ସୌମ୍ୟଙ୍କ ମୃତ୍ୟୁ: ପୋଷ୍ଟମର୍ଟମ୍ ରିପୋର୍ଟ କହିଲା ଦେହ ୯୫% ପୋଡ଼ିଯାଇଥିଲା, ପେଟରେ ଦାନା ନ ଥିଲା

ପୋଷ୍ଟମଟମ୍ ରିପୋର୍ଟରେ ସେମିତି କୌଣସି ପ୍ରାମାଣିକ ତଥ୍ୟ ମିଳି ନାହିଁ ଯାହା ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଥିବା ଅଭିଯୋଗକୁ ବଳ ଦେବ । ପୋଲିସ ଆରମ୍ଭରୁ ଏହି ଘଟଣାକୁ ଏକ ଦୁର୍ଘଟଣାଜନିତ ପୋଡ଼ି ଘଟଣା ବୋଲି କହୁଛି ।

ପୋଷ୍ଟମର୍ଟମ ରିପୋର୍ଟ ନେବାକୁ ସୌମ୍ୟଙ୍କ ପିତା ଥାନାକୁ ଯାଉଛନ୍ତି; (ଡାହାଣ) ସୌମ୍ୟ ଓ ବିଦ୍ୟା

ପୋଷ୍ଟମର୍ଟମ ରିପୋର୍ଟ ନେବାକୁ ସୌମ୍ୟଙ୍କ ପିତା ଥାନାକୁ ଯାଉଛନ୍ତି; (ଡାହାଣ) ସୌମ୍ୟ ଓ ବିଦ୍ୟା

  • Share this:
News18 Odia Digital

କଟକ: ଏ.ସି.ଏଫ୍‌. ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ୧୫ ଦିନ ପୂରିଥିବା ବେଳେ ସୋମବାର ଦିନ ଆସିଥିବା ତାଙ୍କ ପୋଷ୍ଟମଟମ୍ ରିପୋର୍ଟ ତାଙ୍କ ରହସ୍ୟମୟ ମୃତ୍ୟୁ ମାମଲାକୁ ଏକ ଭିନ୍ନ ଦିଗ ଦେଇପାରେ ବୋଲି ଅନୁମାନ କରାଯାଉଛି । ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରୁଥିବା ବେଳେ ଏହି ରିପୋର୍ଟ ପୋଲିସର ‘‘ଆକ୍ସିଡେଣ୍ଟାଲ୍ ଡେଥ୍’’ ଥିଓରୀକୁ ଅଧିକ ବଳ ଦେଉଥିବା ପ୍ରତୀତ ହେଉଛି ।

ଏସ୍‌.ସି.ବି. ହସପିଟାଲର ଫରେନସିକ୍‌ ବିଭାଗ ପକ୍ଷରୁ ପୋଲିସକୁ ଦିଆଯାଇଥିବା ଏହି ପୋଷ୍ଟମଟମ୍ ରିପୋର୍ଟରେ ସୌମ୍ୟରଞ୍ଜନ ଶରୀରର ୯୫ ପ୍ରତିଶତ ଭାଗ ନିଆଁରେ ପୋଡ଼ି ହୋଇଯାଇଥିବା, ତାଙ୍କର ଶରୀରର ତଥା ମୁଣ୍ଡରୁ କିରୋସିନ୍ ଗନ୍ଧ ଆସୁଥିବା, ପାଟି ଓ ଗଳାରୁ କାର୍ବନ୍ ଅଂଶ ମିଳିବା, ପାକସ୍ଥଳୀ ଖାଲିଥିବା ଓ ସେଥିରେ କୌଣସି ସନ୍ଦିଗ୍ଧ ଉପାଦାନ ନ ମିଳିବା କଥା ଉଲ୍ଲେଖ ରହିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ନିଜ ଯୌନ ଜୀବନ କେମିତି ସକ୍ରିୟ ରଖିବେ? VIDEOରେ ଦେଖାଇଲେ ଅଭିନେତା ବିଦ୍ୟୁତ୍ ଜାମୱାଲ୍

ପୋଷ୍ଟମଟମ୍ ରିପୋର୍ଟରେ ସେମିତି କୌଣସି ପ୍ରାମାଣିକ ତଥ୍ୟ ମିଳି ନାହିଁ ଯାହା ସୌମ୍ୟରଞ୍ଜନଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଥିବା ଅଭିଯୋଗକୁ ବଳ ଦେବ । ସୌମ୍ୟରଞ୍ଜନଙ୍କ ପରିବାରଙ୍କ ଅଭିଯୋଗ ମୁତାବକ ଅନ୍ୟ କୌଣସି ସ୍ଥାନରେ ସୌମ୍ୟଙ୍କୁ ପୋଡ଼ାଯିବା ପରେ ତାଙ୍କୁ ତାଙ୍କ କ୍ବାଟରକୁ ଅଣାଯାଇଥିଲା । କିନ୍ତୁ ଯଦି ଏପରି ହୋଇଥାନ୍ତା ତେବେ ସୌମ୍ୟଙ୍କ ଶରୀରର ବିଭିନ୍ନ ସ୍ଥାନରେ ଦାଗ ବା ଚିହ୍ନ ମିଳିଥାନ୍ତା । ମାତ୍ର ଏପରି କିଛି ଦାଗ ବା ଚିହ୍ନ ଚିହ୍ନଟ ହୋଇପାରି ନାହିଁ । ଏହା ସହିତ ମୃତ୍ୟୁ ପୂର୍ବରୁ ତାଙ୍କୁ ଶାରିରୀକ ଆଘାତ ଦିଆଯାଇଥିବା ଅଭିଯୋଗ ବି ଖାରଜ ହୋଇପାରେ । ପୋଷ୍ଟମର୍ଟମ୍ ରିପୋର୍ଟରେ ସୌମ୍ୟଙ୍କ ଶରୀରରେ ‘‘ଇଣ୍ଟରନାଲ୍ କି ଏକ୍ଟରନାଲ୍’’ କୌଣସି କ୍ଷତ ବାବଦରେ କୌଣସି ବର୍ଣ୍ଣନା ନାହିଁ ।

ହାଇ କୋର୍ଟର ଆଇନଜୀବୀ ଅରୁଣ ବୁଦ୍ଧିଆ


ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ସୋମବାର ଦିନ କଟକର ମର୍କତନଗର ଥାନାକୁ ଆସି ଏହି ପୋଷ୍ଟମଟମ୍ ରିପୋର୍ଟକୁ ସଂଗ୍ରହ କରିଛନ୍ତି ଓ ନିଜ ଓକିଲଙ୍କ ସହ ପରାମର୍ଶ କରି ଫେରି ଯାଇଛନ୍ତି । ଏହି ରିପୋର୍ଟ ହସ୍ତଗତ ହେବା ପରେ ସୌମ୍ୟରଞ୍ଜନଙ୍କ ଓକିଲ ପାର୍ଥସାରଥୀ ନାୟକ ସୌମ୍ୟଙ୍କ ମୃତ୍ୟୁର ସମ୍ଭାବ୍ୟ କାରଣ ଉପରେ ପୋଲିସ ଦେଇଥିବା ବିବୃତିକୁ ଦୃଢ଼ତାର ସହ ଖଣ୍ଡନ କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୯୮ ଦିନ ଧରି ଚାଲିବ କରୋନାର ୩ୟ ଲହର, ସାଙ୍ଘାତିକ ହେବ, ଆସିଲା ନୂଆ ତଥ୍ୟ

‘‘ପୋଲିସ କହୁଛି ଯେ ଆମେ ସୌମ୍ୟରଞ୍ଜନଙ୍କ ଜମାନବନ୍ଦି ରେକର୍ଡ଼ କରିଛୁ ଯେଉଁଥିରେ ସେ କହିଛନ୍ତି ଯେ ସେ ଘର ଭିତରେ କିଛି ଅଦରକାରୀ କାଗଜରେ ନିଆଁ ଲଗାଉଥିବା ବେଳେ ସେଠାରେ ଥିବା ଏକ ଲ୍ୟାମ୍ପରୁ ତାଙ୍କ ଦେହରେ ନିଆଁ ଲାଗି ଯାଇଥିଲା । କିନ୍ତୁ ସେହି ଘରୁ କୌଣସି ଲ୍ୟାମ୍ପ୍‌ ମିଳିଲା ନାହିଁ । ତା’ ଛଡ଼ା ଜଣେ ବ୍ୟକ୍ତି ୯୫ ପ୍ରତିଶତ ପୋଡ଼ି ଯିବା ପରେ କେମିତି ଜମାନବନ୍ଦି ଦେଇପାରିବ? ତେଣୁ ଏହା ଉପରେ ଆମର ସନ୍ଦେହ ହେଉଛି । ପୋଷ୍ଟମର୍ଟମ୍ ରିପୋର୍ଟ ପାଇବା ପରେ ପୋଲିସ କ’ଣ ସବୁ ପଦକ୍ଷେପ ନେଉଛି ତାକୁ ଆମେ ଅପେକ୍ଷା କରିଛୁ,’’ କହିଛନ୍ତି ନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ସାନ ପିଲାଙ୍କର ଏତେ ଅନଲାଇନ୍ ପାଠ କାହିଁକି, ମୋଦି ସାହାବ୍?’’ VIDEOରେ ମୋଦିଙ୍କୁ ପଚାରୁଛି କୁନି ଝିଅଟି

ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ତାଙ୍କ ପାରଳାଖେମୁଣ୍ଡି ବାସଭବନରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପସ୍ଥିତିରେ ତାଙ୍କ ମୃତ୍ୟୁକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଆସୁଥିଲେ ବି ଏ ପର୍ଯ୍ୟନ୍ତ ଏହି ମାମଲାର ପୋଲିସ ତଦନ୍ତରୁ ମିଳିଥିବା ତଥ୍ୟ ଓ ପ୍ରମାଣରୁ ହତ୍ୟା କରାଯାଇଥିବା ନେଇ ବଳିଷ୍ଠ ପ୍ରମାଣ ସାମନାକୁ ଆସିନାହିଁ । ପୋଲିସ ଆରମ୍ଭରୁ ଏହାକୁ ଏକ ଦୁର୍ଘଟଣାଜନିତ ପୋଡ଼ି ଘଟଣା ବୋଲି କହୁଥିବା ବେଳେ ଏବେ ପୋଷ୍ଟମଟମ ରିପୋର୍ଟ ପୋଲିସର ସେହି ‘‘ଆକ୍ସିଡେଣ୍ଟାଲ୍ ଡେଥ୍ ଥିଓରୀ’’କୁ ଅଧିକ ମଜବୁତ କରୁଥିବା ଭଳି ଲାଗୁଛି ।



‘‘ଯଦି ଏହି ମାମଲାରେ ଆଗକୁ କୌଣସି ଶକ୍ତ ପ୍ରମାଣ ନ ମିଳେ, ତାହେଲେ ଏଯାବତ୍‌ ମିଳିଥିବା ପାରିପାଶ୍ବିକ ପରିସ୍ଥିତିର ବର୍ଣ୍ଣନା ଓ ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କୁ ଆଇ.ପି.ସି.ର ଦଫା ୩୦୨ (ହତ୍ୟା) କିମ୍ବା ଦଫା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା) ଅନୁସାରେ ଦଣ୍ଡ ବିଧାନ କରିବା ପୋଲିସ ପାଇଁ ବହୁତ କଷ୍ଟସାଧ୍ୟ ହେବ । ସର୍କମଷ୍ଟାନସିଆଲ୍ ଏଭିଡିଏନ୍ସର ଚେନ୍ ବା ପାରିପାଶ୍ବିକ ପ୍ରମାଣର ଶୃଙ୍ଖଳା ଯେଉଁ ପର୍ଯ୍ୟନ୍ତ ପୂରା ନ ହେବ ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଦୋଷ ପ୍ରମାଣିତ ହୋଇ ପାରିବ ନାହିଁ । ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଚିଠିଗୁଡ଼ିକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ, କିନ୍ତୁ ସେ ସବୁ ଦୁର୍ବଳ ପ୍ରମାଣ ଭାବେ ସାବ୍ୟସ୍ତ ହେବ,’’ କହିଛନ୍ତି ପୂରା ଘଟଣା ଉପରେ ନଜର ରଖୁଥିବା ହାଇ କୋର୍ଟର ଆଇନଜୀବୀ ଅରୁଣ ବୁଦ୍ଧିଆ ।
Published by:Anand S.T. Das
First published: