ଖୁବ୍ ଶୀଘ୍ର ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ

ଖୁବ୍ ଶୀଘ୍ର ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ। ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ମଧ୍ୟ ହୋଇଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ନିଆଗଲା ନିଷ୍ପତ୍ତି।

ଖୁବ୍ ଶୀଘ୍ର ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ

ଖୁବ୍ ଶୀଘ୍ର ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ

  • Share this:
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବୀକରଣ। ଏଥିନେଇ ରୂପରେଖ ପ୍ରସ୍ତୁତ କରିଛି ଜିଲ୍ଲା ପ୍ରଶାସନ। ବିଏମସି କମିଶନରଙ୍କ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷାରେ ଅନୁଷ୍ଠିତ ହୋଇଥିବା ବୈଠକରେ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ନବୀକରଣ ନିମନ୍ତେ ନିଷ୍ପତ୍ତି ନିଆଯାଇଛି।

ମନ୍ଦିରର ପରିଚାଳନା କମିଟି ଓ ପୂଜକମାନଙ୍କର ଏନେଇ ମତାମତ ମଧ୍ୟ ନିଆଯାଇଛି। ମନ୍ଦିରର ଗର୍ଭଗୃହର ଉନ୍ନତି ସହିତ ମନ୍ଦିର ଚତୁଃପାର୍ଶ୍ବର ବିକାଶ ସାଙ୍ଗଙ୍କୁ ଭକ୍ତମାନଙ୍କ ନିମନ୍ତେ ଅଧିକ ସୁବିଧା ସୁଯୋଗ ପ୍ରଦାନ କରିବା ନିମନ୍ତେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ମନ୍ଦିରର ନବୀକରଣକୁ ନେଇ ଡ଼ିପିଆର ପ୍ରସ୍ତୁତ କରିବା ପରେ ରାଜ୍ୟ ସରକାରଙ୍କୁ ପଠାଯିବା ସହ ଖୁବ୍ ଶୀଘ୍ର ମନ୍ଦିରର କାର୍ଯ୍ୟ ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ତାରାତାରିଣୀ ମନ୍ଦିରର ରୂପାନ୍ତରିକରଣ ହେବା ପରେ ବର୍ତ୍ତମାନ ବ୍ରହ୍ମପୁରର ଆରାଧ୍ୟ ଦେବୀ ମା' ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ବିକାଶ ନେଇ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା। ମନ୍ଦିରର ନବୀକରଣ ନିମନ୍ତେ ଅନୁଷ୍ଠିତ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ରହ୍ମପୁର ସାଂସଦ, ବିଧାୟକ, ବିଏମସି କମିଶନର, ମେୟର, ଡ଼େପୁଟି ମେୟରଙ୍କ ସମେତ ମନ୍ଦିରର ସେବାୟତମାନେ ମଧ୍ୟ ଉପସ୍ଥିତ ଥିଲେ। ରାଜ୍ୟର ଅନ୍ୟ ମନ୍ଦିରର ଉନ୍ନତିକରଣ ନେଇ ଘୋଷଣା ହେବା ପରେ ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ ମନ୍ଦିରର ବିକାଶ ନେଇ ମଧ୍ୟ ଅନେକ ଦାବି ଉଠାଇଥିଲେ।

ଏହାକୁ ଦୃଷ୍ଟିରେ ରଖି ମନ୍ଦିରର ରୂପରେଖ ପରିବର୍ତ୍ତନ ସହ ବିକାଶ କରିବା ନିମନ୍ତେ ଖସଡ଼ା ପ୍ରସ୍ତୁତ କରାଯାଇଛି।

‘‘ମନ୍ଦିରର ଆଖପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ, ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ସୁଯୋଗ ଓ ଗର୍ଭଗୃହର ଉନ୍ନତି ସାଙ୍ଗକୁ ସୌନ୍ଦର୍ଯ୍ୟକରଣକୁ ନେଇ ବୈଠକରେ ଆଲୋଚନା କରାଯାଇଛି। ମନ୍ଦିରର ବିକାଶକୁ ନେଇ ସେବାୟତମାନଙ୍କ ମଧ୍ୟ ମତାମତ ନିଆଯାଇଛି। ସମସ୍ତଙ୍କ ମତାମତକୁ ନେଇ ଏକ ଡ଼ିପିଆର ପ୍ରସ୍ତୁତ କରାଯାଉଛି। ଏହାକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ପରବର୍ତ୍ତୀ ସମୟରେ କିଭଳି ମନ୍ଦିରର ରୂପରେଖ ପରିବର୍ତ୍ତନ ହେବ ଓ କଣ ସବୁ ସୁବିଧା ସୁଯୋଗ ରହିବ ସେ ନେଇ ରାଜ୍ୟ ସରକାରଙ୍କ ମଞ୍ଜୁର ପରେ କାମ ଆରମ୍ଭ କରାଯିବ,’’ କହିଛନ୍ତି ବିଏମସି କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର।

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ନବୀକରଣ କାର୍ଯ୍ୟ ଅତ୍ୟନ୍ତ ସ୍ବାଗତଯୋଗ୍ୟ ପଦକ୍ଷେପ। ମନ୍ଦିରର ଉନ୍ନତିକରଣ କରା ଗଲେ ପୂର୍ବଅପେକ୍ଷା ଭକ୍ତମାନଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରିବ। ଦୀର୍ଘ ବର୍ଷ ହେଲା ମନ୍ଦିରର ଉନ୍ନତିକରଣ ପାଇଁ ଯୋଜନା କରାଯାଉଥିଲେ ମଧ୍ୟ ତାହା ସଫଳ ହେଉନଥିଲା। ବର୍ତ୍ତମାନ ନିଜେ ଗଞ୍ଜାମ ଜିଲ୍ଲାପାଳ ମନ୍ଦିରର ବିକାଶ ନେଇ ନିଜ ଆଡ଼ୁ ବୈଠକ କରାଇ ଉନ୍ନତି ପାଇଁ ସେବାୟତମାନଙ୍କ ମତାମତ ନେଇଛନ୍ତି। ତେଣୁ ଖୁବ୍ ଶୀଘ୍ର ମନ୍ଦିରର ଉନ୍ନୟନ କାର୍ଯ୍ୟ ଆରମ୍ଭ ହେବ ବୋଲି ଆଶା ରଖିଛନ୍ତି ବୁଢ଼ୀ ଠାକୁରାଣୀ ମନ୍ଦିରର ସେବାୟତ ଦୁର୍ଗା ପ୍ରସାଦ ବେହେରା।

ଆସନ୍ତା ବର୍ଷରେ ମାଁଙ୍କ ଯାତ୍ରା ଅନୁଷ୍ଠିତ ହେବ। ଯାତ୍ରା ପୂର୍ବରୁ ଯଦି ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ ହେବ ତେବେ ଭକ୍ତମାନଙ୍କ ନଜର ମନ୍ଦିର ଉପରେ ପଡ଼ିବ। ଯାହାଫଳରେ ଉନ୍ନୟନ କାର୍ଯ୍ୟ ଶେଷ ହେବା ପରେ ଭକ୍ତଙ୍କ ଭିଡ଼ ବର୍ତ୍ତମାନ ଅପେକ୍ଷା ଆହୁରି ବୃଦ୍ଧି ପାଇବ। ମା' ତାରାତାରିଣୀ ମନ୍ଦିରର ଉନ୍ନତି ପରେ ସେଠାରେ ଯେଉଁଭଳି ଭାବେ ଭକ୍ତଙ୍କ ସୁଅ ଛୁଟିଛି ସେହିପରି ବ୍ରହ୍ମପୁର ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ନବୀକରଣ ହେବା ପରେ ଏହି ମନ୍ଦିର ମଧ୍ୟ ପର୍ଯ୍ୟଟନ ମାନଚିତ୍ରରେ ଆହୁରି ଆଗକୁ ବଢ଼ିବ ଏଥିରେ ସନ୍ଦେହ ନାହିଁ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ପ୍ରେମାଞ୍ଜଳୀ।

ରାଜ୍ୟର ବିଭିନ୍ନ ମନ୍ଦିରର ବିକାଶ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଥିବା ବେଳେ ବର୍ତ୍ତମାନ ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ନବୀକରଣ କାର୍ଯ୍ୟ ମଧ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଥିବା ବେଳେ ଉନ୍ନୟନ କାମ କେବେ ଆରମ୍ଭ ହେବ ଏବେ ତାହାକୁ ହିଁ ଅପେକ୍ଷା।
Published by:Lipina Das
First published: