News 18 Odia Digital
କଟକ: ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ଚଢ଼ାଉ ଘଟଣାରେ ୪ ଗିରଫ ହୋଇଛନ୍ତି। ପାରାଦ୍ବୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ସିବିଆଇ ଗିରଫ କରିଛି। ଏହାସହ OSLର ଠିକା କର୍ମଚାରୀ ଠିକାଦାର ସୁମନ୍ତ ରାଉତଙ୍କ ସହ କେସିଟି ଗ୍ରୁପ୍ ପୋର୍ଟ ଅପରେସନ ମ୍ୟାନେଜର ଶଂଖଶୁଭ୍ର ମିତ୍ର ଓ OSL ଅପରେସନ ଡିଜିଏମ୍ ସୂର୍ଯ୍ୟନାରାୟଣ ସାହୁ ଗିରଫ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁସାରେ, ଗତକାଲି ମଧ୍ୟ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସିବିଆଇ ପଚରାଉଚରା କରିଥିଲା । ମହିମାଙ୍କୁ ଗତକାଲି ପାରାଦ୍ବୀପ ବନ୍ଦର ଗେଷ୍ଟ ହାଉସ୍ରେ ୬ ଘଣ୍ଟା ଧରି ଜେରା ହୋଇଥିଲା। ସେହିପରି ଭୁବନେଶ୍ୱର ସିବିଆଇ ଅଫିସ୍ରେ ସାଢ଼େ ତିନି ଘଣ୍ଟାରୁ ଅଧିକ ସମୟ ଧରି ସିବିଆଇ ଚନ୍ଦନଙ୍କୁ ପଚରାଉଚରା କରିଥିଲା।
ଚଢ଼ାଉ ବେଳେ ସିବିଆଇ ହାତରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ମହିମା ମିଶ୍ରଙ୍କ ବଡ଼ ପୁଅକୁ ମଧ୍ୟ ଟିମ ସାଥୀରେ ପଚରାଉଚରା ପାଇଁ ନେଇଥିଲେ। ଦୀର୍ଘ ୨୦ ଘଣ୍ଟା ଜେରା ପରେ ସିବିଆଇ ଅଫିସରୁ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ ଚନ୍ଦନ ମିଶ୍ର ବାହାରିଥିଲେ। ମହିମା ମିଶ୍ରଙ୍କୁ ପୁଣି ସିବିଆଇ ଜେରା କରିବାକୁ ଡାକିଥିବାର ସୂଚନା ମିଳିଛି। ଗତକାଲି ପୂର୍ବାହ୍ନ ୧୧ଟାରୁ ଉଭୟଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ଟିମ।
ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦ୍ବୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି। ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏଯାବତ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।
Published by:Soumyashree Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।