ସୌମ୍ୟ ଆତ୍ମହତ୍ୟା ମାମଲାରେ ପୋଲିସକୁ ଝଟକା; ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରୁଜ୍ଜୁ ହେଲା ମାମଲା

ଦୀର୍ଘ ଦିନର ଅପେକ୍ଷା ପରେ ଏବେ ସୌମ୍ୟ-ସୋନାଲି କେସରେ ଆସିଛି ନୂଆ ମୋଡ଼। ସୋନାଲିଙ୍କ ସମେତ ତାଙ୍କ ମାଙ୍କ ନାମରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ଉଭୟଙ୍କ ବିରୋଧରେ ୩୦୬ ଓ ୩୪ ଦଫା ଲାଗିଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜ୍ଜୁ (ପ୍ରତୀକାତ୍ମକ ଛବି)

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲା ରୁଜ୍ଜୁ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଦୀର୍ଘ ଦିନର ଅପେକ୍ଷା ପରେ ଏବେ ସୌମ୍ୟ-ସୋନାଲି କେସରେ ଆସିଛି ନୂଆ ମୋଡ଼। ରାଜଧାନୀର ବହୁ ଚର୍ଚ୍ଚିତ ମଡେଲ ତଥା ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ଘଟଣାରେ ପ୍ରେମିକା ତଥା ଆଲବମ ସିଙ୍ଗର ସୋନାଲି ନନ୍ଦଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ଇନଫୋସିଟି ପୋଲିସ। ସୋନାଲିଙ୍କ ସମେତ ତାଙ୍କ ମା ଙ୍କ ନାମରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ଉଭୟଙ୍କ ବିରୋଧରେ ୩୦୬ ଓ ୩୪ ଦଫା ଲାଗିଛି। ଖୁବ ଶୀଘ୍ର ସୋନାଲି ଓ ତାଙ୍କ ମା' କୁ ଡାକି ଜେରା କରିବ ପୋଲିସ।

ସୌମ୍ୟଙ୍କ ଆତ୍ମହତ୍ୟା ପରେ ଥାନାରେ ଅଭିଯୋଗ ପରେ ବି ମାମଲା ରୁଜ୍ଜୁ କରୁ ନଥିଲା ପୋଲିସ। ଏନେଇ ପରିବାର ଲୋକ ହାଇକୋଟଙ୍କ ଦ୍ବାରସ୍ଥ ହେବା ପରେ ମାମଲା ରୁଜ୍ଜୁ କରି ତଦନ୍ତ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏବେ ପୋଲିସ ମାମଲା ରୁଜ୍ଜୁ କରିବା ପରେ ପୁଣି ଥରେ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ସୌମ୍ୟଙ୍କ ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି ଇନ୍ଫୋସିଟି ଥାନା ପୋଲିସ ।

"ପୋଲିସ ମାମଲା ରୁଜ୍ଜୁ ନ କରିବାରୁ ଆମେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲୁ । ସୁଇସାଇଡ଼ ନୋଟ ସମେତ ସମସ୍ତ ପ୍ରକାର ତଥ୍ୟ ଆମେ କୋର୍ଟରେ ଦାଖଲ କରିଥିଲୁ । କୋର୍ଟ ଆମ ପକ୍ଷକୁ ହୃଦଗମ କରିବା ପରେ କମିସନରେଟ ପୋଲିସକୁ ମାମଲା ରୁଜ୍ଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆମେ ଆଶା କରୁଛୁ ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ସୌମ୍ୟଙ୍କ ପରିବାର ନ୍ୟାୟ ପାଇବେ," କହିଛନ୍ତି ସୌମ୍ୟ ଙ୍କ ମାମଲା ଲଢ଼ୁଥିବା ଆଇନଜୀବୀ ବ୍ୟମୋକେଶ ତ୍ରିପାଠୀ ।

ସୌମ୍ୟଙ୍କ ଆତ୍ମହତ୍ୟା ପରେ ସୌମ୍ୟ  ଓ ସୋାନାଲିଙ୍କ ଭିତରେ ହୋଇଥିବା କଥାବାର୍ତ୍ତାର ଗୋଟିଏ ପରେ ଗୋଟିଏ ଅଡ଼ିଓ ଭାଇରାଲ ହେବାରେ ଲାଗିଥିଲା । ସୌମ୍ୟଙ୍କ ସୁଇସାଇଡ଼ ନୋଟ ସହ ଭାଇରାଲ ଅଡ଼ିଓରେ ସୋନାଲି ମାନସିକ ନିର୍ଯାତନା ଦେଉଥିବା ସ୍ପଷ୍ଟ ଜଣାପଡୁଛି । ଏପରକି ଅନ୍ୟ ଏକ ଅଡ଼ିଓରେ ସୋନାଲିର ମାଆକୁ ସୌମ୍ୟ ଆତ୍ମହତ୍ୟା ବିଷୟରେ ମଧ୍ୟ କହିଥିଲେ । ସେହିପରି ସୌମ୍ୟ ସୋନାଲିଙ୍କୁ ଲେଖିଥିବା ଶେଷ ମେସେଜରେ ନିଜ ମୃତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ । ସୋନାଲିଙ୍କ ବିରୋଧରେ ମାମଲା ରୁଜ୍ଜୁ ପାଇଁ ସୌମ୍ୟଙ୍କ ପରିବାର ଡିସିପିଙ୍କୁ ଅନୁରାଧ ପରେ ବି କିଛି ସୁଫଳ ମିଳିନଥିଲା।

ସୂଚନାଯୋଗ୍ୟ, ସୌମ୍ୟଙ୍କ ଆତ୍ମହତ୍ୟା ମାମଲାକୁ ପ୍ରାୟ ଅଢ଼େଇ ମାସ ପୁରି ଗଲାଣି। ହେଲେ ତଦନ୍ତ ପୋଲିସ ପାଖରେ ଅଟକି ରହିଛି। ଏବେ ଥାନାରେ ମାମଲା ରୁଜ୍ଜୁ ହେବା ପରେ ନ୍ୟାୟ ପାଇଁ ଅପେକ୍ଷା କରିଛନ୍ତି ସୌମ୍ୟଙ୍କ ପରିବାର।
Published by:Soumya Das
First published: