ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ ମାମଲା; ୨ବର୍ଷ ମଧ୍ୟରେ ୧୨୩ ମାମଲା.. ଗୁଣିଗାରେଡି ଭରସାରେ ରୋଗୀ

ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ଭାବ ସର୍ପାଘାତ ମାମଲା ବୃଦ୍ଧି ପାଉଛି । ସଚେତନ ଅଭାବରୁ ଗ୍ରାମାଞ୍ଚଳ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ ମାମଲା; ୨ବର୍ଷ ମଧ୍ୟରେ ୧୨୩ ମାମଲା.. ଗୁଣିଗାରେଡି ଭରସାରେ ରୋଗୀ

ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ ମାମଲା; ୨ବର୍ଷ ମଧ୍ୟରେ ୧୨୩ ମାମଲା.. ଗୁଣିଗାରେଡି ଭରସାରେ ରୋଗୀ

  • News18 Odia
  • Last Updated :
  • Odisha (Orissa), India
  • Share this:
News 18 Odia Digital

ବୌଦ୍ଧ; ଜିଲ୍ଲାରେ ଥମୁନି ସାପକାମୁଡା ମୃତ୍ୟୁ ସଂଖ୍ୟା । ସାପ କାମୁଡିଲେ ମେଡିକାଲ ନେବା ପରିବର୍ତ୍ତେ ଗୁଣି ଗାରେଡିର ବଶବର୍ତ୍ତୀ ହୋଇ ଅକାଳରେ ଅନେକଙ୍କ ଜୀବନ ଯାଉଛି । ଫଳରେ ସାପ କାମୁଡାରେ ମୃତ୍ୟୁ ପାଇଁ ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଦେଉଥିବା ସହାୟତା ରାଶିରୁ ବଞ୍ଚିତ ହେଉଛନ୍ତି ଗୁଣି ଗାରେଡିରେ ଭରସା କରୁଥିବା ଲୋକମାନେ ।



ସୂଚନା ମୁତବକ ବୌଦ୍ଧ ଜିଲ୍ଲାରେ ଉଦବେଗ ଜନକ ଭାବ ସର୍ପାଘାତ ମାମଲା ବୃଦ୍ଧି ପାଉଛି । ସଚେତନ ଅଭାବରୁ ଗ୍ରାମାଞ୍ଚଳ ଲୋକେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ୨୦୨୦-୨୧ ବର୍ଷରେ ୭୫ଟି ଓ ୨୦୨୧-୨୨ ରେ ଅକ୍ଟୋବର ମାସ ପଯ୍ୟନ୍ତ ୪୮ଟି ସାପକାମୁଡା ମାମଲା ଡାକ୍ତରଖାନାକୁ ଆସିଛି । ମୋଟ ୧୨୩ଟି ମାମଲା ମଧ୍ୟରୁ ଗତବର୍ଷ ୨୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସରକାରୀ ସହାୟତା ପ୍ରଦାନ କରାଯାଇଥିଲା ବେଳେ ଚଳିତବର୍ଷ ମୃତ୍ୟୁର ସଠିକ ରିପୋଟ୍ ଦେଇ ପାରୁନି ଜିଲ୍ଲା ପ୍ରଶାସନ ।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରୁ ହରଭଙ୍ଗା, ବୌଦ୍ଧ ବ୍ଲକର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ବେଳେ କଣ୍ଟାମାଳ ଲୋକେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ସାପ କାମୁଡିଲେ ଚିକିତ୍ସା ପାଇଁ ଯାଇଥାନ୍ତି । ଫଳରେ ସାପକାମୁଡା ଓ ମୃତ୍ୟୁ ସଠିକ ରିପୋର୍ଟ ମିଳିପାରୁନାହିଁ । ଅନ୍ୟପଟେ ଆଜିବି ଗ୍ରାମାଞ୍ଚଳ ମାନଙ୍କରେ ଝଡାଫୁଙ୍କା ଉପରେ ଭରସା କରି ଅକାଳରେ ଜୀବନ ହରାଉଛନ୍ତି ସାପକାମୁଡା ରୋଗୀ । ତେବେ ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନା ଅପରିହାର୍ଯ୍ୟ ହୋଇପଡିଛି ବୋଲି ବୁଦ୍ଧିଜୀବୀ ସତ୍ୟନାରାୟଣ ପାଣି ମତପ୍ରକାଶ କରିଛନ୍ତି ।

ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦି, ସାଲୁଙ୍କୁ ଓ ବାଘନଦୀ ସାପଙ୍କ ବାହକ ସାଜିଛି । ପ୍ରବଳ ବର୍ଷା ବେଳେ ଜଙ୍ଗଲରୁ ସାପ ଭାସି ଆସି ପାଖ ନଦୀ କୂଳିଆ ଗାଁରେ ରହି ସେମାନେ ବଂଶ ବିସ୍ତାର କରନ୍ତି । ତେବେ ଲୋକଙ୍କ ଅନ୍ଧବିଶ୍ୱାସ ଯୋଗୁ ସାପକାମୁଡା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ସାପ କାମୁଡିବାର ପ୍ରଥମ ପର୍ଯ୍ୟାୟରେ ଗୁଣିଆ ଉପରେ ନିର୍ଭର କରିଥାନ୍ତି ଏମାନେ, ଗୁଣିଆ ହାତ ଟେକି ଦେଲା ପରେ ଗ୍ରାମାଞ୍ଚଳର ଲୋକେ ଡାକ୍ତରଖାନାକୁ ଅନ୍ତିମ ପର୍ଯ୍ୟୟରେ ନେଇଥାନ୍ତି । ଯାହା ଲୋକଙ୍କୁ ମୃତ୍ୟୁ ମୁଖକୁ ଠେଲିଦେଇଥାଏ ବୋଲି କହିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ ଅରୁଣ ମେଣ୍ଡୁଳି ।

ଅନ୍ୟପଟେ ଲୋକେ ଚେରମୂଳି ଉପରେ ଭରଷା ନକରି ମେଡିକାଲ ସାଇନ୍ସ ଉପରେ ଭରଷା କରିବା ଉଚିତ ବୋଲି କହିଛନ୍ତି ଡାକ୍ତର। ଏଥିସହ ଜିଲ୍ଲାର ସମସ୍ତ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣରେ ସାପକାମୁଡା ଔଷଧ ଆଣ୍ଟିଭେନମ ଇଞ୍ଜେକ୍ସନ ରହିଥିବା କହିଛନ୍ତି ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ସଂଘମିତ୍ରା ପଣ୍ଡା ।
Published by:Soubhagya Mishra
First published: