ଖୁବ୍ ଶୀଘ୍ର ହେବ ରାଜ୍ୟ କଂଗ୍ରେସର ନବ କଳେବର; ହାଇକମାଣ୍ଡ ବାଛିବେ ପିସିସି ସଭାପତି

ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ତଳକୁ ତଳକୁ ଯାଉଥିବା ବେଳେ ନେତୃତ୍ବକୁ ନେଇ ତୃଣମୂଳ ସ୍ତରର କର୍ମ ମୁହଁ ଫେରାଇଲେଣି। ଯେଉଁଥି ପାଇଁ ନେତୃତ୍ବ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସରିଥିବା ଜଣା ପଡ଼ିଛି।

ଖୁବ୍ ଶୀଘ୍ର ହେବ ରାଜ୍ୟ କଂଗ୍ରେସର ନବ କଳେବର

ଖୁବ୍ ଶୀଘ୍ର ହେବ ରାଜ୍ୟ କଂଗ୍ରେସର ନବ କଳେବର

  • Share this:
News18 Odia Digital

ଭୁବନେଶ୍ବର: ପିସିସି ଚୌକିରେ ବସିବେ ଭେଟେରାନ୍ କଂଗ୍ରେସ ନେତା। ଦୌଡରେ ଅଛନ୍ତି ଏବେ ୫ ଜଣ ନେତା। ଆଗରେ ଅଛନ୍ତି ଭକ୍ତ ଦାସ, ମହମ୍ମଦ ମୋକିମ୍, ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ଶରତ ରାଉତ। ତେବେ ଦୀର୍ଘଦିନ ଧରି ଲାଗି ରହିଥିବା ଚର୍ଚ୍ଚାର ହେବ ଅନ୍ତ। ବଦଳିବେ ଓଡ଼ିଶା ପିସିସି ସଭାପତି।

ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ତଳକୁ ତଳକୁ ଯାଉଥିବା ବେଳେ ନେତୃତ୍ବକୁ ନେଇ ତୃଣମୂଳ ସ୍ତରର କର୍ମ ମୁହଁ ଫେରାଇଲେଣି। ଯେଉଁଥି ପାଇଁ ନେତୃତ୍ବ ପରିବର୍ତ୍ତନ ପାଇଁ ଦିଲ୍ଲୀରେ ଆଲୋଚନା ହେବା ସହ ନିଷ୍ପତ୍ତି ନିଆସରିଥିବା ଜଣା ପଡ଼ିଛି।

ତେବେ ଏହା ମଧ୍ୟରେ ନିଜର ଅସୁସ୍ଥତା ଓ ପଞ୍ଚାୟତ, ପୌର ନିର୍ବାଚନରେ ଶୋଚନୀୟ ପରାଜୟ ବରଣକୁ ଦର୍ଶାଇବା ସହ ପିସିସି ସଭାପତି ନିଜର ଇସ୍ତଫା ପତ୍ର ଦେଇସାରିଥିବା ଜଣାପଡ଼ିଛି। ପୂର୍ବରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ହାଇକମାଣ୍ଡ ଗ୍ରହଣ କରି ନଥିଲେ। ହେଲେ ଏଥର ନିରଞ୍ଜନଙ୍କ ଇସ୍ତଫା ପତ୍ର ହୋଇ ସାରିଛି ଗ୍ରହଣ। ଖୁବ୍ ଶୀଘ୍ର ନୂଆ ପିସିସି ସଭାପତିଙ୍କ ନାମ ହେବ ଘୋଷଣା।

ତେବେ ଏହାକୁ ନେଇ ଶରତ ପଟ୍ଟନାୟକଙ୍କ କହିଛନ୍ତି ଯେ ସେ କୌଣସି ଲବି କରି ନାହାଁନ୍ତି। ତଥାପି ମଧ୍ୟ ଯଦି କୌଣସି ଦାୟିତ୍ବ ମିଳେ ତେବେ ଦଳକୁ ସଙ୍ଗଠିତ କରିବା ସହ ଦଳ ପୁଣିଥରେ ସଙ୍ଗଠିତ ହୋଇ ଶାସନ ବାରକୁ ଫେରିବ ବୋଲି ଦାବି କରିଛନ୍ତି। ପିସିସି ସଭାପତି ହେବା ପାଇଁ ମଧ୍ୟ ଆଶା ରଖିଛନ୍ତି ଶରତ ରାଉତ।

ନିରଞ୍ଜନଙ୍କୁ ସିଧା ଟାର୍ଗେଟ କରି ଅଛନ୍ତି ସେ। ସେପଟେ ପିସିସି ସଭାପତି ରେସରେ ଥିବା ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ କହିବା ଅନୁସାରେ ମାନସିକ ସ୍ତରରେ ପ୍ରସ୍ତୁତ ନାହାଁନ୍ତି। ୫ଟି ରାଜ୍ୟର ଫଳାଫଳ ଉପରେ ନଜର ଥିଲା। ତା'ପରେ ସୋନିଆ ଗାନ୍ଧି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସେଗୁଡିକରେ ଫଳ ଖରାପ ହେଲା ତେଣୁ ସଭାପତି ପରିବର୍ତ୍ତନ ହେଲା। ସେ ଯାହା ଚାହିଁବେ ପରିବର୍ତ୍ତନ କରିବେ। ଓଡ଼ିଶାରେ ମଧ୍ୟ ପିସିସି ପରିବର୍ତ୍ତନ ହୋଇପାରେ। ସେ ବିଷୟରେ କେବଳ ସୋନିଆ ଓ ରାହୁଲ କହିପାରିବେ। ଯଦି ହାଇକମାଣ୍ଡ ଦାୟିତ୍ୱ ଦେବେ ତା'ହେଲେ ଗ୍ରହଣ କରିବି ବୋଲି କହିଛନ୍ତି ଜୟଦେବ।

‘‘ମୋର ପିସିସି ସଭାପତି ହେବା ପାଇଁ ଇଚ୍ଛା ନାହିଁ। ବିଧାୟକମାନଙ୍କ ମଧ୍ୟରୁ ଜଣଙ୍କୁ କଲେ ମଧ୍ୟ କୌଣସି ଅସୁବିଧା ନାହିଁ। ଯିଏ ଦିନରାତି ୨୪ ଘଣ୍ଟା ପରିଶ୍ରମ କରିବ। ସେ ହିଁ ବିଜେପି ଓ ବିଜେଡ଼ି ସହ ମୁକାବିଲା କରିପାରିବ। ନିରଞ୍ଜନ ସଫଳ ହୋଇଛନ୍ତି କି ନାହିଁ। ସେ ନିଜେ ହିଁ କହିପାରିବେ। ନିକଟ ଅତୀତରେ ରାହୁଲ ଗାନ୍ଧିଙ୍କୁ ଭେଟିଲା ବେଳେ କହିଥିଲି, କଂଗ୍ରେସ ଦଳର ମୁଁ ଜଣେ ସଚ୍ଚା ସୈନିକ। ଯାହା ଦାୟିତ୍ୱ ଦେବେ ତୁଲାଇବି,’’ କହିଛନ୍ତି ଜୟଦେବ।

ସୁରେଶ ରାଉତରାୟ କିନ୍ତୁ ଏହି ଆଶା ବାନ୍ଧିଥିବା ନେତାଙ୍କୁ ଟାର୍ଗେଟ କରିଛନ୍ତି। ଯେଉଁମାନେ ସଙ୍ଗଠନ କଥା କହୁଛନ୍ତି ସେମାନେ ଏତେଦିନ ଯାଏ କୋଉଠି ଥିଲେ। ଦିଲ୍ଲୀ ଗଲେ ଲାଭ କଣ। ତୁରନ୍ତ ଏଆଇସିସି ନିଷ୍ପତ୍ତି ନେଉ କିଏ ପିସିସି ସଭାପତି ହେବ। ଯିଏ ଦାୟିତ୍ଵ ନେବ ତା ସହ ମିଶି କାମ କରିବେ। ପିସିସି ପରିବର୍ତ୍ତନ ସହ ଦଳ ପୁଣିଥରେ ସଙ୍ଗଠନ ସୁଦୃଢ଼ କରିବା ପାଇଁ କୌଣସି ନେତା ଏବେ ମଙ୍ଗ ଧରିପାରିବେ ସେ ନେଇ କେନ୍ଦ୍ରୀୟ ନେତା ବିଚାର ବିମର୍ଶ କରୁଛନ୍ତି।
Published by:Lipina Das
First published: