ଆଜି ଦୃଶ୍ୟମାନ ହେଉଛି ବର୍ଷର ପ୍ରଥମ ଓ ଶତାବ୍ଦୀର ବିରଳ ସୂର୍ଯ୍ୟ ପରାଗ; ଖାଲି ଆଖିରେ ଦେଖନ୍ତୁ ନାହିଁ

Solar Eclipse 2020: ଏହି ସୂର୍ଯ୍ୟପରାଗ ଏକ ବଳୟ ସୂର୍ଯ୍ୟପରାଗ ହେବ ଓ ପୃଥିବୀବାସୀଙ୍କୁ ଏକ ଦୁର୍ଲ୍ଲଭ ମହାଜାଗତିକ ଦୃଶ୍ୟ ଦେବ । ଓଡ଼ିଶାର କେତେକ ସ୍ଥାନରେ ଏହା ଅଧିକ ସ୍ପଷ୍ଟ ଦେଖାଯିବ। ବିଭିନ୍ନ ରାଶି ପାଇଁ ଏହାର ପ୍ରଭାବ ଭିନ୍ନ ରହିବ ।

ସୂର୍ଯ୍ୟପରାଗର ଏକ ପ୍ରତୀକାତ୍ମକ ଛବି

ସୂର୍ଯ୍ୟପରାଗର ଏକ ପ୍ରତୀକାତ୍ମକ ଛବି

  • Share this:
News18 Odia Digital

ଭୁବନେଶ୍ୱର: ଆଜି ଦୃଶ୍ୟମାନ ହେବ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ, ଯାହା ଏ ଶତାବ୍ଦୀର ଏକ ବିରଳ ସୂର୍ଯ୍ୟ ପରାଗ ହେବ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି (Solar Eclipse 2020 date and time)। ଏହା ଏକ ବଳୟ ସୂର୍ଯ୍ୟପରାଗ ହେବ ଓ ପୃଥିବୀବାସୀଙ୍କୁ ଏକ ଦୁର୍ଲ୍ଲଭ ମହାଜାଗତିକ ଦୃଶ୍ୟ ଦେବ । ଆଜି (ରବିବାର) ସକାଳ ୧୦ଟା ୨୦ରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ୯ରେ ଏହା ଶେଷ ହେବ । ଏହି ସୂର୍ଯ୍ୟପରାଗକୁ ଖାଲି ଆଖିରେ ନ ଦେଖିବାକୁ ବୈଜ୍ଞାନିକମାନେ ଉପଦେଶ ଦେଇଛନ୍ତି ।

ଏହି ସୂର୍ଯ୍ୟପରାଗ (Solar Eclipse 2020) ଦିନ ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ସର୍ବାଧିକ ଦୃଶ୍ୟମାନ ହେବ । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୭୨ ପ୍ରତିଶତ ଦୃଶ୍ୟମାନ ହେବା ସହ ଭୁବନେଶ୍ବରରେ ୬୧ ପ୍ରତିଶତ ଦେଖାଯିବ। ଏହି ସମୟରେ ସୂର୍ଯ୍ୟଙ୍କର ଆଲୋକ ୩୦ରୁ ୪୦ ପ୍ରତିଶତ କମିଯିବ। ବୈଜ୍ଞାନିକଙ୍କ ମତରେ ପରାଗ ଲାଗିବା ସମୟରେ ସୂର୍ଯ୍ୟ ଏକ ପତଳା ବଳୟ ପରି ଦେଖାଯିବ। ତେଣୁ ଏହାକୁ ବିରଳ ବୋଲି କୁହାଯାଉଛି ।

‘‘ସୂର୍ଯ୍ୟପରାଗକୁ ଖାଲି ଆଖିରେ ଦେଖିବା ଆଦୌ ନିରାପଦ ନୁହେଁ । ଏପରିକି ସୂର୍ଯ୍ୟଙ୍କ ଆଡ଼କୁ ଅଳ୍ପ କିଛି ସମୟ ଅନେଇଲେ ଆଖିରେ ଭୀଷଣ ସମସ୍ୟା ଦେଖାଦେଇପାରେ । ଏହାକୁ ସୌର ଚଷମା, ୧୪ ନମ୍ବର ୱେଲଡିଂ କାଚ ବା ଦର୍ପଣର ପ୍ରତିଫଳନରେ ଲୋକେ ନିରାପଦରେ ଦେଖିପାରିବେ,’’ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିଅମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ । ସେ ଶନିବାର ଦିନ ସୂର୍ଯ୍ୟପରାଗ ସମ୍ପର୍କରେ କେତେକ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ବୁଝାଇଥିଲେ ।

ପଠାଣି ସାମନ୍ତ ପ୍ଲାନେଟାରିଅମର ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ


ହିନ୍ଦୁ ଶାସ୍ତ୍ର ଅନୁସାରେ ଶନିବାର ରାତି ୧୦ଟା ୩୮ ମିନିଟ୍‌ରୁ ପାକତ୍ୟାଗ ବା ହାଣ୍ଡିଛାଡ଼ ସହ ଦେବ ନୀତି ବନ୍ଦ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସକାଳ ୧୦ଟା ୩୮ରେ ସୂର୍ଯ୍ୟପରାଗ ସ୍ପର୍ଶ ହେବ ଓ ଦିନ ୨ଟା ୯ରେ ମୋକ୍ଷ ହେବ। ଏହା ପରେ ଶୁଦ୍ଧପୂତ ହୋଇ ଦେବନୀତି କରାଯିବ ।

‘‘ଏହି ସୂର୍ଯ୍ୟପରାଗ ମେଷ, ବୃଷ, ସିଂହ, ଧନୁ ଓ ମକର ରାଶି ପାଇଁ ଶୁଭ ଫଳ ପ୍ରଦାନ କରିବ । ଅନ୍ୟ ସମସ୍ତ ରାଶିଙ୍କ ପାଇଁ ଏହା ଅଶୁଭ । ତେଣୁ ଅନ୍ୟ ରାଶିର ବ୍ୟକ୍ତିମାନେ ସୂର୍ଯ୍ୟପରାଗ ସମୟରେ ବାହାରେ ବୁଲିବା ଅନୁଚିତ। ମହାପ୍ରଭୁ ଜଗନ୍ନାଥଙ୍କ ଅପାର କୃପାରୁ ପରାଗ ମୋକ୍ଷ ହେବା ପରେ କରୋନା ଭାଇରସ୍‌ ମହାମାରୀର ପ୍ରାଦୁର୍ଭାବ ମଧ୍ୟ କମିବ,’’ କହିଛନ୍ତି ଜ୍ୟୋତିର୍ବିଦ ଡଃ ଅଶ୍ୱିନୀ ଆଚାର୍ଯ୍ୟ ।

ଜ୍ୟୋତିର୍ବିଦ ଡଃ ଅଶ୍ୱିନୀ ଆଚାର୍ଯ୍ୟ


ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଏକ ସରଳ ରେଖାରେ ଥାଏ । ଏହି ସମୟରେ କିଛି ସମୟ ପାଇଁ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼େ । ତେଣୁ ଲୋକେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖି ପାରନ୍ତି ନାହିଁ । ପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିଥାଏ ।

୩୦ ଦିନ ମଧ୍ୟରେ ଗୋଟିଏ ଚନ୍ଦ୍ରଗ୍ରହଣ ଓ ଗୋଟିଏ ସୂର୍ଯ୍ୟପରାଗ ସହିତ ଆଉ ଏକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଆସନ୍ତା ଜୁଲାଇ ୫ତାରିଖରେ ଏକ ଉପଛାୟା ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ।

ଏହା ବି ପଢ଼ନ୍ତୁ: 

ଆମର ୨୦ ଜଣ ସୈନ୍ୟଙ୍କ ହତ୍ୟା ହେବା ପରେ ଭାରତବାସୀ ଚୀନ୍‌ ବିଷୟରେ କଣ୍‌ ଭାବୁଛନ୍ତି? ଏହି ସର୍ଭେରୁ ଜଣା ପଡ଼ିଲା

ଯୋଗ ଦିବସ: ଏହି ପ୍ରସିଦ୍ଧ ‘ନଗ୍ନ ଯୋଗ ନାରୀ’ ଏମିତି ଯୋଗ କରନ୍ତି; ଫଟୋ ଭାଇରାଲ୍ ହେଉଛି

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
Published by:Anand Shankar Thankur Das
First published: