ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସୌମ୍ୟ ମୃତ୍ୟୁ ମାମଲା: ପରିବାର ସହ ସ୍ବର ଉତ୍ତୋଳନ କଲେ ଖଇରା ବାସୀ; ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ଦାବି

ସୌମ୍ୟ ମୃତ୍ୟୁ ମାମଲା: ପରିବାର ସହ ସ୍ବର ଉତ୍ତୋଳନ କଲେ ଖଇରା ବାସୀ; ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ଦାବି

ସୌମ୍ୟଙ୍କ ମୃତ୍ୟୁର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ୬ ଘଣ୍ଟା ଖାଇରାରେ ଚକ ଅଖ ଠପ ହୋଇଥିଲା । ଘଟଣାର ଦୁଇ ମାସ ପରେ ପରିବାର ସ୍ୱର ସହିତ ସ୍ୱର ମିଶାଇଛନ୍ତି ଖଇରା ବସିନ୍ଦା।

ସୌମ୍ୟ ମୃତ୍ୟୁ ମାମଲା: ପରିବାର ସହ ସ୍ବର ଉତ୍ତୋଳନ କଲେ ଖଇରା ବାସୀ; ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ଦାବି
ସୌମ୍ୟ ମୃତ୍ୟୁ ମାମଲାରେ ସ୍ବର ଉତ୍ତୋଳନ କଲେ ଖଇରା ବାସୀ
  • News18 Odia
  • Last Updated: September 10, 2021, 1:52 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏ.ସି.ଏଫ.ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁକୁ ଦୁଇ ମାସ ବିତିବାକୁ ବସିଲାଣି, ହେଲେ ଏ ପର୍ଯ୍ୟନ୍ତ ପୋଲିସ ଓ କ୍ରାଇମ୍ ବ୍ରାଞ୍ଚ୍ କୌଣସି ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇ ପାରିନାହିଁ । ଫଳରେ ଏବେ ସୌମ୍ୟ ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ଅଞ୍ଚଳବାସୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗୁଡ଼ିକ ଅଣ୍ଟାଭିଡ଼ି ଆଗକୁ ଆସିଛନ୍ତି । ଏ ନେଇ ଗୁରୁବାର ସକାଳ ୬ ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖଇରା ବନ୍ଦ ଡ଼ାକରା ଦିଆଯାଇଥିଲା ।

ଏହି ସମୟରେ ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର ଓ ଗାଡ଼ି, ମୋଟର ଯାତାୟାତ ବନ୍ଦ ରାଗିଥିଲା । ବନ୍ଦ ଡ଼ାକରା ଏପରି ଥିଲା ଯେ ରାସ୍ତା ଘାଟ ସମ୍ପୂର୍ଣ୍ଣ ଖାଁ ଖାଁ ରହିଥିଲା । ଏହା ବ୍ୟତୀତ ଏକ ରାଲି ପୂରା ଅଞ୍ଚଳ ବୁଲି ପ୍ରତିବାଦ ମଧ୍ୟ କରିଥିଲେ । ତେବେ ଏହି ବନ୍ଦ ପରେ ତଦନ୍ତକାରୀ ସଂସ୍ଥା ଉପରେ ଚାପ ପଡ଼ିବା ସହିତ ନାୟ ଶୀଘ୍ର ମିଳିବ ବୋଲି ଆନ୍ଦୋଳନ କାରୀ ଆଶା ପ୍ରକାଟ କରିଛନ୍ତି ।

ଜନ୍ମଜୟ ଶତପଥୀ, ବନ୍ଦରେ ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ସଙ୍ଗଠନର ସଦସ୍ୟ କହିଥିଲେ, ‘‘ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଲିବା ପାଇଁ ଦିନ ପରେ ଦିନ ଗଡ଼ି ଚାଲିଛି । ଆମେ ଖଇରାବାସୀ ଚାହୁଁଛୁ ଯେ ଆମ ପୁଅ ସୌମ୍ୟଙ୍କୁ ନ୍ୟାୟ ମିଳୁ ଏ ନେଇ ଆଜି ଠାରୁ ଆରମ୍ଭ ପ୍ରତିବାଦ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଜାରି ରହିବ।’’

