ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀ ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି

ସଂସ୍କୃତି ମନ୍ତ୍ରଣାଳୟ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକ ଏକ ଆଦେଶ ବଳରେ ଗତ ମାର୍ଚ୍ଚ ମାସଠାରୁ ବନ୍ଦ ରହିଛି । ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖଠାରୁ ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀ ଖୋଲିବା ପାଇଁ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି
ଏସଓପି ଅନୁସାରେ ଆସନ୍ତା ୧୦ ତାରିଖଠାରୁ ସଂଗ୍ରହାଳୟ, କଳା ଗ୍ୟାଲେରୀ ଖୋଲିବ
  • News18 Odia
  • Last Updated: November 7, 2020, 8:29 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟର ଅନଲକ ୫.୦କୁ ଭିତ୍ତିକରି କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀଗୁଡ଼ିକୁ ଖୋଲିବା ପାଇଁ ମାର୍ଗଦର୍ଶିକା ଜାରି କରିଛି । ତେବେ କୋଭିଡ-୧୯ କୁ ରୋକିବା ଦିଗରେ ସତର୍କତାମୂଳକ ପଦକ୍ଷେପଗୁଡିକ ଗ୍ରହଣ କରିବାକୁ ପଡିବ । ଏହି ନିୟମାବଳୀ ଗୁଡିକରେ ଥିବା ଏସଓପି ଅନୁସାରେ ସଂଗ୍ରହାଳୟ, କଳା ଗ୍ୟାଲେରୀ ଓ ପ୍ରଦର୍ଶନୀ (ଉଭୟ ସ୍ଥାୟୀ ଓ ଅସ୍ଥାୟୀ) ପରିଦର୍ଶକମାନଙ୍କ ପାଇଁ ଖୋଲା ରହିବ । ପର୍ଯ୍ୟାପ୍ତ ସଫେଇ, ପରିଦର୍ଶକ ଓ କର୍ମଚାରୀମାନଙ୍କ ସୁରକ୍ଷା ଓ ଟିକେଟ କ୍ରୟ ଇତ୍ୟାଦି ପାଇଁ ବିସ୍ତୃତ ମାର୍ଗଦର୍ଶିକା ଜାରି କରାଯାଇଛି । ତେବେ ଆବଧାଞ୍ଚଳରେ ଥିବା କୌଣସି ସଂଗ୍ରହାଳୟ ବା କଳା ଗ୍ୟାଲେରୀକୁ ପୁନଃ ନଖୋଲିବା ପାଇଁ ସ୍ପଷ୍ଟ ଭାବେ କୁହାଯାଇଛି ।

ଏହାଛଡା ପରିସ୍ଥିତିକୁ ଦେଖି ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ସରକାରମାନେ ଅତିରିକ୍ତ ପଦକ୍ଷେପମାନ ନେଇପାରିବେ । କୋଭିଡ-୧୯ ପରିଚାଳନା ସଂକ୍ରାନ୍ତ ଗୃହ ବ୍ୟାପାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକାକୁ କଡାକଡି ଭାବେ ପାଳନ କରିବାକୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏହି ନିୟମାବଳୀ ତତ୍କାଳ ଲାଗୁହେବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଅଧିନସ୍ଥ ସଂଗ୍ରହାଳୟ, ପ୍ରଦର୍ଶନୀ ଓ କଳା ଗ୍ୟାଲେରୀଗୁଡ଼ିକ ଆସନ୍ତା ୧୦ ତାରିଖଠାରୁ ଖୋଲାଯିବାକୁ ଥିବାବେଳେ ଅନ୍ୟଗୁଡ଼ିକ ସେ ସମସ୍ତ ରାଜ୍ୟ, ସ୍ଥାନୀୟ ଆଇନ, ନିୟମକାନୁନ ଓ ଅନଲକ ମାର୍ଗଦର୍ଶିକା ଅନୁସାରେ ଖୋଲାଯାଇପାରିବ ।

କୋଭିଡ-୧୯ ବୈଶ୍ଵିକ ମହାମାରୀ ଯୋଗୁଁ ସମଗ୍ର ବିଶ୍ଵରେ ସଂଗ୍ରହାଳୟ ଓ କଳା କ୍ଷେତ୍ର ବିଶେଷ ପ୍ରଭାବିତ ହୋଇଛି । ମାତ୍ର ସଂଗ୍ରହାଳୟ ଓ କଳା ଗ୍ୟାଲେରୀ ଗୁଡିକ ଆସ୍ତେ ଆସ୍ତେ ସେମାନଙ୍କର ପରିସର ଖୋଲୁଛନ୍ତି । ତେବେ ପରିଦର୍ଶକ ଓ ସଂସ୍ଥାର କର୍ମଚାରୀମାନଙ୍କ ସୁରକ୍ଷା ପାଇଁ କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ନିୟମାବଳୀ ପାଳନ କରିବା ଅନିବାର୍ଯ୍ୟ କରାଯାଇଛି ।

ସଂସ୍କୃତି ମନ୍ତ୍ରଣାଳୟ ପ୍ରଶାସନିକ ନିୟନ୍ତ୍ରଣରେ ଥିବା ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକ ଏକ ଆଦେଶ ବଳରେ ଗତ ମାର୍ଚ୍ଚ ମାସଠାରୁ ବନ୍ଦ ରହିଛି । ପର୍ବପର୍ବାଣିକୁ ଦୃଷ୍ଟିରେ ରଖି ଆସନ୍ତା ୧୦ ତାରିଖଠାରୁ ସମସ୍ତ ସଂଗ୍ରହାଳୟ ଓ କଳା ଗ୍ୟାଲେରୀଗୁଡ଼ିକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହାଫଳରେ ଜନସାଧାରଣ ପୁଣି ଥରେ ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ । କେନ୍ଦ୍ର ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସମୟକ୍ରମେ ଅନଲକ ମାର୍ଗଦର୍ଶିକାମାନ ଜାରି କରାଯାଇଥାଏ । ଏହା ସମସ୍ତ କେନ୍ଦ୍ର ସରକାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ପାଇଁ ଲାଗୁ ହେବା ସହ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଆବଧାଞ୍ଚଳ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥାଏ । ଗତ ଅଗଷ୍ଟ ୩୦ରେ ଜାରି କରାଯାଇଥିବା ଅନଲକ ୪.୦ ମାର୍ଗଦର୍ଶିକା ଅନୁସାରେ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବ ଓ ଅନ୍ୟାନ୍ୟ ସମାବେଶ ପାଇଁ ଆବଧାଞ୍ଚଳ ବାହାରେ ୧୦୦ ଜଣ ପର୍ଯ୍ୟନ୍ତ ଏକତ୍ରିତ ହେବା ପାଇଁ ଅନୁମତି ଦିଆଯାଇଥିଲା । ତେବେ କୋଭିଡ-୧୯ ର ମାର୍ଗଦର୍ଶିକା ଯଥା ସାମାଜିକ ଦୂରତ୍ଵ ରକ୍ଷା ଓ ସାନିଟାଇଜେସନ ସହ ଏହା ସେପ୍ଟେମ୍ବର ୨୧ରୁ ଲାଗୁ ହୋଇଥିଲା ।



ଅନଲକ ୫.୦ ଗତମାସ ୩୦ ତାରିଖ ଦିନ ଜାରି କରାଯାଇଥିବା ବେଳେ ଏହା ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସାଂସ୍କୃତିକ ପ୍ରତିଷ୍ଠାନ ପାଇଁ ମାର୍ଗଦର୍ଶିକାର ଆବଶ୍ୟକ ଆଇନକାନୁନ ନିମ୍ନୋକ୍ତ ମତେ ହେବ –

ଶତକଡା ୫୦ ପ୍ରତିଶତ ଉପସ୍ଥିତି ସହ ସିନେମା, ଥିଏଟର ଓ ମଲ୍ଟିପ୍ଲେକ୍ସଗୁଡିକ ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ଆବଧାଞ୍ଚଳ ବାହାରେ ଥିବା ଏଗୁଡିକ ଅକ୍ଟୋବର ୧୫ ତାରିଖରୁ ଖୋଲିବାକୁ ଅନୁମତି ଦିଆଯାଇଥିବା ବେଳେ ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଏସଓପି ଜାରି କରାଯାଇଛି ।

ମନୋରଞ୍ଜନ ପାଇଁ ଉଦ୍ୟାନ ଓ ସେ ସମ୍ପର୍କିତ ସ୍ଥାନଗୁଡିକୁ ଅକ୍ଟୋବର ୧୫ରୁ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯାଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ଏସଓପି ଜାରି କରାଯାଇଛି ।

କେବଳ ଆବଧାଞ୍ଚଳକୁ ଛାଡି ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ ସାମାଜିକ, ଶୈକ୍ଷିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ, ରାଜନୈତିକ ଓ ଅନ୍ୟାନ୍ୟ ସମାରୋହ ନିମନ୍ତେ ଅନୁମତି ପ୍ରଦାନ କରାଯାଇଛି । ୧୦୦ରୁ ଅଧିକ ଲୋକଙ୍କୁ ନେଇ ଆବଧାଞ୍ଚଳ ବାହାରେ ଅକ୍ଟୋବର ୧୫ରୁ କେତେକ ସର୍ତ୍ତ ସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସମାବେଶ ପାଇଁ ଅନୁମତି ମିଳିଛି ।

(କ) ଯେକୌଣସି ହଲରେ ସର୍ବାଧିକ ୫୦ ପ୍ରତିଶତ ଉପସ୍ଥିତି ଓ ୨୦୦ ଲୋକଙ୍କ ସମାବେଶ ପାଇଁ ଅନୁମତି ମିଳିଛି । ମୁହଁରେ ମାସ୍କ ପରିଧାନ ସହ ସାମାଜିକ ଦୂରତ୍ଵ ରକ୍ଷା, ଥର୍ମାଲ ସ୍କାନିଂ ସହ ହାଣ୍ଡ ୱାସ ଓ ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି ।

(ଖ) ମୁକ୍ତାକାଶ ତଳେ ଆୟୋଜିତ ସମାବେଶ ପାଇଁ ସାମାଜିକ ଦୂରତ୍ଵ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ, ହାଣ୍ଡ ୱାସ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଏସବୁ ସମାରୋହରେ କଡାକଡି ଭାବେ ମାର୍ଗଦର୍ଶିକାର ଅନୁପାଳନ ପାଇଁ ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାରମାନେ ବିସ୍ତୃତ ଏସଓପି ଜାରି କରିବେ ।
Published by: Jagdish Barik
First published: November 7, 2020, 8:07 PM IST
corona virus btn
corona virus btn
Loading