୍ଡି ଥାନା ଓ.ଆଇ.ସି. ମମତା ପଣ୍ଡାଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ କରାଯିବା ଦରକାର । ଡି.ଏଫ୍.ଓ.ଙ୍କୁ ସେଠାରୁ ବଦଳି କରି ତଦନ୍ତ କରା ନ ଗଲେ ସତ ବାହାରିବ ନାହିଁ । ସେ ସେଠି ଥିବା ପର୍ଯ୍ୟନ୍ତ କୌଣସି ତଳିଆ କର୍ମଚାରୀ ଚାପ ଓ ଭୟରେ ସତ କହିବେ ନାହିଁ ।’’

ସୌମ୍ୟରଞ୍ଜନଙ୍କ ମାଆ ତୁଳସୀ ମହାପାତ୍ର
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଏହି ବଲିଉଡ୍ ସେଲିବ୍ରିଟିମାନଙ୍କ ଫିଟନେସ୍ ମନ୍ତ୍ର ହେଉଛି ଯୋଗ; ସେମାନେ ଦିନ ଆରମ୍ଭ କରନ୍ତି ଯୋଗରୁ‘‘ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁ ଡି.ଏଫ୍.ଓ.ଙ୍କଠାରୁ ପଇସା ଖାଇ ପୂରା ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ । ତାଙ୍କୁ ଗିରଫ କରାଯିବା ଦରକାର । ଡି.ଏଫ୍.ଓ.ଙ୍କ ବଦଳି କରି ତଦନ୍ତ ନ ହେଲେ ଆମକୁ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତରୁ ନ୍ୟାୟ ମିଳିବ ନାହିଁ,’’ କହିଛନ୍ତି ସୌମ୍ୟରଞ୍ଜନଙ୍କ ବାପା ଅଭିରାମ ମହାପାତ୍ର ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘କିଛି ବାହାରୁନି ଏଥିରୁ…’’ ଖାଲି ଅମ୍ଳଜାନ ମାସ୍କ ଧରି ମୃତ୍ୟୁ ପୂର୍ବରୁ VIDEOରେ କହିଥିଲେ ଅଭିନେତା ରାହୁଲ ଭୋରାଜୁଲାଇ ୧୨ ତାରିଖରେ ଘଟିଥିବା ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରି ବିଶେଷ କିଛି ବାହାରକରିପାରି ନ ଥିଲା ପାରଳାଖେମୁଣ୍ଡି ପୋଲିସ । ଏବେ ଏହି ମାମଲାର ତଦନ୍ତକୁ ତ୍ବରାନ୍ବିତ କରିଛି କ୍ରାଇମ ବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟୁ ଘଟଣାରେ ୨୨ ଜଣଙ୍କ ବୟାନ ରେକର୍ଡ଼ ସରିଥିବା ବେଳେ ଏବେ ପଲିଗ୍ରାଫ ଟେଷ୍ଟର ସାହାଯ୍ୟ ନିଆଯାଇଛି। ହେଲେ କ୍ରାଇମ ବ୍ରାଞ୍ଚକୁ ପଲିଗ୍ରାଫ୍ ଟେଷ୍ଟ୍ କେତେ ସହାୟକ ହେବ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।