ରବିବାର (ଜୁନ୍ ୨୧) ଦିନ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ଓ ଶତାବ୍ଦୀର ବିରଳ ସୂର୍ଯ୍ୟ ପରାଗ

ଦୁର୍ଲ୍ଲଭ ଦୃଶ୍ୟ ନେଇ ଆସୁଛି ଏହି ସୂର୍ଯ୍ୟ ପରାଗ । ଏହା ଓଡ଼ିଶାରେ ୬୦ରୁ ୭୨ ପ୍ରତିଶତ ଦୃଶ୍ୟମାନ ହେବ; ତାହା ବି ମାତ୍ର ଚାରି ଘଣ୍ଚା ପାଇଁ । ଶାସ୍ତ୍ର ଅନୁସାରେ କେତେକ ନୀତି ମାନିବାକୁ ହେବ । ବିଭିନ୍ନ ରାଶି ଉପରେ ଏହାର ପ୍ରଭାବ ଭିନ୍ନ ରହିବ ।

ରବିବାର (ଜୁନ୍ ୨୧) ଦିନ ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ଓ ଶତାବ୍ଦୀର ବିରଳ ସୂର୍ଯ୍ୟ ପରାଗ
ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଏକ ସରଳ ରେଖାରେ ଥାଏ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଆସନ୍ତା ରବିବାର ଦିନ ଦୃଶ୍ୟମାନ ହେବ ଏହି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହା ଏ ଶତାବ୍ଦୀର ବିରଳ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି । ବୈଜ୍ଞାନିକଙ୍କ ମତରେ ପରାଗ ଲାଗିବା ସମୟରେ ସୂର୍ଯ୍ୟ ଏକ ପତଳା ବଳୟ ପରି ଦେଖାଯିବ। ତେଣୁ ଏହାକୁ ବିରଳ ବୋଲି କୁହାଯାଉଛି । (Solar Eclipse 2020 date and time)

ଏହି ପରାଗ ଆଫ୍ରିକା, ଉତ୍ତର-ପୂର୍ବ ୟୁରୋପ ଓ ଏସିଆ ମହାଦେଶରେ ଦୃଶ୍ୟମାନ ହେବ। ତେବେ ପୂର୍ଣ୍ଣ ପରାଗ ଉତ୍ତର ଭାରତର କିଛି କିଛି ଅଂଶରେ ଦେଖାଯିବ। ଭାରତର ରାଜସ୍ଥାନ, ହରିୟାଣା ଓ ଉତ୍ତରାଖଣ୍ଡରେ ପୂର୍ଣ୍ଣ ପରାଗ ଦେଖିବାକୁ ମିଳିବ। ପ୍ରାୟ ଏକ ମିନିଟ ଧରି ଏହି ବଳୟ ସୂର୍ଯ୍ୟ ପରାଗ ଦେଖାଯିବ। ଭାରତର ବାକି ସବୁ ଅଞ୍ଚଳରେ ଆଂଶିକ ସୂର୍ଯ୍ୟ ପରାଗ ଦେଖାଯିବ।

ଓଡ଼ିଶାରେ ଏହି ସୂର୍ଯ୍ୟ ପରାଗ ୬୦ରୁ ୭୨ ପ୍ରତିଶତ ଦୃଶ୍ୟମାନ ହେବ। ଓଡିଶାରେ ସକାଳ ୧୦ଟା ୨୦ ରେ ଆରମ୍ଭ ହୋଇ ଦିନ ୨ଟା ୨୦ ବେଳକୁ ଶେଷ ହେବ । ୧୨ଟା ୧୫ରୁ ୧୨ଟା ୩୦ ମଧ୍ୟରେ ଅଧିକ ପ୍ରଭାବ ରହିବ, ଅର୍ଥାତ ଏହି ସମୟରେ ସୂର୍ଯ୍ୟର ଅଧିକ ଅଂଶ ଘୋଡ଼ାଇ ହୋଇଯିବ।

ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ଚନ୍ଦ୍ର ଏକ ସରଳ ରେଖାରେ ଥାଏ । ଏହି ସମୟରେ କିଛି ସମୟ ପାଇଁ ଚନ୍ଦ୍ରର ଛାଇ ପୃଥିବୀ ଉପରେ ପଡ଼େ । ତେଣୁ ଲୋକେ କିଛି ସମୟ ପାଇଁ ସୂର୍ଯ୍ୟକୁ ଦେଖି ପାରନ୍ତି ନାହିଁ । ପରାଗ କେବଳ ଅମାବାସ୍ୟା ଦିନ ହିଁ ଘଟିଥାଏ ।

ଶାସ୍ତ୍ର ଅନୁଯାୟୀ ଶନିବାର (ଜୁନ୍ ୨୦) ରାତି ୧୦ଟା ୩୮ ମିନିଟରୁ ପାକତ୍ୟାଗ ସହ ଦେବ ନୀତି ବନ୍ଦ ରହିବ ।


ପ୍ରତ୍ୟେକ ଥର ଯେତେବେଳେ ଏ ଭଳି ଦୁର୍ଲ୍ଲଭ ଦୃଶ୍ୟ ଦେଖିବାକୁ ମିଳେ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମ ପକ୍ଷରୁ ଏହାକୁ ଦେଖିବାର ଆୟୋଜନ କରାଯାଏ । ‘‘ଏଥର କରୋନା ସଂକ୍ରମଣ ସଙ୍କଟ ଯୋଗୁଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଲୋକଙ୍କ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯିବ,’’ କହିଛନ୍ତି ପଠାଣି ସାମନ୍ତ ପ୍ଲାନେଟରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ପଟ୍ଟନାୟକ ।

ସୂର୍ଯ୍ୟ ପରାଗକୁ ଖାଲି ଆଖିରେ ମଧ୍ୟ ନ ଦେଖିବାକୁ ବୈଜ୍ଞାନିକମାନେ ଉପଦେଶ ଦେଇଛନ୍ତି । ସୂର୍ଯ୍ୟପରାଗ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର ବା ବାଇନା କୁଳର ବ୍ୟବହାର କରିବା ଉଚିତ । ନଚେତ ସୌର ଚଷମା ବା ୧୪ ନମ୍ବର ୱେଲଡିଂ କାଚ ମାଧ୍ୟମରେ ଦେଖିପାରିବେ । କିନ୍ତ ଚଷମା କିମ୍ବା କଳା କାଚ କି ଖାଲି ଆଖିରେ ଦେଖିବା ଆଦୌ ଉଚିତ ନୁହେଁ । ଇଣ୍ଟରନେଟରେ ମଧ୍ୟ ଆପଣ ସୂର୍ଯ୍ୟ ପରାଗର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖିପାରିବେ । ଜୁନ ୫ ତାରିଖରେ ଲାଗିଥିବା ଚନ୍ଦ୍ରଗ୍ରହଣ ରାଜ୍ୟରେ ଦୃଶ୍ୟମାନ ହୋଇ ନ ଥିଲା ।

ସୂର୍ଯ୍ୟ ପରାଗ ହେଉ କି ଚନ୍ଦ୍ର ଗ୍ରହଣ, ଏହାକୁ ନେଇ ଶାସ୍ତ୍ରରେ ମଧ୍ୟ ଅନେକ ମତ ରହିଛି । ହିନ୍ଦୁ ରୀତିନୀତି ଅନୁଯାୟୀ ଅନେକ ପ୍ରଥା ମଧ୍ୟ ପାଳନ ମଧ୍ୟ କରାଯାଏ । ଶାସ୍ତ୍ର ଅନୁଯାୟୀ ଶନିବାର (ଜୁନ୍‌ ୨୦) ରାତି ୧୦ଟା ୩୮ ମିନିଟରୁ ପାକତ୍ୟାଗ ବା ହାଣ୍ଡିଛାଡ଼ ସହ ଦେବ ନୀତି ବନ୍ଦ ରହିବ । ସକାଳ ୧୦ଟା ୩୮ ସମୟରେ ସ୍ପର୍ଶ ଏବଂ ୨ଟା ୯ ମିନିଟରେ ମୋକ୍ଷ ପ୍ରାପ୍ତି ହେବ । ଏହା ପରେ ସୁଦ୍ଧପୁତ ହୋଇ ଦେବନୀତି ଓ ଭୋଜନ ଆରମ୍ଭ ହେବ ।

ଏହି ପରାଗ ମେଷ, ବୃଷ, ସିଂହ, ଧନୁ ଓ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ପ୍ରଦାନ କରିବ ଓ ଅନ୍ୟ ସମସ୍ତ ରାଶି ପାଇଁ ଅଶୁଭ ରହିବ । ତେଣୁ ଅନ୍ୟ ରାଶିର ବ୍ୟକ୍ତିମାନେ ପରାଗ ସମୟରେ ବାହାରେ ବୁଲିବା ଅନୁଚିତ ବୋଲି ଜ୍ୟୋତିଷମାନେ କହିଛନ୍ତି ।

‘‘ଚଳିତ ବର୍ଷ ସୂର୍ଯ୍ୟ ପରାଗ ରବିବାର ଅର୍ଥାତ ସୂର୍ଯ୍ୟଙ୍କ ବାରରେ ଲାଗିବ। ସୂର୍ଯ୍ୟ ସକଳ ଶକ୍ତିର ଆଧାର ଏବଂ ରୋଗ ବ୍ୟାଧିର ବିନାଶ କର୍ତ୍ତା । ତେଣୁ ଏହିପରାଗରେ ମୋକ୍ଷ ପ୍ରାପ୍ତି ସହ ଦେଶରେ ରହିଥିବା ମହାମାରୀର ପ୍ରାଦୁର୍ଭାବ ମଧ୍ୟ କମିବାରେ ଲାଗିବ,’’ କହିଛନ୍ତି ଜ୍ୟୋତିର୍ବିଦ ଡଃ ଅଶ୍ୱିନୀ ଆଚାର୍ଯ୍ୟ ।

ଏହା ବି ପଢ଼ନ୍ତୁ: 

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଖବର ଟିଭିରେ ବାରମ୍ବାର ଦେଖି ୧୭ ବର୍ଷୀୟା ଛାତ୍ରୀ ଆତ୍ମହତ୍ୟା କଲା

ଆତ୍ମହତ୍ୟା କରୁଥିବା ଲୋକେ ମରିବାକୁ ଚାହୁଁଛନ୍ତି ବୋଲି ବି ନିଶ୍ଚିତ ନ ଥାନ୍ତି; ମିଡ଼ିଆର ଭୂମିକା ମହତ୍ୱପୂର୍ଣ୍ଣ

ଫ୍ୟାକ୍ଟ ଚେକ୍: ଏହି ତି୩ଟି ମୃତ୍ୟୁକୁ ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ସହ ଯୋଡ଼ାଯାଉଛି କାହିକି?

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେ

କାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍‌

ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେ

ବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତି

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେ

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା 

ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକ

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା
First published: June 19, 2020, 8:01 PM IST
corona virus btn
corona virus btn
Loading