ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଯୁବ କଂଗ୍ରେସ ଅଫିସରେ ଭଙ୍ଗାରୁଜା କଲେ କିଛି ଦୁର୍ବୃତ; ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଦାବି

ଯୁବ କଂଗ୍ରେସ ଅଫିସରେ ଭଙ୍ଗାରୁଜା କଲେ କିଛି ଦୁର୍ବୃତ; ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଦାବି

ବୁଧବାର ମହିଳା କଂଗ୍ରେସ ସଭା ନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଫିସରେ ଥିବା ଝରକା ଓ କବାଟ ଭାଙ୍ଗିବା ସହ ନିରଞ୍ଜନ ବିରୋଧୀ ନାରା ଦେଇଥିଲେ ବିରୋଧୀ ଗୋଷ୍ଠୀ।

ଯୁବ କଂଗ୍ରେସ ଅଫିସରେ ଭଙ୍ଗାରୁଜା କଲେ କିଛି ଦୁର୍ବୃତ;  ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ଦାବି
ଯୁବ କଂଗ୍ରେସରେ ଭଙ୍ଗାରୁଜା କଲେ କିଛି ଦୁର୍ବୃତ
  • News18 Odia
  • Last Updated: October 14, 2021, 3:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ ଅଫିସରେ ପଶି କିଛି ଯୁବକ ଭଙ୍ଗାରୁଜା କରିଛନ୍ତି ବୋଲି ଜଣାପଡ଼ିଛି । ଅଫିସରେ ଥିବା ଅନେକ ଆସବାବ ପତ୍ର ଭାଙ୍ଗିଯାଇଛି । ଲକ୍ଷ ଲକ୍ଷ ଟଙ୍କାର ଜିନିଷ ନଷ୍ଟ ହୋଇଛି ।

ଯୁବ କଂଗ୍ରେସ ସଭାପତିଙ୍କୁ ବିରୋଧ କରି କଂଗ୍ରେସ ଭବନରେ ଏହି ଭଙ୍ଗାରୁଜା ହୋଇଛି । ଯୁବ କଂଗ୍ରେସ କାର୍ଯ୍ୟାଳୟର ସମସ୍ତ ଆସବାବପତ୍ର ଭଙ୍ଗାରୁଜା କରିଛନ୍ତି ବିରୋଧୀ ଗୋଷ୍ଠୀ । ଦୀର୍ଘ ଦିନ ହେଲା ଯୁବ କଂଗ୍ରେସରେ ଲାଗି ରହିଛି ଗୋଷ୍ଠୀ କନ୍ଦଳ । ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କୁ ବିରୋଧ କରୁଛନ୍ତି ଅପର ଗୋଷ୍ଠୀ ।

ଯାହାକୁ ନେଇ ବିଭିନ୍ନ ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାର ନଜର ଆସୁଛନ୍ତି। ପୁଣି ଫେରିଲା କଂଗ୍ରେସ କଳି । କଂଗ୍ରେସ ଭବନ କର୍ମଚାରୀ ନିଜ ନାମ ଗୋପନ ରଖି କହିଥିଲେ, " କିଛି ଯୁବ କଂଗ୍ରେସ କର୍ମୀ ଆସି କଂଗ୍ରେସ ଭବନରେ ପଶି ଭାଙ୍ଗାରୁଜା କରିଥିଲେ । ଯୁବ କଂଗ୍ରେସ କାର୍ଯ୍ୟାଳୟର ଆସବାବ ପତ୍ର ସକାଳ ଛଅଟାରେ ଚାରି ଜଣ ଅଜଣା ଯୁବକ ମୁହଁରେ କଳା କପଡ଼ା ପିନ୍ଧି କଂଗ୍ରେସ ଭବନକୁ ଧସେଇ ପଶିଥିଲେ ।

ଯୁବ କଂଗ୍ରେସରେ ଭଙ୍ଗାରୁଜା କଲେ କିଛି ଦୁର୍ବୃତ


ସୁରକ୍ଷା କର୍ମୀଙ୍କୁ ଯୁବ କଂଗ୍ରେସ କାର୍ଯ୍ୟାଳୟ ଚାବି ମାଗିଥିଲେ ସେହି ଚାରି ଜଣ ଯୁବକ । ଚାବି ନମିଳିବାରୁ କାର୍ଯ୍ୟାଳୟ ତାଲା ଭାଙ୍ଗି ଆସବାବ ପତ୍ର ଭଙ୍ଗାରୁଜା କରିଛନ୍ତି । ବର୍ତ୍ତମାନ ଏଭଳି ଘଟଣାକୁ ହଜମ କରିପାରିନି ଯୁବ କଂଗ୍ରେସ।

ଏହି ମାମଲାରେ ଯୁବ କଂଗ୍ରେସ ମୁଖପାତ୍ର ନଳିନୀ ମହାନ୍ତି କହିଛନ୍ତି, "ଯେଉଁମାନେ ଏଭଳି ଭଙ୍ଗାରୁଜା କରିଛନ୍ତି ଏ ନେଇ ପିସିସି ସଭାପତିଙ୍କୁ ଅବଗତ କରାଯାଇଛି। ଦଳର କିଛି ବିଶୃଙ୍ଖଳିତ କର୍ମୀ ଏଭଳି କରିଛନ୍ତି। ଯାହାକୁ ଯୁବ କଂଗ୍ରେସ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।"

ବୁଧବାର ସନ୍ଧ୍ୟାରେ ମଧ୍ୟ କଂଗ୍ରେସ ଭବନରେ ପଶି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନାମ ଫଳକକୁ ଭାଙ୍ଗିବା ପରେ ସେଠାରେ ପଡ଼ିଥିବା ଚେୟାର ଟେବୁଲ୍ ଭାଙ୍ଗିଥିଲେ। ଏହା ପରେ ମହିଳା କଂଗ୍ରେସ ସଭା ନେତ୍ରୀ ବନ୍ଦିତା ପରିଡ଼ାଙ୍କ ଅଫିସରେ ଥିବା ଝରକା ଓ କବାଟ ଭାଙ୍ଗିବା ସହ ନିରଞ୍ଜନ ବିରୋଧୀ ନାରା ଦେଇଥିଲେ ନିରଞ୍ଜନ ବିରୋଧୀ ଗୋଷ୍ଠୀ। ପିପିଲି ପରାଜୟ ପାଇଁ ନିରଞ୍ଜନ ହିଁ ଦାୟୀ ବୋଲି କହିବା ସହ ତୁରନ୍ତ ପଦବୀରୁ ଇସ୍ତଫା ଦାବି କରିଥିଲେ ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ।
Published by: Lipina Das
First published: October 14, 2021, 3:46 PM IST