ମା'କୁ ମାଡ଼ ମାରି ଘରୁ ବାହାର କରିଦେଲା ପୁଅ
- News18 Odia
- Last Updated :
- Cuttack, India
News18 Odia Digital
ବ୍ରହ୍ମପୁର: ମରିଗଲା ମାନବିକତା ଜନ୍ମକଲା ମା'କୁ ଶୀତ କାକରରେ ଘରୁ ବାହାର କରିଦେଲା ପୁଅ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପାଲିଆ ଛତ୍ରପୁରରେ। ଦୁଇ ଦୁଇଟି ପୁଅ ଥାଇ ମଧ୍ୟ ମା' ସୀତାଆମ୍ମା ଆଜି ଅଲୋଡ଼ା।
ସୀତାଆମ୍ମା ନିଜ ବଡ଼ ପୁଅ ପାଖରେ ଦୀର୍ଘ ବର୍ଷ ଧରି ରହି ଆସୁଥିବା ବେଳେ ତାଙ୍କ ସାନ ପୁଅ ବାହାର ରାଜ୍ୟରେ ରହି ଆସୁଛନ୍ତି। ବର୍ଷ ବର୍ଷ ଧରି ମା'କୁ ନିର୍ଯାତନା ଦେଉଥିଲେ ହେଲେ ଗତକାଲି ସବୁ ସୀମାକୁ ଟପି ମାଡ଼ ମାରି ଘରୁ ଜନ୍ମ କଲା ମା'କୁ ପର କରିଦେଲେ। ଘର ବାରଣ୍ଡାରେ ଶୀତ କାକରରେ ଦୀର୍ଘ ସମୟ ଧରି ପଡ଼ି ରହିଥିଲେ ବୁଢୀ ମା।
ଏହାପରେ ନିଜ ପାଖରେ ରହିଥିବା ଔଷଧକୁ ଖାଉଥିଲେ। ଏହାକୁ ଦେଖି ଗ୍ରାମବାସୀମାନେ ଓ ସ୍ଥାନୀୟ ବଜରଙ୍ଗ ଦଳର କର୍ମକର୍ତ୍ତାମାନେ ଛତ୍ରପୁର ମେଡିକାଲରେ ଭର୍ତ୍ତି କରିଛନ୍ତି। ମା'ଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀମାନେ ଅନୁରୋଧ କରିଥିବା ବେଳେ ପୁଅକୁ ଉଚିତ ଦଣ୍ଡ ଦିଆଯାଇବାର ଆବଶ୍ୟକତା ରହିଛି ବୋଲି ଦାବି କରିଛନ୍ତି ଗ୍ରାମବାସୀ।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।