ସୌମ୍ୟ ମୃତ୍ୟୁ ମାମଲାରେ ରାସ୍ତାକୁ ଓହ୍ଲାଇଲେ ଖଇରା ବାସୀ


‘‘କ୍ରାଇମବ୍ରାଞ୍ଚ ତଦନ୍ତ ଠିକ୍ ବାଟରେ ହେଉନାହିଁ । ଅଭିଯୋଗ ପରେ ମଧ୍ୟ ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟା ଭାରତୀ କିମ୍ବା ବନ ଅଧିକାରୀ ସଂଗ୍ରାମଙ୍କୁ ଗିରଫ କରାଗଲା ନାହିଁ । ଆମକୁ ଅନୁଭବ ହେଉଛି କେଉଁଠି ନା କେଉଁଠି ସରକାରଙ୍କ ଉଦାସୀନ ବା ପକ୍ଷପାତିତା କରୁଛନ୍ତି,’’ କହିଛନ୍ତି କୁଞ୍ଜଳତା ମାହୁନ୍ତ ଆଉ ଜନ ଆନ୍ଦୋଳନରେ ସାମିଲ ହୋଇଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ପରିବାର ଲୋକଙ୍କ ଗୋଟିଏ ଦାବି ହେଉଛି ସୌମ୍ୟଙ୍କ ହତ୍ୟାରେ ସ୍ତ୍ରୀ ବିଦ୍ୟା ଭାରତୀ ଓ DFO ସଂଗ୍ରାମ କେଶରୀ ଜେନା ସାମିଲ ଅଛନ୍ତି । ତେବେ ଏମାନଙ୍କୁ କାହିଁକି ଗିରଫ କରାଯାଉନି ଓ ଏହାକୁ କେଉଁମାନେ ସମର୍ଥନ କରି ଘଟଣାକୁ ଚପାଇ ବାକୁ ଉଦ୍ୟମ କରୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ପରିବାର ଓ ସ୍ଥାନୀୟ ଲୋକେ । ତେବେ ବନ୍ଦ ଡ଼ାକରା ପରେ ଏହା ଚାପ ସୃଷ୍ଟି କରିବ ବୋଲି ଆଶା ରଖିଛନ୍ତି ସମସ୍ତେ । ବଡ଼ କଥା ହେଲା ସୌମ୍ୟଙ୍କ ମୃତ୍ୟୁକୁ ୫୯ ଦିନ ବିଚିଯାଇଇଛି, ହେଲେ ଏ ପର୍ଯ୍ୟନ୍ତ କୌଣସି ପତା ଲଗାଇପାରିନାହିଁ ପୋଲିସ କିମ୍ବା କ୍ରାଇମ୍ ବ୍ରାଞ୍ଚ୍ ।

ପୋଲିସ ଓ ପରେ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ କରି ୧୪ ଜଣଙ୍କୁ ଜେରା କରିଛି ହେଲେ ସୌମ୍ୟଙ୍କ ମୃତ୍ୟୁର ରହସ୍ୟ ଖୋଲିପାରିନି, ଯାହାକୁ ନେଇ ଧୀରେ ଧୀରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି ।

ଶିତିକଣ୍ଠ ପଣ୍ଡା, ତଥା ସୌମ୍ୟଙ୍କ ମାମୁଁ କହିଥିଲେ, ‘‘ସରକାର ଜାଣିଶୁଣି ଆମକୁ ନ୍ୟାୟରୁ ବଞ୍ଚିତ ରଖୁଛନ୍ତି । ବନ ଅଧିକାରୀଙ୍କୁ କାହିଁକି ଏତେ ସୁରକ୍ଷା ଦିଆଯାଉଛି । ଆମେ ଦୁଇମାସ ମଧ୍ୟରେ ସମସ୍ତଙ୍କୁ ଭେଟି ଆମ ଦୁଃଖ ଜଣାଇବା ପରେ ମଧ୍ୟ ଆଜିଯାଏଁ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠି ପାରିଲା ନାହିଁ। ଏଣୁ କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଉପରେ ଆମର ଆଉ ଭରଷା ନାହିଁ।"

ତେବେ ଆନ୍ଦୋଳନକାରୀ କହିଥିଲେ ଯେ ଆଗାମୀ ଦିନରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପ୍ରତିବାଦ କରିବେ ସ୍ଥାନୀୟ ବାସିନ୍ଦା ।
Published by: Lipina Das
First published: September 10, 2021, 1:47 PM IST