ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍‌ ଶୀଘ୍ର ଜେରା ହେବ

ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍‌ ଶୀଘ୍ର ଜେରା ହେବ

Forest officer Soumya death probe now centres around his wife Bidya's role | ତଦନ୍ତରେ ମିଳିଥିବା ସୌମ୍ୟଙ୍କର ଓ ବିଦ୍ୟାଭାରତୀଙ୍କର ଅନେକ ହାତଲେଖା ଚିଠି ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଭିତ୍ତିରେ ତଦନ୍ତକାରୀ ଟିମ୍ ବିଦ୍ୟାଭାରତୀଙ୍କ ଭୂମିକାକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ କରି ତା’ ଉପରେ ଧ୍ୟାନ କେନ୍ଦ୍ରିତ କରିଛି ।

ସୌମ୍ୟରଞ୍ଜନ ମୃତ୍ୟୁ: ପତ୍ନୀ ବିଦ୍ୟାଭାରତୀ ଏବେ ସନ୍ଦେହର କେନ୍ଦ୍ର ବିନ୍ଦୁରେ; ଖୁବ୍‌ ଶୀଘ୍ର ଜେରା ହେବ
ବିବାହ ସମୟରେ ସୌମ୍ୟ ଓ ବିଦ୍ୟା; (ଡାହାଣ) ଏଲ୍.ଆଇ. ଇନଷ୍ଟିଚ୍ୟୁଟର ଛାତ୍ରୀ ବେଳେ ବିଦ୍ୟା
  • News18 Odia
  • Last Updated: August 1, 2021, 11:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପାରଳାଖେମୁଣ୍ଡିରେ କାର୍ଯ୍ୟରତ ଯୁବ ବନ ଅଧିକାରୀ ସୌମ୍ୟରଞ୍ଜନ ମହାପାତ୍ରଙ୍କର ନିଜ ବାସଭବନରେ ଓ ପତ୍ନୀଙ୍କ ଉପସ୍ଥିତିରେ ନିଆଁରେ ଜଳି ହୋଇଥିବା ମୃତ୍ୟୁ ମାମଲାର ରହସ୍ୟ ଏହି ଘଟଣାର ୨୦ ଦିନ ବିତିବା ପରେ ବି ସାମନାକୁ ଆସିପାରି ନ ଥିବାରୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିଛି । ହେଲେ ଏହା ଭିତରେ ତଦନ୍ତକାରୀ ଅଧିକାରୀମାନଙ୍କ ସନ୍ଦେହର କେନ୍ଦ୍ର ବିନ୍ଦୁକୁ ସୌମ୍ୟରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀ ଆସିଥିବା ଜଣାପଡ଼ିଛି । ତାଙ୍କୁ ଖୁବ୍‌ ଶୀଘ୍ର ଜେରା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି ।

୩୨-ବର୍ଷୀୟ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁର ମାତ୍ର ଛଅ ମାସ ପୂର୍ବରୁ ତାଙ୍କୁ ବିବାହ କରିଥିବା ବିଦ୍ୟାଭାରତୀ ତାଙ୍କ ମୃତ୍ୟୁ ପରଠାରୁ ନିଜ ବାପଘର ମୟୂରଭଞ୍ଜର କପ୍ତିପଦାରେ ଅଛନ୍ତି । ସେ ପୂର୍ବରୁ ଥରେ ହୋଇଥିବା ପୋଲିସର ପ୍ରାଥମିକ ପଚରାଉଚରାରେ ପୋଲିସକୁ ଦେଇଥିବା ବୟାନରେ ସୌମ୍ୟଙ୍କ ମୃତ୍ୟୁ କେମିତି ହେଲା ତାହା ଜାଣି ନ ଥିବା କହିଥିଲେ । ଯଦିଓ ସେ ଜୁଲାଇ ୧୨ ତାରିଖ ସନ୍ଧ୍ୟାରେ ଘରେ ଥିବା ସମୟରେ ହିଁ ସୌମ୍ୟଙ୍କ ଦେହରେ ନିଆଁ ଲାଗି ୯୫ ପ୍ରତିଶତ ଜଳିଯାଇଥିଲା, ବିଦ୍ୟା ନିଆଁ ଲାଗିବାର କାରଣ ଜାଣି ନ ଥିବା କଥା ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା । ହେଲେ ପରେ ପରେ ତଦନ୍ତରେ ମିଳିଥିବା ତାଙ୍କର ଓ ସୌମ୍ୟଙ୍କର ଅନେକ ହାତଲେଖା ଚିଠି ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଭିତ୍ତିରେ ତଦନ୍ତକାରୀ ଟିମ୍‌ ବିଦ୍ୟାଭାରତୀଙ୍କ ଭୂମିକାକୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚିତ କରି ତା’ ଉପରେ ନିଜ ଧ୍ୟାନ କେନ୍ଦ୍ରିତ କରିଛି ।

ଏହା ବି ପଢ଼ନ୍ତୁ | ପେଗାସସ୍ ପ୍ରସଙ୍ଗରେ ବିରୋଧୀଙ୍କ ମେଳି ଜାରି, ହେଲେ ସେଥିରେ ଭାଗ ନେଲେ ନାହିଁ ମମତା ବାନାର୍ଜୀ

ସୌମ୍ୟରଞ୍ଜନଙ୍କ ବାପାଙ୍କ ଦ୍ୱାରା ଦିଆଯିଇଥିବା ଏତାଲାରେ ବିଦ୍ୟାଭାରତୀଙ୍କୁ ଅନ୍ୟତମ ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା । ସେହି ଏତାଲା ପାଇବା ପରେ ପାରଳାଖେମୁଣ୍ଡି ପୋଲିସ ପ୍ରଥମେ ରୁଜୁ କରିଥିବା ଅପମୃତ୍ୟୁ ମାମଲାକୁ ହତ୍ୟା ମାମଲାରେ ପରିବର୍ତ୍ତିତ କରିଥିଲା । ପୋଲିସର ଏଫ୍‌.ଆଇ.ଆର୍‌.ରେ ବି ବିଦ୍ୟାଭାରତୀ ଜଣେ ମୁଖ୍ୟ ଅଭିଯୁକ୍ତ ଅଛନ୍ତି ।

ଜୁଲାଇ ୩୧ରେ ଅବସର ଗ୍ରହଣ କରିଥିବା ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ


‘‘ସୌମ୍ୟଙ୍କ ପରିବାର ଆରମ୍ଭରୁ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠାଇଆସିଛି । ଏବେ ଶନିବାର ଦିନ (ଜୁଲାଇ ୩୧) ଏ ପର୍ଯ୍ୟନ୍ତ ଏହି ତଦନ୍ତର ତତ୍ତ୍ୱାବଧାନ ଦାୟିତ୍ୱରେ ଥିବା ଗଜପତି ଏସ୍‌.ପି. ତପନ କୁମାର ପଟ୍ଟନାୟକ ଅବସର ନେଇଛନ୍ତି । ତାଙ୍କ ସ୍ବଚ୍ଛତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିସାରିଛି । ଏବେ ତଦନ୍ତ ଦିଗହରା ହୋଇପାରେ ବୋଲି ଆଶଙ୍କା କରିଛନ୍ତି ସୌମ୍ୟଙ୍କ ପରିବାର ଲୋକେ । ଜଣେ ଆଇ.ଜି. ପାହ୍ୟାର ପୋଲିସ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଘଟଣାର ତଦନ୍ତ ହେଉ ବୋଲି ପ୍ରାର୍ଥନା କରି ଆମେ ପୁଣି ଥରେ କୋର୍ଟର ଦ୍ବାରସ୍ଥ ହେବୁ,’’ କହିଛନ୍ତି ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରର୍ଥୀ ନାୟକ ।

ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲା

ତଦନ୍ତକାରୀ ଟିମ୍‌ ସହ ଜଡ଼ିତ ସୂତ୍ରଙ୍କ ଅନୁସାରେ ପୋଲିସ ଏବେ ମିଳିଥିବା ବିଭିନ୍ନ ହାତଲେଖା ଚିଠି ଆଧାରରେ ବିଦ୍ୟାଭାରତୀଙ୍କୁ ଜେରା କରିବ । ଏଥର ଜେରା କରିବା ଟିମରେ ପାରଳାଖେମୁଣ୍ଡି ପୋଲିସ ସହ କ୍ରାଇମ୍‌ ବ୍ରାଞ୍ଚର କିଛି ଅଧିକାରୀ ମଧ୍ୟ ରହିପାରନ୍ତି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଏହି ମାମଲାରେ ଏମିତି କିଛି ଅଗ୍ରଗତି ଘଟିଛି ଯେଉଁଥି ପାଇଁ ବିଦ୍ୟାଭାରତୀଙ୍କୁ ପଚରାଉଚରା କରିବାକୁ ନିଷ୍ପତ୍ତି ନେଇଛି ପୋଲିସ । ପାରଳାଖେମୁଣ୍ଡି ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ସୋମବାର କପ୍ତିପଦା ଯାଇ ତାଙ୍କୁ ପଚରାଉଚରା କରିପାରେ ।

ସୌମ୍ୟଙ୍କ ପରିବାରର ଓକିଲ ପାର୍ଥସାରଥୀ ନାୟକ


ଏହା ବି ପଢ଼ନ୍ତୁ | Porn Probe: ଶିଳ୍ପା ସେଟ୍ଟୀ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ପଚରା ଉଚୁରା ହେଲା; ଶିଳ୍ପା କାନ୍ଦିଲେ

‘‘ତାଙ୍କ (ବିଦ୍ୟାଭାରତୀ) ସହ ପଚରାଉଚରା ପାଇଁ ଏଯାବତ୍‌ ମିଳିଥିବା ବିଭିନ୍ନ ପ୍ରମାଣର ଅନୁଧ୍ୟାନ ପରେ ସୃଷ୍ଟି ହୋଇଥିବା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଏକ ତାଲିକା ପ୍ରସ୍ତୁତ ହୋଇଛି । ତାଙ୍କ ସହ ଏହି ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ବହୁତ ଶାଣିତ ହେବ । ପୋଲିସକୁ ଠିକ୍‌ ଠିକ୍‌ ଉତ୍ତର ଲୋଡ଼ା । ଯାହା ଉତ୍ତର ମିଳିବ ତା’ର ସତ୍ୟତା ଜାଣିବା ପାଇଁ ପୋଲିସ ପୂର୍ବରୁ ହୋମୱର୍କ କରିସାରିଛି । ତେଣୁ ସଙ୍ଗେ ସଙ୍ଗେ ଜଣାପଡ଼ିଯିବ,’’ କହିଛନ୍ତି ତଦନ୍ତର ପ୍ରଗତି ବିଷୟରେ ଜାଣିଥିବା ଜଣେ ଅଧିକାରୀ ।



ସୌମ୍ୟ ଓ ବିଦ୍ୟାଙ୍କ ସମ୍ପର୍କରେ ଆସିଥିବା ତିକ୍ତତା ସୌମ୍ୟଙ୍କ ମୃତ୍ୟୁ ପଛର କାରଣ ବୋଲି ସ୍ପଷ୍ଟ ହୋଇସାରିଥିଲେ ବି ତାଙ୍କ ମୃତ୍ୟୁ ଏକ ଆତ୍ମହତ୍ୟା ନା ସୁଚିନ୍ତିତ ହତ୍ୟା ଥିଲା ତାହା ସାମନାକୁ ଆଣିବାକୁ ଏବେ ପୋଲିସ କାର୍ଯ୍ୟ କରୁଛି । ଉଭୟ ସୌମ୍ୟ ଓ ବିଦ୍ୟାଙ୍କ ଜବତ ହୋଇଥିବା ହାତଲେଖା ଚିଠିରୁ ବିଦ୍ୟା ଏମିତି କିଛି କରିଥିଲେ ବା କରୁଥିଲେ ଯାହାକୁ ନେଇ ସୌମ୍ୟ ଗଭୀର ଦୁଃଖରେ ରହିବା ସହ ଆପତ୍ତି କରୁଥିଲେ ବୋଲି ସ୍ପଷ୍ଟ ହେଉଛି ବୋଲି କହିଛନ୍ତି ଚିଠିଗୁଡ଼ିକର ଅନୁଧ୍ୟାନ କରିଥିବା ଲୋକେ ।
Published by: Anand ST Das
First published: August 1, 2021, 11:36 PM IST