ଲାହୋର ଜେଲରେ ଭଦ୍ରକର ଆନନ୍ଦ; ମୁକୁଳେଇବାକୁ ଗୁହାରି କରୁଛି ପୁଅ

ଯୁଦ୍ଧ ସମୟରେ ନିଖୋଜ ହୋଇଯାଇଥିଲେ ବାପା। ସେ ଜୀବିତ କି ମୃତ ଜାଣିବାକୁ ସରକାରଙ୍କୁ ଆକୁଳ ନିବେଦନ କରୁଛି ପୁଅ।

ଲାହୋର ଜେଲ୍‌ରେ ଆନନ୍ଦ

ଲାହୋର ଜେଲ୍‌ରେ ଆନନ୍ଦ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ବୟସ ହେଲାଣି ୬୫ । ଯେଉଁ ବୟସରେ ବିଶ୍ରାମ ନେବା କଥା ସେହି ବୟସରେ ବାପାଙ୍କ ସମ୍ପର୍କରେ ଜାଣିବା ପାଇଁ ଏ ରାଜ୍ୟରୁ ସେ ରାଜ୍ୟ ବୁଲୁଛନ୍ତି ପୁଅ । ୫୭ବର୍ଷ ହେବ ଲାହୋର ଜେଲରେ ସଜା କାଟୁଛନ୍ତି ବାପା। ବାପାଙ୍କୁ ନିଜ ଦେଶ ଫେରାଇ ଆଣିବାକୁ ଗୁହାରି କରୁଛନ୍ତି ପୁଅ।

ଭଦ୍ରକ ଜିଲ୍ଲା ଧାମନଗରର କଲ୍ୟାଣି ଗାଁର ଆନନ୍ଦ ପତ୍ରୀ ଭଦ୍ରକ ୩୧ ବେଙ୍ଗଲ ଇଞ୍ଜିନିୟରିଂ ରେଜିମେଣ୍ଟ " ଜି " କମ୍ପାନୀ, ଉଇର ୨୪ ପ୍ରଗଣା, ପଶ୍ଚିମବଙ୍ଗରେ ଜଣେ ଭାରତୀୟ ସେନାରେ ସୈନିକ ଭାବରେ ନିଯୁକ୍ତି ପାଇ ୧୯୬୨ ମସିହା ଇଣ୍ଡୋ ଚାଇନା ଯୁଦ୍ଧରେ ଯୋଗଦାନ କରିଥିଲେ ଓ ୧୯୬୫ ମସିହାରେ ଭାରତ ପାକିସ୍ତାନ ଯୁଦ୍ଧରେ ମଧ୍ୟ ଭାଗ ନେଇଥିଲେ। ଭାରତ ପାକିସ୍ତାନ ଯୁଦ୍ଧରେ ସେ ନିଖୋଜ ହୋଇଯାଇଥିଲେ। ଏହା ପରେ ବହୁତ ଦିନ ପରେ ପାକିସ୍ତାନ ଲାହୋର ଜେଲରେ ଥିବା ସହିତ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଏକ ଖବର ପ୍ରକାଶ ପାଇଥିଲା । ଏହି ଖବରଟି ଆନନ୍ଦ ପତ୍ନୀ ଙ୍କ ପୁତ୍ର, ପରିବାର ସଦସ୍ୟ ଏବଂ ଗ୍ରାମବାସୀଙ୍କ ଦୃଷ୍ଟି ଗୋଚର ହେବାପରେ ସେମାନେ ଆନନ୍ଦ ପତ୍ରୀଙ୍କୁ ପାକିସ୍ତାନ ଜେଲରୁ ମୁକ୍ତି କରିବା ପାଇଁ ଚେଷ୍ଟା କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ୧୨ ନଭେମ୍ବର ୨୦୦୬ ର ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀନବୀନ ପଟ୍ଟନାୟକ, ଭାରତ ସରକାରଙ୍କ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଭାରତୀୟ ସେନାରେ ସୈନିକ ଭାବରେଯୁଦ୍ଧ ବନ୍ଦୀ ହୋଇଥିବା ଶ୍ରୀ ଆନନ୍ଦ ପତ୍ରୀଙ୍କୁ ମୁକ୍ତ କରିବା ପାଇଁ ଏକ ଅନୁରୋଧ ପତ୍ର ପଠାଇଥିଲେ।

୨୦ ଡିସେମ୍ବର ୨୦୦୬ ରେଭାରତ ସରକାରଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ ( ପାକିସ୍ତାନ ଡିଭିଜନ) ଶ୍ରୀ ଉତ୍ପଳ ରାୟଙ୍କୁ ଅବଗତ କରିଥିଲେଏବଂ ୨୨ ଡିସେମ୍ବର ୨୦୦୬ ମସିହାରେ ୱାଘା ସୀମା ( ଭାରତ -ପାକ ସୀମା) ରେ ଆନନ୍ଦ ପତ୍ରୀଙ୍କୁ ଗ୍ରହଣ କରିବାକୁ ସୂଚନା ଦେଇଥିଲେ। କିନ୍ତୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ଯୁଦ୍ଧ ବନ୍ଦୀ ଭାବରେ ଥିବା ଅନେକ ଭାରତୀୟ ସୈନିକଙ୍କୁ ମୁକ୍ତ କରିଥିଲେ ମଧ୍ୟ ଆନନ୍ଦ ପତ୍ରୀ ଙ୍କୁ " ଯୁଦ୍ଧ ବନ୍ଦୀ" ଭାବରେ ମୁକ୍ତ କରିବା ପାଇଁ ରାଜି ହୋଇ ନଥିଲେ।

MP ACCIDENT: ଏକାସଙ୍ଗେ ୩ଟି ଵସ ଉପରକୁ ମାଡ଼ି ଗଲା ଟ୍ରକ; ୧୩ ଜଣଙ୍କର ଗଲାଣି ଜୀବନ

ପାକିସ୍ତାନ ସରକାରଙ୍କ ପ୍ରସ୍ତାବ ଅନୁଯାୟୀ ଶ୍ରୀ ଆନନ୍ଦ ପତ୍ରୀଙ୍କୁ "ଯୁଦ୍ଧ ବନ୍ଦୀ" ନୁହେଁ ବରଂ ଭାରତୀୟ ନାଗରିକ ବନ୍ଦୀ ଭାବେ ମୁକ୍ତ କରିବା ପାଇଁ ପାକିସ୍ତାନ ସରକାର ଚାହୁଁଥିଲେ। ଏହାର କାରଣ ଭାରତ ପାକିସ୍ତାନ ମଧ୍ୟରେ ହୋଇଥିବା "ଜେନେଭା ଚୁକ୍ତି" ଅନୁଯାୟୀ କୌଣସି ସୈନିକଙ୍କୁ ୧୨ ବର୍ଷ ରୁ ଅଧିକ ସମୟ ଧରି "ଯୁଦ୍ଧ ବନ୍ଦୀ" ଭାବରେ ବନ୍ଦୀ କରି ରଖିବାକୁ ଅନୁମତି ନାହିଁ। ଏହି କାରଣରୁ ଆନନ୍ଦ ପତ୍ରୀ ପାକିସ୍ତାନ ଜେଲରୁ ମୁକ୍ତହେବା ପାଇଁ ସମସ୍ୟା ସୃଷ୍ଟି ହେଉଛି। ପ୍ରକାଶ ଥାଉକି ୧୯୬୫ ରୁ ୨୦୨୩ ମସିହା ପର୍ଯ୍ୟନ୍ତ ୫୮ ବର୍ଷ ରୁ ଅଧିକ ଆନନ୍ଦ ପତ୍ରୀ ( ଯଦି ସେ ଜୀବିତ ଅଛନ୍ତି) ପାକିସ୍ତାନ ଜେଲରେ ଅକଥନୀୟ ଅତ୍ୟାଚାର, ମାନସିକ ଯନ୍ତ୍ରଣା ଭିତରେ ସମୟ ଅତିବାହିତ କରୁଥାଇପାରନ୍ତି। ଏହି କଥାକୁ ନରି ଆନନ୍ଦଙ୍କପରିବାର, ଗ୍ରାମବାସୀ, ବନ୍ଧୁ ପରିଜନ ସମସ୍ତେ ମନସ୍ତାପ ମଧ୍ୟରେ ରହିଛନ୍ତି।

ଦୁଇ ସରକାରଙ୍କ ତାଳମେଳ ଅଭାବରୁ ଆନନ୍ଦଙ୍କ ସମ୍ପର୍କରେ ଜାଣିପାରୁ ନାହାଁନ୍ତି ପରିବାର। ଏବେ ପରିବାରଙ୍କ ଆକୁଳ ନିବେଦନ ନେଇ ସରକାର କଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ଅପେକ୍ଷା।
Published by:Soumya Das
First published: