ରାଜ୍ୟ ସରକାରଙ୍କ ନାଗରିକ ମାରଣ ନୀତିକୁ ନେଇ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ

ସରକାରଙ୍କ ନାଗରିକ ମାରଣ ନୀତିକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସାମାଜିକ ଏବଂ ମାନବାଧିକାର କର୍ମୀ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୁଣକୁ ଉପେକ୍ଷା କରି ଜଣଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଯାହାକୁ ନେଇ ବିରୋଧ କରାଯାଉଛି।

ରାଜ୍ୟ ସରକାରଙ୍କ ନାଗରିକ ମାରଣ ନୀତିକୁ ନେଇ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ

ରାଜ୍ୟ ସରକାରଙ୍କ ନାଗରିକ ମାରଣ ନୀତିକୁ ନେଇ ସୋସିଆଲ ମିଡ଼ିଆରେ ବିରୋଧ ପ୍ରଦର୍ଶନ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ହକି ବିଶ୍ବକପ୍ ଆୟୋଜନ ନେଇ ସରକାର ପ୍ରଶଂସା ସାଉଁଟିବା ପାଇଁ ବ୍ୟଗ୍ର ଥିବା ବେଳେ ସାଧାରଣ ନାଗରିକ ଜୀବନ ଜୀବିକା ଆଜି ସଙ୍କଟରେ। ଗୋଟିଏ ବିକାଶର ଗୋଲାପି ଚିତ୍ର ଅନ୍ୟ ପଟେ ଭିନ୍ନ ବାସ୍ତବିକତା। ସରକାରଙ୍କ ନାଗରିକ ମାରଣ ନୀତିକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ସାମାଜିକ ଏବଂ ମାନବାଧିକାର କର୍ମୀ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଗୁଣକୁ ଉପେକ୍ଷା କରି ଜଣଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ରାଜରାସ୍ତାରୁ ନେଇ ସୋସିଆଲ ମିଡ଼ିଆ ଯାଏ ସବୁଠି ହେଉଛି ସରକାରଙ୍କ ବିରୋଧରେ ତୀବ୍ର ସମାଲୋଚନା।

ମାନବାଧିକାର କର୍ମୀ ବିଶ୍ବପ୍ରିୟ କାନୁନଗୋ ନିଜର ଫେସ୍ ବୁକ୍ ପୋଷ୍ଟରେ ଲେଖିଛନ୍ତି, "ଓଡ଼ିଶାରେ ବିକାଶର ରଥ ଚକ ତଳେ ବହୁ ନିରୀହ ମଣିଷ ବଳି ପଡ଼ିଯାଉଛନ୍ତି।’’

କିଛି ଦିନ ତଳେ ଦେଖାଗଲା ଭୁବନେଶ୍ୱରର ରାଜମହଲ ଓଭର ବ୍ରିଜ ପକ୍ଷରୁ କଳ୍ପନା ଛକ ଭିତରେ ଥିବା ଉଠା ଦୋକାନୀମାନଙ୍କୁ ଉଠେଇ ଦିଆଯାଉଛି। ଏପରକି ସେମାନଙ୍କ ଜିନିଷ ପତ୍ରକୁ ଗୋଇଠା ମାରି ଫିଙ୍ଗି ଦିଆଯାଉଛି। ପୂର୍ବରୁ ରିକ୍ସା ଟାଣୁଥିବା ମନୋଜ ବୟସ ଓ ରିକ୍ସା ବୁଡ଼ିଯିବା ପରେ ଜୀବିକା ପାଇଁ ଟ୍ରଲିରେ କଦଳୀ ଧରି ଜୀବିକା ନିର୍ବାହ କରୁଥିଲେ। ତାଙ୍କୁ ପଚାରିଲି କାହିଁକି ଉଠେଇଦେଉଛନ୍ତି,ତୃତୀୟ ମହଲାର କ୍ଷମତା କେନ୍ଦ୍ରଙ୍କ ନିର୍ଦ୍ଦେଶ ଯେ କାହାକୁ ବସେଇ ଦିଆଯିବ ନାହିଁ ଏଣୁ ତାଙ୍କ ଆଦେଶକୁ ପାଳନ କରାଯାଉଛି।

କେବଳ ମନୋଜ ନୁହଁନ୍ତି ବାସନ୍ତୀ ସ୍ୱାଇଁ, ଶାନ୍ତି ନାୟକ ଯେଉଁମାନେ ବାବୁ ଘରେ ରୋଷେଇ କରୁଥିଲେ କରୋନା ଠାରୁ ଛଟେଇ ହୋଇ ମୁଣ୍ଡରେ ଟୋକେଇ ଧରି କଦଳୀ ଆଣି ବିକ୍ରି କରି ଜୀବିକା ନିର୍ବାହ କରୁଥିଲେ ସେମାନେ ବି ଆଜି ଆଉ ବସିବା ସମ୍ଭବ ହେଉନାହିଁ। କିଛି ଦିନ ହେବ ଜଣେ ଅଧେ ପୋଲିସ ସେଠି ରହୁଛନ୍ତି ଦୁଇ ଚକିଆ ଯାନ ଠାରୁ ଟଙ୍କା ଆଦାୟ କରୁଛନ୍ତି ସେମାନେ ଏହି ବାସନ୍ତୀମାନଙ୍କ ଠାରୁ ବି ଟଙ୍କା ଆଦାୟ କରୁଛନ୍ତି।

ଗୋଟିଏ ପଟେ ଜଣେ ମା' ତାଙ୍କର ଶିଶୁ ପୁତ୍ରକୁ ବିକ୍ରି କରିବା ପାଇଁ ବିକଳ ହେଉଥିବାର ବିକଳ ଚିତ୍ର ଅନ୍ୟପଟେ କୌଣସି ମତେ ନିଜର ଜୀବନ ଓ ଜୀବିକା ନିର୍ବାହ ପାଇଁ ଆତ୍ମ ନିଯୁକ୍ତିର ପନ୍ଥା ଗ୍ରହଣ କରିଆସୁଥିବା ବାସନ୍ତୀ, ଶାନ୍ତି, ମନୋଜ ମାନଙ୍କୁ ବେସାହାରା କରିଦିଆଯିବା କିଭଳି ବିକାଶର ନକ୍ସା ତିଆରି ପାଇଁ ଅଭିପ୍ରେତ? ବସ୍ତିବାସିନ୍ଦା ସହରର ଜୀବନ ରେଖା ବୋଲି ସରକାର ପ୍ରତିବଦ୍ଧତା ଘୋଷଣା କରିଛନ୍ତି କିନ୍ତୁ ଅନ୍ୟପକ୍ଷରେ ସେହି ବସ୍ତିବାସିନ୍ଦା ମାନଙ୍କୁ ବାସ ଓ ଜୀଵିକାରୁ ଉଚ୍ଛେଦ କରିବା ପାଇଁ ବୁଲଡୋଜର ଶାସନ ନୀତି ଆପଣେଇବା, ବାସ୍ତବିକ ଏକ ବଡ଼ ବିଚିତ୍ର ଶାସନ ନୀତି। ଆଜିର ବିକାଶ ଧାରାରେ ବିଶ୍ୱକପ ହେବା ପାଇଁ ପରିସର ପ୍ରଶସ୍ତ ହେବ କିନ୍ତୁ ଶାନ୍ତିମାନଙ୍କ ଜୀବନ ଓ ଜୀବିକା ବଳିଦାନରେ ଏହି ବିକାଶଧାରା ଆଗେଇ ଚାଲିବ। ଏହା ଜନ ବିରୋଧୀ ଓ ଏହାର ବିରୋଧ ତୀବ୍ର ହେବା ପାଇଁ ଗଣସଙ୍ଗଠନ ଗଢ଼ି ଉଠିବାର ଉପଯୁକ୍ତ ସମୟ ଆସିଛି ବୋଲି ପୋଷ୍ଟରେ ଲେଖିଛନ୍ତି ସାମାଜିକ କର୍ମୀ ସୁଧୀର ପଟ୍ଟନାୟକ।

ଖଣି ପଇସାର ଖେଳ ଚାଲିଛି। ଯୁବଗୋଷ୍ଠୀଙ୍କୁ ନବୀନଙ୍କ ମଦ ଓ ବୟସ୍କମାନଙ୍କୁ ମନ୍ଦିର ସୌନ୍ଦର୍ଯ୍ୟ କରଣ ନିଶାଗ୍ରସ୍ଥ କରିଦେଇଛି। ପ୍ରତିବାଦ ଯେଉଁମାନେ କରି ଆସିଛନ୍ତି ସେମାନେ ହିଁ କରିବାକୁ ପଡ଼ିବ। ବାଟ କିଛି ନାହିଁ ବୋଲି ମହେନ୍ଦ୍ର ପରିଡା ନିଜ କମେଣ୍ଟରେ ଲେଖିଛନ୍ତି।

ଏଆଇଟିୟୁସି ପ୍ରଥମେ ଏହାର ବିରୋଧ ୧୯ ଡିସେମ୍ବର କରିଛି,ତାପରେ ଉଠା ଦୋକାନୀ ମହାସଂଘ ପ୍ରତିବାଦ କରିଛି।ବିଏମସି ୩୦ଟି ଭେଣ୍ଡି ଜୋନ ଉତ୍ତର ଭୁବନେଶ୍ଵରରେ ତିଆରି କରିବାକୁ ପ୍ରତିଶ୍ରୁତି ଦେଇଛି ମାତ୍ର ଏହା ବି ସନ୍ଦେହ କିନ୍ତୁ ଆମର ପ୍ରତିବାଦ ଚାଲୁ ରହିଛି ଆମେ ଯେଉଁଟି ବ୍ୟବସାୟ କରିଥିଲୁ ସେଇଠି କରିବୁ ରୋକଠକ କମିଶନରଙ୍କୁ କୁହାଯାଇଛି। ମାତ୍ର ମେୟର ରାଜି ନାହାଁନ୍ତି। ଆନ୍ଦୋଳନ ଆଗାମୀ ଦିନରେ ବ୍ୟାପକ ହେବ।

ସେହିପରି ଚିତ୍ତରଞ୍ଜନ ଗୋଚ୍ଛାୟତ ମଜାଳିଆ ଅନ୍ଦାଜରେ ନିଜ କମେଣ୍ଟରେ ଲେଖିଛନ୍ତି, "ବାପାଙ୍କ ସ୍ଵପ୍ନ ସାକାର ହେଲା ମନୋଜର ବେଉସା ବୁଡ଼ିଲା।’’
Published by:Lipina Das
First published: