ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»କରୋନା ପ୍ରଭାବ: ଭୁବନେଶ୍ୱର ଇସ୍କନ ମନ୍ଦିରରେ ବି ଏଥର ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

କରୋନା ପ୍ରଭାବ: ଭୁବନେଶ୍ୱର ଇସ୍କନ ମନ୍ଦିରରେ ବି ଏଥର ବିନା ଭକ୍ତରେ ହେବ ସ୍ନାନ ଯାତ୍ରା

ଇସ୍କନ ମନ୍ଦିରରେ ଏ ଥର ଶ୍ରୀବିଗ୍ରହଙ୍କୁ ସ୍ନାନବେଦୀକୁ ଅଣାଯିବନି। ମନ୍ଦିର ଭିତରେ ଅସ୍ଥାୟୀ ବେଦୀରେ ସ୍ନାନକାର୍ଯ୍ୟ ହେବ । ପୁରୀ ଶ୍ରୀମନ୍ଦିର ଭଳି ଇସ୍କନ ମନ୍ଦିରରେ ସମାନ ରୀତିନୀତି ଅନୁସାରେ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ ।

କରୋନା ପ୍ରଭାବ: ଭୁବନେଶ୍ୱର ଇସ୍କନ ମନ୍ଦିରରେ ବି ଏଥର ବିନା ଭକ୍ତରେ ହେବ ସ୍ନାନ ଯାତ୍ରା
ଇସ୍କନ ମନ୍ଦିରରେ ସଜ୍ଜିତ ହୋଇଛି ମହାପ୍ରଭୁଙ୍କ ସ୍ନାନ ବେଦୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଭକ୍ତି ଭାବରେ ବନ୍ଧା କାଳିଆ ସାଆନ୍ତ। ଭାବଗ୍ରାହୀ ଭାବର ଠାକୁର ସେ। ବର୍ଷକରେ ଥରେ ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀକୁ ଆସନ୍ତି ଶ୍ରୀଜୀଉ। ଭକ୍ତଙ୍କ ଭିଡ଼ରେ ହୁଏ ଶ୍ରୀଜୀଉଙ୍କ ସ୍ନାନ ଯାତ୍ରା। ହେଲେ ଏଥର ନାଁ ରତ୍ନବେଦୀକୁ ଓହ୍ଲାଇବେ ଭଗବାନ ନାଁ ଆସିବେ ଭକ୍ତ । ପରମ୍ପରାକୁ ପ୍ରଭାବିତ କରିଛି କରୋନା । ବିନା ଭକ୍ତରେ ହେଉଛି ଶ୍ରୀଜୀଉଙ୍କ ସ୍ନାନଯାତ୍ରା।

ଶୁକ୍ରବାର ଜୈଷ୍ଠ ପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା। କରୋନା କଟକଣା ପାଇଁ ଏଥର ନିରାଡ଼ମ୍ବର ଭାବେ ହେବ ସ୍ନାନଯାତ୍ରା। ପରମ୍ପରା ବଜାୟ ରହିବ, ନୀତିକାନ୍ତି ହେବ। ହେଲେ ଆସିବେନି ଭକ୍ତ। ସରକାରଙ୍କ ନିୟମ ଅନୁଯାୟୀ ଜନଗହଳି ଏଡ଼ାଇ ହାତ ଗଣତି କେଇ ଜଣଙ୍କୁ ନେଇ ହେବ ସ୍ନାନଯାତ୍ରା। ଇସ୍କନ ମନ୍ଦିରରେ ଏଥର ସ୍ନାନବେଦୀକୁ ଆସିବେନି ଶ୍ରୀଜୀଉ। ମନ୍ଦିର ଭିତରେ ଅସ୍ଥାୟୀ ବେଦୀରେ ହେବ ସ୍ନାନଉତ୍ସବ। ମନ୍ଦିର କର୍ମକର୍ତ୍ତା ଓ ପୂଜକଙ୍କୁ ନେଇ ନୀତିକାନ୍ତି ସମାପନ ହେବ। ଭୋର ୪ଟାରୁ ମନ୍ଦିର ଖୋଲିବା ପରେ ମଙ୍ଗଳ ଆଳତୀ, ଅର୍ଚ୍ଚନା, ଶୃଙ୍ଗାର ଓ ଦର୍ଶନ ଆଳତୀ ପରେ ବାଲ୍ୟ ଭୋଗ କରାଯିବ। ସକାଳ ୯ଟାରେ ରତ୍ନବେଦୀରୁ ଓହ୍ଲାଇ ସ୍ନାନବେଦୀକୁ ଯିବେ ଶ୍ରୀଜୀଉ।

‘‘ପ୍ରତି ବର୍ଷ ଠାରୁ ଏଥର ପରମ୍ପରାରେ ବ୍ୟତିକ୍ରମ ହେବ। ଏଥର ଜନସମାଗମ ହେବନି। ତେଣୁ ଶ୍ରୀଜୀଉଙ୍କ ପହଣ୍ଡି ହେଇପାରିବନି। ଏଥର ସ୍ନାନବେଦୀକୁ ଶ୍ରୀବିଗ୍ରହଙ୍କୁ ଅଣାଯିବନି। ମନ୍ଦିର ଭିତରେ ଅସ୍ଥାୟୀ ବେଦୀରେ ସ୍ନାନକାର୍ଯ୍ୟ ହେବ,’’ କହିଛନ୍ତି ଭୁବନେଶ୍ୱରରେ ଥିବା ଇସ୍କନ ମନ୍ଦିରର ସଭାପତି ଉପେନ୍ଦ୍ର ମିଶ୍ରଦାସ ।

ଭୁବନେଶ୍ୱରରେ ଥିବା ଇସ୍କନ ମନ୍ଦିର


ଅସ୍ଥାୟୀ ବେଦୀକୁ ଆସିବା ପରେ ସାଢ଼େ ୯ଟାରେ ଶ୍ରୀଜୀଉଙ୍କ ମହାସ୍ନାନ ଉତ୍ସବ ଆରମ୍ଭ ହେବ। ପରେ ଶୃଙ୍ଗାର କରାଯାଇ ମହାପ୍ରଭୁଙ୍କ ଗଜାନନ ବେଶ କରାଯିବ। ପୁରୀ ଶ୍ରୀମନ୍ଦିର ଭଳି ଇସ୍କନ ମନ୍ଦିରରେ ସମାନ ରୀତିନୀତି ଅନୁସାରେ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ । କିନ୍ତୁ ଚଳିତ ବର୍ଷ କୋରନା ମହାମାରୀ ପାଇଁ ସବୁ ବିଗିଡ଼ିଯାଇଛି । ସରକାରଙ୍କ ନିୟମ ମାନି ସ୍ନାନ ଯାତ୍ରା ପାଳନ କରୁଛନ୍ତି ମନ୍ଦିର କର୍ତ୍ତୃପକ୍ଷ ।

ଜାଗମରା ଜଗନ୍ନାଥ ମନ୍ଦିରରେ ଶ୍ରୀବିଗ୍ରହଙ୍କୁ ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆଣିବାକୁ ପ୍ରସ୍ତୁତି ଚାଲିଛି। ସକାଳ ୯ଟାରେ ପହଣ୍ଡି ବିଜେ ଆରମ୍ଭ ହେବ। ସାଢ଼େ ୧୧ଟାରୁ ଆରମ୍ଭ ହେବ ମହାସ୍ନାନ। କ୍ଷୀର, ଘିଅ, ମହୁ, ଦହି ଭଳି ବିଭିନ୍ନ ସାମଗ୍ରୀରେ ଶ୍ରୀଜୀଉଙ୍କୁ ସ୍ନାନ କରାଯିବ। ମନ୍ଦିର କମିଟିର ୧୫ରୁ ୨୦ ଜଣ ସଦସ୍ୟ ଏହି ନୀତିରେ ସାମିଲ ହେବେ। ସାମାଜିକ ଦୂରତ୍ୱ ରକ୍ଷା କରି ପୂଜାର୍ଚ୍ଚନା ହେବ ବୋଲି ମନ୍ଦିର କମିଟି କହିଛି।

‘‘ବର୍ଷକରେ ଥରେ ମହାପ୍ରଭୁ ରତ୍ନବେଦୀରୁ ଓହ୍ଲାଇ ଆସନ୍ତି ଭକ୍ତଙ୍କ ଗହଣକୁ। ଭକ୍ତକୁ ଦେଖି ଭାବର ଠାକୁର ଖୁସି ହୁଅନ୍ତି। ଏକାକାର ହୁଅନ୍ତି ଭକ୍ତ ଆଉ ଭଗବାନ। ହେଲେ ଏଥର ସବୁ କିଛି ବନ୍ଦ ହେଇଯାଇଛି। ବିନା ଭକ୍ତରେ ହେବ ସ୍ନାନଯାତ୍ରା। ସେଥି ପାଇଁ ଦୁଃଖ ଲାଗୁଛି । ହେଲେ ଯାହା କଳିଆର ଇଚ୍ଛା,’’ କହିଛନ୍ତି ପୂଜକ ପଣ୍ଡିତ ବିଭୂତି ରଞ୍ଜନ ତ୍ରିପାଠୀ।

କିଟ, ଆରସିଏମ ଓ ୟୁନିଟ-୮ ଭଳି ଭୁବନେଶ୍ୱରରେ ୩୦ରୁ ଅଧିକ ସ୍ଥାନରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୁଏ । ହେଲେ କରୋନା କଟକଣା ପାଇଁ ସବୁଠି ଏଥର ଭକ୍ତଶୂନ୍ୟ ହେବ ସ୍ନାନଯାତ୍ରା।

ଚୀନ୍‌ ବିଷୟରେ ଆପଣଙ୍କ ମତ କଣ? ଦୟାକରି ଦୁଇ ମିନିଟ ସମୟ ଦେଇ ଏହି ସର୍ଭେରେ ଭାଗ ନିଅନ୍ତୁ ।

ଏହା ବି ପଢ଼ନ୍ତୁ: 

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 12:12 AM IST