ଘର ହେଲା ବାର୍: କେରଳରେ କିଛି ଘରେ ଅଚ଼ାନକ ପାଣି ଟ୍ୟାପରୁ ବାହାରିଲା ମଦ; ଜାଣନ୍ତୁ କେମିତି

ଜଣକ ପରେ ଜଣେ ସେମାନେ ପରସ୍ପର ସହ କଥା ହୋଇ ଚେକ୍ କଲେ ଯେ ସମସ୍ତଙ୍କ ଘରେ ଏମିତି ହେଉଛି କି ନାହିଁ । ସେଠି ରହୁଥିବା ୧୮ଟି ପରିବାରଙ୍କ ଘରେ ଲାଗିଥିବା ପାଣି ନଳରୁ ଆଲକହଲ ମିଶ୍ରିତ ପାଣି ବାହାରୁଥିଲା ।

ଘର ହେଲା ବାର୍: କେରଳରେ କିଛି ଘରେ ଅଚ଼ାନକ ପାଣି ଟ୍ୟାପରୁ ବାହାରିଲା ମଦ; ଜାଣନ୍ତୁ କେମିତି
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: February 7, 2020, 8:30 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଥିରୁଅନନ୍ତପୁରମ୍‌: କେରଳର ତ୍ରିଶୁର ଜିଲ୍ଲାର ସଲୋମନସ୍‌ ଆଭେନ୍ୟୁ ଫ୍ଲାଟରେ ରହୁଥିବା ଲୋକେ ବଡ଼ ଆଶ୍ଚର୍ଯ୍ୟ ହୋଇଥିଲେ ଯେତେବେଳେ ସେମାନଙ୍କ ଘର ସବୁ ରାତାରାତି ପବରେ ପରିଣତ ହେଇଗଲା । ସେମାନଙ୍କ ଘରେ ଲାଗିଥିବା ପାଣି ନଳରୁ ପାଣି ବଦଳରେ ମଦ ବାହାରିବା ଆରମ୍ଭ ହୋଇଯାଇଥିଲା, ଯଦିଓ ସେମାନେ କାହି ମଦ ପାଇଁ ଅର୍ଡର୍‌ ଦେଇ ନ ଥିଲେ ।

ଜଣକ ପରେ ଜଣେ ସେମାନେ ପରସ୍ପର ସହ କଥା ହୋଇ ଚେକ୍‌ କଲେ ଯେ ସମସ୍ତଙ୍କ ଘରେ ଏମିତି ହେଉଛି କି ନାହିଁ । ସେଠି ରହୁଥିବା ୧୮ଟି ପରିବାରଙ୍କ ଘରେ ଲାଗିଥିବା ପାଣି ନଳରୁ ଆଲକହଲ ମିଶ୍ରିତ ପାଣି ବାହାରୁଥିଲା ବୋଲି ମନୋରମା ଅନଲାଇନରେ ପ୍ରକାଶିତ ଏକ ଖବରରେ କୁହାଯାଇଛି ।

ଟିକିଏ ପଚ଼ରାଉଚ଼ରା କରିବା ପରେ ଫ୍ଲାଟରେ ରହୁଥିବା ଲୋକମାନଙ୍କ ଧ୍ୟାନ ଅବକାରୀ ବିଭାଗ ଉପରେ କେନ୍ଦ୍ରିତ ହୋଇଥିଲା । ଅବକାରୀ ବିଭାଗ ନିକଟରେ ଜବତ କରିଥିବା ମଦକୁ ନଷ୍ଟ କରିବାର ଯେଉଁ ଚେଷ୍ଟା କରିଥିଲା ସେଥିରେ ଭୀଷଣ ଭୁଲ୍‌ ହୋଇଯାଇଥିଲା ।

ପ୍ରକାଶିତ ଖବର ଅନୁସାରେ ଛଅ ବର୍ଷ ପୂର୍ବେ ସେହି ଫ୍ଲାଟ୍ଗୁଡ଼ିକ ନିକଟରେ ଥିବା ‘ରଚ଼ନା’ ନାମକ ଏକ ବାର୍‌ ଉପରେ ୬,୦୦୦ ଲିଟର ମଦ ବେଆଇନ ଭାବେ ଷ୍ଟୋର୍‌ କରି ରଖିଥିବା ଆରୋପ ଲାଗିଥିଲା । ଅବକାରୀ ବିଭାଗ କର୍ମଚାରୀମାନେ ଏଥିରେ ହସ୍ତକ୍ଷେପ କରିଥିଲେ ଓ ତା’ପରେ ଅଦାଲତ ଅଧିକାରୀମାନଙ୍କୁ ସେ ବେଆଇନ ମଦକୁ ନଷ୍ଟ କରିଦେବା ପାଇଁ ଆଦେଶ ଦେଇଥିଲେ ।

ମଦକୁ ନଷ୍ଟ କରିବା ପାଇଁ ଅବକାରୀ ବିଭାଗକୁ ଛଅ ଘଣ୍ଟା ଲାଗିଥିଲା । ଅଧିକାରୀମାନେ ବାର୍‌ ପରିସରରେ ହିଁ ଏକ ଗାତ ଖୋଳି ଗୋଟେ ପରେ ଗୋଟେ ମଦ ବୋତଲକୁ ସେଇଠି ଖାଲି କରିଦେଇଥିଲେ ।

ସେହି ଅଧିକାରୀମାନେ ଜାଣି ନ ଥିଲେ ଯେ ସଲୋମନସ୍‌ ଆଭେନ୍ୟୁ ଫ୍ଲାଟର ପାଣି କୂଅ ସେହି ବାର୍‌ ପାଖରେ ହିଁ ଥିଲା । ମଦ ଧୀରେ ଧୀରେ ମାଟିରେ ମିଶିବା ପରେ ଶେଷରେ ପାଣିରେ ମିଶିଥିଲା । ସେହି ମଦମିଶ୍ରିତ ପାଣି ଦୁର୍ଭାଗ୍ୟବଶତଃ ପମ୍ପରେ ଫ୍ଲାଟର ପାଣି ଟାଙ୍କିକୁ ଉଠିଥିଲା ଓ ସେଠି ରହୁଥିବା ଲୋକଙ୍କ ଟ୍ୟାପରେ ଯାଇ ବାହାରିଥିଲା, ଯାହା ଫଳରେ ଏ ନାଟକୀୟ ଘଟଣା ହୋଇଥିଲା ।

ଅଜାଣତରେ ହୋଇଥିବା ଏହି ଗଡବଡରେ ଅସନ୍ତୁଷ୍ଟ ହୋଇ ଫ୍ଲାଟର ନିବାସୀମାନେ ଅବକାରୀ ବିଭାଗର ଅଧିକାରୀଙ୍କ ବିରୁଦ୍ଧରେ ଉଚ଼ିତ ପଦକ୍ଷେପ ନେବା ପାଇଁ ଚ଼ାଲକୁଡି ନଗରପାଳିକା ସଚ଼ିବ ଓ ସ୍ବାସ୍ଥ୍ୟ ବିଭାଗର ଦ୍ବାରସ୍ଥ ହୋଇଛନ୍ତି ।
First published: February 7, 2020, 8:30 PM IST
corona virus btn
corona virus btn
Loading