• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • କେବଳ ଆବେଦନ କରିଥିବା ଆରଟିଓ ବ୍ରୋକରଙ୍କୁ ଥଇଥାନ କରାଯିବ, ସମସ୍ତଙ୍କୁ ନୁହେଁ: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

କେବଳ ଆବେଦନ କରିଥିବା ଆରଟିଓ ବ୍ରୋକରଙ୍କୁ ଥଇଥାନ କରାଯିବ, ସମସ୍ତଙ୍କୁ ନୁହେଁ: ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ କାମ କରୁଥିବା ବ୍ରୋକରମାନଙ୍କ ଥଇଥାନକୁ ନେଇ ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ ସାଧାରଣ ଜନତାଙ୍କ ତରଫରୁ ମିଳିଛି ପ୍ରବଳ ସମର୍ଥନ । ଅଧିକାଂଶ ଲୋକଙ୍କ ମତରେ ବ୍ୟସ୍ତତାବହୁଳ ସହରୀ ଜୀବନ ପାଇଁ ବ୍ରୋକରମାନଙ୍କ ଆବଶ୍ୟକତା ରହିଛି।

ଆରଟିଓ ସାମନାରେ ଲମ୍ବା ଲାଇନ୍‌

ଆରଟିଓ ସାମନାରେ ଲମ୍ବା ଲାଇନ୍‌

  • Share this:
ଭୁବନେଶ୍ବର: ରାଜ୍ୟର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ କାମ କରୁଥିବା ବ୍ରୋକରମାନଙ୍କ ଥଇଥାନକୁ ନେଇ ହାଇ କୋର୍ଟଙ୍କ ନିର୍ଦ୍ଦେଶକୁ ସାଧାରଣ ଜନତାଙ୍କ ତରଫରୁ ମିଳିଛି ପ୍ରବଳ ସମର୍ଥନ । ଅଧିକାଂଶ ଲୋକଙ୍କ ମତରେ ବ୍ୟସ୍ତତାବହୁଳ ସହରୀ ଜୀବନ ପାଇଁ ବ୍ରୋକରମାନଙ୍କ ଆବଶ୍ୟକତା ରହିଛି।

ଅନେକ ଗ୍ରାହକ କମ୍ପ୍ୟୁଟର ବାବଦରେ ମଧ୍ୟ ଅନଭିଜ୍ଞ ଅଛନ୍ତି, ତେଣୁ ହାଇ କୋର୍ଟଙ୍କ ଏଭଳି ନିଷ୍ପତ୍ତି ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ବିଭିନ୍ନ ସ୍ତରର ଲୋକେ। ହେଲେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଏବେ ଯେହେତୁ କୋର୍ଟଙ୍କ ନିର୍ଦ୍ଦେଶ ହସ୍ତଗତ ହୋଇନାହିଁ, ତାହା ମିଳିବା ପରେ ସରକାରଙ୍କ ପକ୍ଷରୁ ଆବଶ୍ୟକ ଉଦ୍ୟମ ଆରମ୍ଭ ହେବ ।

ହାଇ କୋର୍ଟ ଗୁରୁବାର ଦିନ ନିର୍ଦ୍ଦେଶ ଦେଇଥିଲେ ଯେ ଆରଟିଓ ପରିସରରୁ ବ୍ରୋକର ହଟିବେ ନାହିଁ, ବରଂ ଆବଶ୍ୟକ ମତେ ସେମାନଙ୍କୁ ଥଇଥାନ କରାଯିବା ଦରକାର । କିଛି ବ୍ରୋକରଙ୍କ ଆବେଦନକୁ ବିଚାର କରି ହାଇ କୋର୍ଟ କହିଥିଲେ ଆରଟିଓ ପରିସରରେ ସେମାନଙ୍କୁ ବସିବା ପାଇଁ ହୋଇଥିବା ଆବେଦନର ବାସ୍ତବତା ନାହିଁ । ତେବେ ସେମାନେ ମଧ୍ୟ ଥଇଥାନ ହେବା ଦରକାର ।



“କୋର୍ଟଙ୍କ ନିଷ୍ପତ୍ତିର ଔଚ଼ିତ୍ୟ ଅଛି । ଜୀବିକା ପାଇଁ ଅହରହ ଦୌଡୁଥିବା ସହରର ବହୁ ଲୋକ ଜୀବନରେ ବ୍ୟସ୍ତତାକୁ ନେଇ ଅତିଷ୍ଟ । ଡିଏଲ୍‌ ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଦିନ ଦିନ ଧରି ଲାଇନରେ ଛିଡା ହେବା ସେମାନଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ଏ କ୍ଷେତ୍ରରେ ବ୍ରୋକରଙ୍କ ଆବଶ୍ୟକତା ଅଛି,” କହିଛନ୍ତି କେନ୍ଦୁଝରରୁ ଆସି ଭୁବନେଶ୍ବର ଆରଟିଓ – ୧ ରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ସୁଜିତ୍‌ କୁମାର ଜେନା ।

ଓଲ୍‌ଡ ଟାଉନର ବନ୍ଦିତା ସାହୁଙ୍କ ମତରେ ଏବେ ବି କମ୍ପ୍ୟୁଟର ବାବଦରେ ବହୁ ଲୋକ ଅନଭିଜ୍ଞ । ତେଣୁ ସେମାନଙ୍କୁ ସାମାନ୍ୟ ସହାୟତା ପାଇଁ ବ୍ରୋକରଙ୍କ ଆବଶ୍ୟକତା ଅଛି । ତା’ ଛଡା ସରକାରୀଭାବେ ବିଭିନ୍ନ ଆବେଦନ ପାଇଁ ଅଧିକ ସୁବିଧା-ସୁଯୋଗ ନଥିବାରୁ ବ୍ରୋକରଙ୍କ ଆବଶ୍ୟକତା ରହିଛି ।

ତେବେ ଭୁବନେଶ୍ବର ଝାରପଡାର ପ୍ରମୋଦିନୀ ଦାସଙ୍କ ମତରେ ସରକାର ବ୍ରୋକରଙ୍କୁ ନାଁ କହିବା ଦରକାର । ’’ଏହି ବ୍ୟବସ୍ଥା ଦ୍ବାରା ସାଧାରଣ ଲୋକେ ଶୋଷିତ ହେଉଛନ୍ତି,‘‘ ସେ କହିଛନ୍ତି ।

ସେପଟେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଯୁକ୍ତି ହେଲା ଯେ କୋର୍ଟଙ୍କ ଆଦେଶ ମିଳିବା ପରେ ହିଁ ତା’ ଉପରେ ତର୍ଜମା ହୋଇ କୌଣସି କାର୍ଯ୍ୟକ୍ରମ ହାତକୁ ନିଆଯିବ । ’’କେବଳ ଆବେଦନ କରିଥିବା ବ୍ରୋକରଙ୍କୁ ହିଁ ଥଇଥାନ କରାଯିବ । ସବୁ ବ୍ରୋକରଙ୍କୁ ନୁହେଁ,‘‘ ସେ କହିଛନ୍ତି ।

ଏସବୁ ଭିତରେ ଏବେ ବ୍ରୋକରମାନେ କେମିତି ଥଇଥାନ ହେବେ ତାକୁ ନେଇ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠୁଛି । କେଉଁ ଆଧାରରେ ସେମାନଙ୍କୁ ଥଇଥାନ କରିବ ପରିବହନ ବିଭାଗ? ଅନେକ ବର୍ତ୍ତମାନ ଏଇ ପ୍ରଶ୍ନ ପଚାରୁଛନ୍ତି ।
First published: