ବିଧାୟକ ଓ ପ୍ରେମିକା ସୋମାଲିକା (ପ୍ରତୀକାତ୍ମକ ଛବି)
News18 Odia Digital
ବିଧାୟକ ବିଜୟ ଶଙ୍କର ଦାସ ଓ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ ବିବାଦ ଥମିବାରେ ନାଁ ନେଉନାହିଁ। ଏସବୁ ଭିତରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ।
ବିଧାୟକ ବିଜୟ ଶଙ୍କର ଦାସ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ସାମ୍ନା କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ତାଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର ହୋଇଛି । ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ। କିନ୍ତୁ ଅଭିଯୋଗ ପରେ ବି ଏଯାଏଁ କ୍ରାଇମବ୍ରାଞ୍ଚରୁ ନୋଟିସ ଆସିନି । ନୋଟିସ ଆସିଲେ ତଦନ୍ତର ସାମ୍ନା କରିବେ ବୋଲି କହିଛନ୍ତି ବିଧାୟକ।
ସେପଟେ ଆଜି ପ୍ରେମିକା ସୋମାଲିକା ବଳାତ୍କାର ଅଭିଯୋଗ ଆଣିଛନ୍ତି। ସେ ତାଙ୍କ ଅଭିଯୋଗକୁ ଡାକ ଯୋଗେ ରେଜେଷ୍ଟ୍ରି କରି ଥାନାକୁ ପଠାଇଥିବାର ସୂଚନା ମିଳିଛି।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।