News18 Odia Digital
ପୁରୀ: ମାର ଶେଷ ଇଚ୍ଛା ପୂରଣ ପାଇଁ ପୁଅ ଶ୍ରବଣ କୁମାରଙ୍କ ଭଳି କାନ୍ଧରେ ଭାରରେ ବୋହି ପିତୃମାତୃ ଭକ୍ତିର ଦେଇଛନ୍ତି ଅନନ୍ଯ ଉଦାହରଣ। ୯୫ ବୟସ୍କା ବୃଦ୍ଧା ମାକୁ ଶ୍ରୀକ୍ଷେତ୍ର ଆଣି ଶ୍ରୀମନ୍ଦିରରେ କରାଇଛନ୍ତି କଳାଶ୍ରୀମୁଖର ଦର୍ଶନ।
"ଶରୀର କହିଲେ ହାଡ କେଇ ଖଣ୍ଡ ଓ ପୁଳାଏ ମାଂସ। ଚାଲିବା ତ ଦୂରର କଥା ଠିଆ ହେବା ବି ଅସମ୍ଭବ। ଜୀବ ଯିବା ପୂର୍ବରୁ ଶେଷ ଇଚ୍ଛା କାଳିଆ ପାଖକୁ ଯିବି। ଶେଷ ଥର ପାଇଁ ପଲକେ ଦେଖିନେବି ମୋ କଳାଶ୍ରୀମୁଖକୁ । ମାର ଶେଷ ଇଚ୍ଛା ପୂରଣ ପାଇଁ ଭାର କରି ନେଇଥିଲା ପୁଅ । ଠାକୁରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବ୍ଯାକୁଳ ଦେଖି ସହଯୋଗର ହାତ ବଢାଇ ନିଜେ କାନ୍ଧରେ ଭାରକୁ ଧରି ସିଂହଦ୍ୱାର ନିକଟରୁ ତିନି ଜଣ ଶ୍ରୀମନ୍ଦିରର ସ୍ୱେଛାସେବୀଙ୍କ ସହାୟତାରେ କରାଇଥିଲି ଜଗା ଦର୍ଶନ ବୋଲି କହିଛନ୍ତି ଶ୍ରୀମନ୍ଦିର ସୁବେଦାର ଯୋଗେଶ ସ୍ୱାଇଁ ।
ରବିବାର ଅପରାହ୍ନରେ ଶ୍ରୀମନ୍ଦିର ସମ୍ମଖରେ ଏଭଳି ଏକ ଦୃଶ୍ଯ ଦେଖଣାହାରୀଙ୍କୁ ଚକିତ କରିଥିଲା। ଆଜି ବି ପିତୃମାତୃ ସତ୍ଯ ପୁରଣ ପାଇଁ ପୁଅ ଶ୍ରବଣ କୁମାରଙ୍କର ଭଳି ସେବକ ହୋଇପାରେ । ଯାହାର ଅନ୍ଯ ଉଦାହରଣ ଦେଖିବାକୁ ମିଳିଥିଲା । କଟକ ଜିଲାର ପାଟଯୋଶୀପୁରର ୯୫ ବୟସ୍କା ବୃଦ୍ଧା ମା ଶାରଦା ଦେବୀଙ୍କୁ ତାଙ୍କ ପୁଅ ବାହୁଙ୍ଗିରେ ପୁରୀ ଆଣି ଶ୍ରବଣ କୁମାରଙ୍କ ପରି ମାତୃ ସେବାରେ କରାଇଛନ୍ତି ଜଗା ଦର୍ଶନ । ତେବେ ଶାରଦା ଦେବୀଙ୍କର ସାଙ୍ଗରେ ଆସିଥିଲେ ୨ ଝିଅ ଓ ନାତୁଣୀ । ଦିନ ୧ଟାରେ ବ଼ଡଦାଣ୍ଡରେ ପହଞ୍ଚିବା ପରେ ମରଚିକୋଟ ଛକରୁ ମାଙ୍କୁ ଭାରରେ ବୋହି ନେଇଥିଲେ ପୁଅ ବସନ୍ତ । ଭାରର ଅପରପାର୍ଶ୍ୱରେ ବସିଥିଲେ ନାତୁଣୀ । ୨ ଝିଅ ସହଯୋଗ କରୁଥିଲେ ।
ଶ୍ରୀମନ୍ଦିର ପାର୍ଶ୍ୱ ସୂଚନା କେନ୍ଦ୍ର ନିକଟରେ ପହଞ୍ଚିବା ପରେ ସେଠାରେ ଥିବା ଶ୍ରୀମନ୍ଦିର ସୁରକ୍ଷାରେ ଥିବା ସୁବେଦାର ଯୋଗଶ ସ୍ୱାଇଁ ସେମାନଙ୍କୁ ଦେଖିବା ପରେ ଦର୍ଶନ ପାଇଁ ବ୍ଯବସ୍ଥା କରିବେ ବୋଲି କହିଥିଲେ । ଆଉ ସେ ଭାରକୁ କାନ୍ଧରେ ବୋହିବା ସହଯୋଗ ଦର୍ଶନ ପାଇଁ ନେଇଥିଲେ ସୁବେଦାର ବାବୁ । ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ସେଠାରେ କିଛି କର୍ମଚାରୀ ମାଙ୍କୁ ନେଇ ଭିତରକାଠ ପାଖରେ କରାଇଥିଲେ ଜଗା ଦର୍ଶନ। ଆଉ କଳା ଶ୍ରୀମୁଖକୁ ଦେଖି ମା ମୋର ବହୁତ ଖୁସି ହେବା ସହ ଅଦ୍ଭୁତ କାଳିଆ ଲୀଳା ବୋଲି କହିଥିଲା ବୋଲି କହିଛନ୍ତି ପୁଅ ବସନ୍ତ ବେହେରା ।
ଜୁଇକୁ ଯିବା ବାଟରେ ତୁଟୁନି ମୋହ। ଆଉ ଏଭଳି ଶ୍ରବଣକୁମାରଙ୍କ ଭଳି ମାର ଶେଷ ଇଚ୍ଛା ପୂରଣ କରିଥିବାରୁ ଏହି ଦୃଶ୍ଯ ଦେଖଣାହାରୀଙ୍କୁ ଭାବବିହ୍ୱଳ କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।