ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଧାନ ସଭାରେ ପ୍ରଶ୍ନ ଉଠିଲା: ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ରାଜ୍ୟର ଠିକାଦାରଙ୍କୁ ମିଳୁନି କାହିଁକି?

ବିଧାନ ସଭାରେ ପ୍ରଶ୍ନ ଉଠିଲା: ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ରାଜ୍ୟର ଠିକାଦାରଙ୍କୁ ମିଳୁନି କାହିଁକି?

ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକର କାମ ବାହାର ରାଜ୍ୟର ଠିକା ସଂସ୍ଥାକୁ ଦେବା ପାଇଁ ଜାଣିଶୁଣି ଟେଣ୍ଡର୍ ପ୍ରକ୍ରିୟାରେ ଜଟିଳ ସର୍ତ୍ତ ରହିଛି କି ବୋଲି ପଚାରିଥିଲେ ଶାସକ ଦଳ ବିଜେଡିର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

ବିଧାନ ସଭାରେ ପ୍ରଶ୍ନ ଉଠିଲା: ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପ ରାଜ୍ୟର ଠିକାଦାରଙ୍କୁ ମିଳୁନି କାହିଁକି?
ସୌମ୍ୟରଞ୍ଜନ ପଟ୍ଟନାୟକ; (ଡାହାଣ) ମନ୍ତ୍ରୀ ପ୍ରତାପ ଜେନା
  • News18 Odia
  • Last Updated: March 30, 2021, 11:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ମେଗା ପାନୀୟ ଜଳ ପ୍ରକଳ୍ପରେ ରାଜ୍ୟର ଠିକା ସଂସ୍ଥାଗୁଡି଼କୁ ଅଯୋଗ୍ୟ ବିବେଚିତ କରି କାହିଁକି ବାହାର ରାଜ୍ୟର ଠିକା ସଂସ୍ଥାକୁ କାମ ଦିଆଯାଉଛି ବୋଲି ବିଧାନ ସଭାରେ ପ୍ରଶ୍ନ କରିଥିଲେ ଶାସକ ଦଳ ବିଜେଡିର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ଏହି ପ୍ରଶ୍ନର ଉତ୍ତର ଦେଇ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ ଯାହା ହେଉଛି ନିୟମ ଭିତରେ ହିଁ ହେଉଛି ।

ରାଜ୍ୟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ପାଇଁ ଧାର୍ଯ୍ୟ ଟେଣ୍ଡରର ସର୍ତ୍ତାବଳୀ କ’ଣ ଓ ଏହାର କ୍ରିୟାନ୍ୱୟନ ପାଇଁ ରାଜ୍ୟର ଠିକା ସଂସ୍ଥାଗୁଡ଼ିକୁ ଅଯୋଗ୍ୟ ବିବେଚିତ କରାଯାଇଛି କି ବୋଲି ପଚାରିଥିଲେ ପଟ୍ଟନାୟକ । ବାହାର ରାଜ୍ୟର ଠିକା ସଂସ୍ଥାକୁ କାମ ଦେବା ପାଇଁ ଜାଣିଶୁଣି ଟେଣ୍ଡର୍‌ ପ୍ରକ୍ରିୟାରେ ଜଟିଳ ସର୍ତ୍ତ ରହିଛି କି ବୋଲି ବି ସେ ପଚାରିଥିଲେ ।

ଏହା ବି ପଢ଼ନ୍ତୁ | ଫିଲ୍ମସ୍ଲମ୍ଡଗ୍ ମିଲିଅନେୟାର୍' ଏହି ଅଭିନେତାଙ୍କୁ Sex ଆକ୍ରମଣ ମାମଲାରେ ଜାମିନ ମିଳିଲା

ବିଧାନ ସଭାର ପ୍ରଶ୍ନ କାଳରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଲାଗୁ ହେଉଥିବା ମେଗା ପାନୀୟ ଜଳ ପ୍ରକଳ୍ପ ବିଷୟରେ ଏ ଭଳି ଅନେକ ପ୍ରଶ୍ନ ପଚାରିଥିଲେ ଖୋଦ୍‌ ଶାସକ ଦଳ ବିଜେଡିର ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ହେଲେ ତାଙ୍କ ପ୍ରଶ୍ନର ସଠିକ ସୂଚନା ମନ୍ତ୍ରୀ ପ୍ରତାପ ଜେନାଙ୍କ ଉତ୍ତରରେ ମିଳି ନ ଥିଲା । ଏହି ପ୍ରସଙ୍ଗରେ ବିଧାୟକ ଅଧିକ ପ୍ରଶ୍ନ କରିବାକୁ ଚାହିଁଥିଲେ ମଧ୍ୟ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ସୁଯୋଗ ନ ଦେବାରୁ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ବିଧାୟକମାନେ ଗୄହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଏହି ହଟ୍ଟଗୋଳ କାରଣରୁ ବାଚସ୍ପତିଙ୍କୁ ୧୧.୩୦ ଯାଏ ଗୃହକୁ ମୁଲତବୀ ରଖିବାକୁ ପଡ଼ିଥିଲା ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

‘‘ବିଭିନ୍ନ ପ୍ରକଳ୍ପକୁ ମେଗା ପ୍ରକଳ୍ପର ନାଁ ଦେଇ ବାହାର କମ୍ପାନୀକୁ କାମ ଦିଆଯାଉଛି । ଏଥି ପାଇଁ ମଧ୍ୟ ମାପଦଣ୍ଡ ନିର୍ଦ୍ଧାରଣ କରାଯାଉଛି । ଏହା ଦ୍ୱାରା ସ୍ଥାନୀୟ ଠିକାଦାରମାନେ ସୁଯୋଗ ପାଉନାହାନ୍ତି । ଯଦିଓ ଓଡି଼ଶାର ପାଣି ପାଇପ୍‌ ମିସ୍ତ୍ରୀ ଓ ଠିକାଦାର ସାରା ବିଶ୍ୱରେ ଅଛନ୍ତି, ହେଲେ ତାଙ୍କୁ ଏହି ପ୍ରକଳ୍ପରେ ସୁଯୋଗ ମିଳୁନି,’’ କହିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ: ‘’୫୦ କୋଟି ଟଙ୍କା ଉପରେ କାମ ହେଲେ EPC ମୋଡ଼ରେ କରାଯାଉଛି l ଯାହା ନିୟମ ଅଛି ସେହି ଅନୁସାରେ କାମ କରୁଛୁ l କୌଣସି ବେଆଇନ୍‌ କାମ କରାଯାଇନାହିଁ l ୫୦ କୋଟି ଟଙ୍କା ଭିତରେ ହେଲେ ଓଡି଼ଶାର ଠିକାଦାର କାମ କରୁଛନ୍ତି ।’’

ଏହା ବି ପଢ଼ନ୍ତୁ | ଅତି ସତର୍କ ବ୍ୟାଟିଂ ଯୋଗୁଁ ଭାରତ ହାତରୁ ଖସିଯାଇପାରେ ୨୦୨୩ର ବିଶ୍ୱ କପ୍, କହିଲେ ମାଇକେଲ୍ ଭଉଗାନ୍

ରାଜ୍ୟରେ ମେଗା ପ୍ରକଳ୍ପ ଘୋଷଣା ହେଉଛି କିନ୍ତୁ କାର୍ଯ୍ୟରେ ବିଳମ୍ବ ହେଉଛି ବୋଲି କହିଥିଲେ ଅମର ଶତପଥୀ । ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ମେଗା ପ୍ରକଳ୍ପର ଟେଣ୍ଡର୍‌ ପ୍ରକ୍ରିୟାକୁ ଜଟିଳ କରାଯାଉଛି। ସ୍ଥାନୀୟ ଲୋକ ଯେମିତି କାର୍ଯ୍ୟ ନ ପାଇ ଦକ୍ଷିଣ ଭାରତର ଠିକା ସଂସ୍ଥାକୁ ପ୍ରକଳ୍ପ ଚାଲିଯିବ ସେ ନେଇ ସରକାର ଯୋଜନା କରୁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଗୄହ ବାହାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ସରକାର ଜାଣିଶୁଣି ବିଳମ୍ବ କରୁଛନ୍ତି ।



‘‘ରାଜ୍ୟରେ ବର୍ତ୍ତମାନ ୯୦ଟି ମେଗା ପ୍ରକଳ୍ପ ଚାଲିଛି । ଆଉ ୬୯ଟି ପ୍ରକଳ୍ପ ପ୍ରସ୍ତାବ ଅଛି । ଆମର ଲକ୍ଷ ଅଛି ଜଙ୍ଗଲ ଭିତରେ ହେଉ କି ପାହାଡ଼ ଉପରେ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଇବୁ । ୨୦୧୫-୧୬ରେ ୬୯୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିରୁ ୯୩ କୋଟି ଟଙ୍କା କେନ୍ଦ୍ର ସରକାର ଦେଇଥିଲେ,’’ ନିଜ ଉତ୍ତରରେ କହିଥିଲେ ମନ୍ତ୍ରୀ ପ୍ରତାପ ଜେନା ।
Published by: Anand ST Das
First published: March 30, 2021, 11:46 PM IST