ଫ୍ରେବୃଆରୀ ୨୯ରେ ଜନ୍ମ ଦିନ? ଜାଣନ୍ତୁ ଭାରତର ଓ ବିଶ୍ବର କେଉଁ ପ୍ରସିଦ୍ଧ ବ୍ୟକ୍ତିମାନେ ଏହି ଦିନ ଜନ୍ମ ହୋଇଥିଲେ

ଯେଉଁମାନେ ଫ୍ରେବୃଆରୀ ୨୯ ରେ ଜନ୍ମ ହୋଇଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ବା ବିଶେଷ ବ୍ୟକ୍ତି ବୋଲି ମନେକରାଯାଏ । ଭାରତର ସେଲିବ୍ରିଟିମାନଙ୍କ ଠାରୁ ଆରମ୍ଭ କରି ଦେଶ ବାହାରେ ଥିବା ଲୋକ ପର୍ଯ୍ୟନ୍ତ, ବିଶ୍ବର ଜନସଂଖ୍ୟାର ୦.୦୭ ପ୍ରତିଶତରୁ କମ୍ ଲୋକ ଏହି ଲିପ୍ ଇୟରରେ ଜନ୍ମ ଗ୍ରହଣ କରିଛନ୍ତି।

ଫ୍ରେବୃଆରୀ ୨୯ରେ ଜନ୍ମ ଦିନ? ଜାଣନ୍ତୁ ଭାରତର ଓ ବିଶ୍ବର କେଉଁ ପ୍ରସିଦ୍ଧ ବ୍ୟକ୍ତିମାନେ ଏହି ଦିନ ଜନ୍ମ ହୋଇଥିଲେ
ପୂର୍ବତନ ପ୍ରଧାନ ମନ୍ତ୍ରୀ ମୋରାରଜୀ ଦେଶାଇ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚ଼ଳିତ ବର୍ଷ ୨୦୨୦ ହେଉଛି ଏକ ଲିପ୍ ଇୟର ବା ଅଧିବର୍ଷ । ଫ୍ରେବୃଆରୀ ୨୯ ତାରିଖରେ ଜନ୍ମ ହୋଇଥିବା ଲୋକେ ଦୀର୍ଘ ଚ଼ାରି ବର୍ଷ ପରେ ଏହି ବର୍ଷ ନିଜ ଜନ୍ମ ଦିନ ପାଳନ କରିବାର ସୁଯୋଗ ପାଇଲେ । ସେମାନେ ଉତ୍ସବ ପାଳନ କରିବା ପାଇଁ ହକଦାର କାରଣ ସେମାନେ ପ୍ରତି ବର୍ଷ ଜନ୍ମ ଦିନ ପାଳନ କରିବାର ସୁଯୋଗ ପାଆନ୍ତି ନାହିଁ । କିନ୍ତୁ ଆପଣ ଜାଣିଛନ୍ତି କି ବିଶ୍ବର କେତେକ ପ୍ରସିଦ୍ଧ ବ୍ୟକ୍ତିତ୍ବ ଫ୍ରେବୃୟାରୀ ୨୯ରେ ହିଁ ଜନ୍ମ ଗ୍ରହଣ କରିଥିଲେ? କେତେକ ସେଲିବ୍ରିଟି ବି ଏହି ଦିନ ନିଜ ଜନ୍ମଦିନର ମହମବତୀ ଜଳାନ୍ତି ।

ଯେଉଁମାନେ ଫ୍ରେବୃୟାରୀ ୨୯ ରେ ଜନ୍ମ ହୋଇଛନ୍ତି ସେମାନଙ୍କୁ ସ୍ବତନ୍ତ୍ର ବା ବିଶେଷ ବ୍ୟକ୍ତି ବୋଲି ମନେକରାଯାଏ । ବାସ୍ତବରେ ଏହି ତାରିଖ (ଫେବୃଆରୀ ୨୯) ଏକ ଅତୁଳନୀୟ ଦିନ, ଆଉ ସମସ୍ତେ ଏହି ତାରିଖରେ ଉତ୍ସବ ପାଳନ କରିବାର ସୁଯୋଗ ପାଆନ୍ତି ନାହିଁ । ଭାରତର ସେଲିବ୍ରିଟିମାନଙ୍କ ଠାରୁ ଆରମ୍ଭ କରି ଦେଶ ବାହାରେ ଥିବା ଲୋକ ପର୍ଯ୍ୟନ୍ତ, ବିଶ୍ବର ଜନସଂଖ୍ୟାର ୦.୦୭ ପ୍ରତିଶତରୁ କମ୍ ଲୋକ ଏହି ଲିପ୍‌ ଇୟରରେ ଜନ୍ମ ଗ୍ରହଣ କରିଛନ୍ତି।

ଆପଣ ଜାଣନ୍ତି କି ଯେ ଏମିତି ଜଣେ ପ୍ରସିଦ୍ଧ ବ୍ୟକ୍ତି ଅଛନ୍ତି ଯିଏ ଫ୍ରେବୃୟାରୀ ୨୯ ରେ ଜନ୍ମ ହୋଇଥିଲେ ଓ ମୃତ୍ୟୁ ବରଣ ମଧ୍ୟ କରିଥିଲେ? ସେ ହେଉଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ । ସେ ୨୯ ଫ୍ରେବୃୟାରୀ ୧୮୯୬ରେ ଜନ୍ମ ଗ୍ରହଣ କରିଥିଲେ । ଟାସମାନିଆ ରାଜ୍ୟର ପୂର୍ବତନ ବରିଷ୍ଠ ନେତା ସାର ଜେମସ୍ ୱିଲସନ ୨୯ ଫ୍ରେବୃୟାରୀ ୧୮୧୨ରେ ଜନ୍ମ ଗ୍ରହଣ କରିଥିଲେ । ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଏହି ନେତା ମଧ୍ୟ ଫ୍ରେବୃୟାରୀ ୨୯ରେ ମୃତ୍ୟୁ ବରଣ କରିଥିଲେ ।

କିଛି ପ୍ରସିଦ୍ଧ ଅଭିନେତା ଓ ଅଭିନେତ୍ରୀ ଏହି ଦିନରେ ଜନ୍ମ ହୋଇଛନ୍ତି । ସେମାନଙ୍କ ତାଲିକାରେ ରହିଛନ୍ତି ଭାରତୀୟ ଅଭିନେତ୍ରୀ ବର୍ଷା ଉସଗାଁଓକର, ଡ଼ାନିସ ଫରିନା ଜାରୁଲ, କେନ ଫୋରେ, ଶଲ୍ ଉଇଲିୟମସ୍, ଫିଲିସ ଫ୍ରାଇଲିସ (US) ଆଲେକ୍ସ ରୋକୋ, ଆଣ୍ଟୋନିଓ ସାବାଟୋ ଜୁନିୟର (ଇଟାଲି), ଫାନ୍କ ଉଡ୍ଲି, ଜୋନାଥ କେଲେମାନ (ଅଷ୍ଟ୍ରେଲିଆ) ଓ ଜୋସ୍ ଅକଲ୍ୟାଣ୍ଡ ।

ବିଶ୍ବର କିଛି ପ୍ରସିଦ୍ଧ ଖେଳାଳି ମଧ୍ୟ ୨୯ ଫ୍ରେବୃୟାରୀରେ ଜନ୍ମ ଗ୍ରହଣ କରିଛନ୍ତି । ସେମାନେ ହେଲେ ଭାରତୀୟ ଖେଳାଳି ଆଡ଼ାମ ସିନକ୍ଲେୟାର,କାନାଡିୟ ଖେଳାଳି କ୍ୟାମ ୱାର୍ଡ, ହେନେରୀ ରିଚାର୍ଡ, ଲାଡ଼େନ ବାଇର୍ସ, ସିମନ ଗଗନେ ଓ ବବି ସାଙ୍ଗୁନେଟ୍ଟିଙ୍କ ଭଳି କେତେକ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିତ୍ବ ଏହି ଦିନ ଜନ୍ମ ଗ୍ରହଣ କରିଥିଲେ ।

ଏଠାରେ ଫେବୃଆରୀ ୨୯ରେ ଜନ୍ମ ହେଇଥିବା କିଛି ପ୍ରସିଦ୍ଧ ବ୍ୟକ୍ତିଙ୍କ ତାଲିକା ଦିଆଯାଇଛି । ଦେଖନ୍ତୁ:

 

ଲେନା ଗର୍କ୍: ଲେନା ଜୋହାନ୍ନା ଗର୍କ ଫ୍ରେବୃୟାରୀ ୨୯, ୧୯୮୮ ରେ ଜନ୍ମଗ୍ରହଣ କରିଥିଲେ । ସେ ହେଉଛନ୍ତି ଜର୍ମାନୀର ସୁନ୍ଦରୀ ଓ ଲୋକପ୍ରିୟ ଫ୍ୟାଶନ ମଡ଼େଲ ଏବଂ ଟେଲିଭିଜନ ହୋଷ୍ଟ ।

ଟେମ୍ପସ୍ଟ ଷ୍ଟୋର୍ମ: ବହୁ ଚ଼ର୍ଚ୍ଚିତ ଆନି ବ୍ଲାନ୍ଚେ ବ୍ୟାଙ୍କସ୍, ଯିଏ ‘‘ଟେମ୍ପସ୍ଟ ଷ୍ଟୋର୍ମ’’ ଭାବେ ଜଣାଶୁଣା, ସେ ମଧ୍ୟ ଏକ ଅଧିବର୍ଷରେ ଜନ୍ମ ହୋଇଥିଲେ । ଏହି ଆମେରିକୀୟ ଅଭିନେତ୍ରୀ ତଥା ହାସ୍ୟ ତାରକାଙ୍କୁ ବର୍ତ୍ତମାନ ୮୧ ବର୍ଷ ହୋଇଛି ।

ମୋରାରଜୀ ଦେଶାଇ: ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ମୋରାରଜୀ ଭାଇ ଦେଶାଇ ୨୯ ଫ୍ରେବୃୟାରୀ ୧୮୯୬ରେ ଜନ୍ମ ଗ୍ରହଣ କରିଥିଲେ ।

ରୁକ୍ମିଣୀ ଦେବୀ: ପ୍ରସିଦ୍ଧ ଶାସ୍ତ୍ରୀୟ ନୃତ୍ୟ ଶିଳ୍ପୀ ରୁକ୍ମିଣୀ ଦେବୀ ଭାରତନାଟ୍ୟମର ଜଣେ ଦକ୍ଷ ନୃତ୍ୟ ଶିଳ୍ପୀ ଭାବେ ଜଣାଶୁଣା । ସେ ଫ୍ରେବୃୟାରୀ ୨୯ ରେ ଜନ୍ମ ଗ୍ରହଣ କରିଥିଲେ ।

ଆଦାମ ସିନକ୍ଲେୟାର: ଭାରତୀୟ ହକି ଦଳର ସଦସ୍ୟ ବହୁ ଚ଼ର୍ଚ୍ଚିତ ଆଦାମ ଅଧିବର୍ଷରେ ଜନ୍ମଗ୍ରହଣ କରିଥିଲେ ।

ଆମେରିକାର ବ୍ରାଇସ୍ ପପ୍, ଜର୍ମାନୀର ବେନେଡିକିଟ୍ ହୁଡସ୍, ଡାରେନ ଆମ୍ବ୍ରୋସ ସ୍କଟ୍ ଗଲ୍ ବନ୍, ବ୍ରିଟିଶ ଖେଳାଳି କ୍ଲିଣ୍ଟନ୍ ଟୁପି ନ୍ୟୁଜଲାଣ୍ଡ ଇତ୍ୟାଦିଙ୍କ ସହ ବିଶ୍ବର ବହୁ ଲୋକପ୍ରିୟ ଫୁଟବଲ୍ ଖେଳାଳି ମଧ୍ୟ ଅଧିବର୍ଷରେ ଜନ୍ମ ହୋଇଥିଲେ ।

ଖ୍ରୀଷ୍ଟିଆନ ଧାର୍ମିକ ନେତା ପଲ ପଲ-୩ ଏହି ଦିନ ୧୪୬୮ ମସିହାରେ ଜନ୍ମ ଗ୍ରହଣ କରିଥିଲେ ।
First published: March 1, 2020, 1:46 AM IST
corona virus btn
corona virus btn
Loading