News18 Odia Digital
ପାରଳାଖେମୁଣ୍ଡି: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ତିନି ଅଭିଯୁକ୍ତମାନଙ୍କ ବିରୋଧରେ ଚାଲିବ ମାମଲା । ଏହି ମାମଲାରେ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ପଣ୍ଡା, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟା ମନ୍ନଥ କୁମ୍ଭଙ୍କ ନାଁରେ ଅଭିଯୋଗ ହୋଇଛି । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ ଏହି ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି।
ତିନି ଜଣଙ୍କ ନାଁରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 302 ବା ହତ୍ୟା ଏବଂ 120 B ବା ଅପରାଧିକ ଷଡ଼ଯନ୍ତ୍ର ମାମଲା ରୁଜ୍ଜୁ ହୋଇଛି । ଆବେଦନକାରୀଙ୍କ ଆବେଦନ, ରେକର୍ଡ କରାଯାଇଥିବା ବୟାନ ଏବଂ ଅନ୍ୟାନ୍ୟ ଦଲିଲ ଦସ୍ତାବିଜକୁ ତର୍ଜମା କରି କୋର୍ଟ କହିଛନ୍ତି ଯେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଅଭିଯୋଗ ବିଚାରଯୋଗ୍ୟ । ଏ ସଂପର୍କରେ ସୂଚନା ଦେଇଛନ୍ତି ସୌମ୍ୟରଞ୍ଜନଙ୍କ ଓକିଲ ପାର୍ଥସାରଥୀ ନାୟକ ।
ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରି : ବର୍ଷେ ପରେବି ମିଳିନି ନ୍ୟାୟ... ଦୁଃଖରେ ଦିନ କାଟୁଛନ୍ତି ବାପା ମାସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୨ ତାରିଖ ରାତିରେ ACF ସୌମ୍ୟରଞ୍ଜନ ମହାପାତ୍ର ନିଜ ସରକାରୀ ବାସଭବନରେ ପୋଡ଼ି ହୋଇଥିବା ଜଣାପଡ଼ିଥିଲା। ପୋଲିସ ପହଞ୍ଚି ପ୍ରଥମେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟ, ପରେ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ପୋଲିସ ତଦନ୍ତ କରିବା ପରେ କ୍ରାଇମବ୍ରାଞ୍ଚର ଏକ ଟିମ୍ ପହଞ୍ଚି ତଦନ୍ତ ପରେ କ୍ଳିନ୍ ଚିଟ୍ ମଧ୍ୟ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତରେ ସନ୍ତୁଷ୍ଟ ନ ହୋଇ ପୁଣି ଥରେ ପାରଳାଖେମୁଣ୍ଡି SDJM କୋର୍ଟରେ ପୁଅର ହତ୍ୟା ମାମଲାର ବିଚାର ପାଇଁ ଆବେଦନ କରିଛନ୍ତି ମୃତ ସୌମ୍ୟରଞ୍ଜନ ମହାପାତ୍ରଙ୍କ ବାପା ଅଭିରାମ ମହାପାତ୍ର । SDJM କୋର୍ଟ ଏହି ମାମଲାକୁ ଗୁରୁତ୍ବ ସହ ନେଇ CRPC 320,120 B ଧାରାରେମାମଲାକୁ ବିଚାର ଲାଗି ଗ୍ରହଣ କରିଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।