୫ ଦିନ ହେବ ଛାତ ଉପରେ ବିତୁଛି ଜୀବନ; ସରକାରୀ ସାହାଯ୍ୟକୁ ପରିବାରର ଅପେକ୍ଷା

ବନ୍ୟା ଆଣିଛି ସମସ୍ୟା । କିଛି ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଥିଲେ ମଧ୍ୟ ପ୍ରଶାସନର ସହାୟତା ପହଞ୍ଚି ପାରିନି ସେମାନଙ୍କ ନିକଟରେ ।

୫ ଦିନ ହେବ ଛାତ ଉପରେ ବିତୁଛି ଜୀବନ; ସରକାରୀ ସାହାଯ୍ୟକୁ ପରିବାରର ଅପେକ୍ଷା

୫ ଦିନ ହେବ ଛାତ ଉପରେ ବିତୁଛି ଜୀବନ; ସରକାରୀ ସାହାଯ୍ୟକୁ ପରିବାରର ଅପେକ୍ଷା

  • Share this:
News 18 Odia Digital

ପୂରୀ; ଗୋପ ବ୍ଲକର ରାହଙ୍ଗ ଗୋରଡ଼ା ପଂଚାୟତର ସନ୍ତ୍ରସ ଗାଁରେ ୫ ଦିନ ଧରି ଜଳବନ୍ଦୀ ଏକ ପରିବାର । ୭୬ ବର୍ଷୀୟ ବାସୁଦେବ ବରାଳ ଓ ତାଙ୍କ ସ୍ତ୍ରୀ ୬୦ ବର୍ଷୀୟା ସୁଷମା, ୮ ବର୍ଷର ନାତୁଣୀ , ୩ ବର୍ଷର ନାତିକୁ ନେଇ ରହୁଛନ୍ତି । ତେବେ ଧନୁଆଁ ନଦୀର ବନ୍ୟା ପାଣି ପସିଥିବାରୁ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁ ମୁଣ୍ଡରେ ରହୁଥିବା ବାସୁଦେବଙ୍କ ପରିବାର ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । କୌଣସି ସରକାରୀ କିମ୍ୱା ବେସରକାରୀ ସହାୟତା ଏପର୍ଯ୍ୟନ୍ତ ମିଳିନାହିଁ ପରିବାରକୁ । ଦୀର୍ଘ ୪ ଦିନ ଧରି ସେ କେବଳ ଚୁଡା ଖାଇବା ସହ ଉଠା ଚୁଲିରେ ଚା ଟିକିଏ କରି ପିଉଛନ୍ତି । ଆଗକୁ କିଭଳି ଚଳିବେ ପିଲାଛୁଆ କଣ ଖାଇବେ ସେ ନେଇ ପରିବାର ଏବେ ଚିନ୍ତାରେ ।



ସେହିପରି ଆଉ ଏକ ପରିବାର ସଦସ୍ୟ ମଧ୍ୟ ୫ ଦିନ ହେଲାଣି ଛାତ ଉପରେ ଭୋକ ଉପାସରେ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଡଭାର ଗ୍ରାମର ୩୬ ବର୍ଷୀୟ ଉଦ୍ଧବଙ୍କ ପରିବାର ଦୀର୍ଘ ୫ ଦିନ ହେବ ଜଳବନ୍ଦୀ । ଏଯାବତ ତାଙ୍କୁ ନା ମିଳିଛି ରିଲିଫ ସାମଗ୍ରୀ ନା ତାଙ୍କ ପାଖରେ ପହଁଚିଛି ସରକାରୀ ସହାୟତା । ୧୨ ବର୍ଷର ପୁଅ, ୮ ବର୍ଷର ଝିଅ ଏବଂ ସ୍ତ୍ରୀକୁ ଧରି ଘର ଛାତ ଉପରେ ରହିଛନ୍ତି ପୂରା ପରିବାର । କେବଳ ସେତିକି ନୁହେଁ ବୁଢା ବାପା ନଦୀବନ୍ଧ ଉପରେ ରହୁଛନ୍ତି ।



ଘରେ ୮ ଫୁଟର ପାଣି ରହିଥିବାରୁ ଘରର ଅନେକ ସାମଗ୍ରୀ ପାଣି ଭିତରେ ରହିଛି । ଛାତ ଉପରେ ଉଠାଚୁଲି ରଖି ରୋଷେଇ କରି ଖାଉଥିଲେ । ଗତକାଲି ରାତିରେ ବର୍ଷା ପବନ ଯୋଗୁଁ ଛାତ ଉପର ପଲିଥିନ ଫାଟି ଯିବାରୁ ଆହୁରି ଯନ୍ତ୍ରଣା ବଢି ଯାଇଛି । ସାଇତି ରଖିଥିବା ଧାନ ଚାଉଳ ବର୍ଷା ଯୋଗୁଁ ଓଦା ହୋଇଥିବା ବେଳେ କଣ ଖାଇବେ ତାହାକୁ ନେଇ ଚିନ୍ତାରେ ପରିବାର । ଛାତ ଉପରକୁ ଯିବା କାଠ ସିଡ଼ି ହିଁ ଏକମାତ୍ର ସାହାରା । ବିପଦପୂର୍ଣ୍ଣ ଭାବେ ଖୋଲା ଆକାଶ ତଳେ ରାତିରେ ରହୁଥିବା କହିଛନ୍ତି ପରିବାର ଲୋକେ । ରାସ୍ତାରେ ୮ ଫୁଟର ପାଣି , ସେହି ରାସ୍ତାରେ ଯିବା ଆସିବା କରିବା ସହ ପିଲାଙ୍କୁ କାନ୍ଧେଇକି ଆଣିବା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହେଲାଣି । ଆଉ କେତେଦିନ ଏମିତି କଷ୍ଟ ପାଇବୁ ବୋଲି କହିଛନ୍ତି ଉଦ୍ଧବ । ଏଥିସହ ତଳେ ଟ୍ୟୁବବେଲ ବୁଡି ଯାଇଥିବାରୁ ଗୋଳିଆ ପାଣି ପିଉଛୁ ଓ ଘରେ ପାଇଖାନା ବୁଡି ଯାଇଥିବାରୁ ପାଣିରେ ଶୌଚ ହେଉଛନ୍ତି ପୂରା ପରିବାର । ପ୍ରଶାସନ ପକ୍ଷରୁ ସମସ୍ତ ସହାୟତା ଦିଆଯାଇଥିବା କୁହାଯାଉଥିବା ବେଳେ ଏଯାବତ ଏମାନଙ୍କ ପାଖେ ପହଂଚି ନଥିବାରୁ ପରିବାର ଯନ୍ତ୍ରଣାରେ ଦିନ ବିତାଉଛନ୍ତି । ଆଗକୁ କିପରି ଏ ପରିସ୍ଥିତିର ମୁକାବିଲା କରିବେ ସେ ନେଇ ଚିନ୍ତାରେ ପରିବାର ।
Published by:Soubhagya Mishra
First published: