News18 Odia Digital
ପୁରୀ: ଏକ ପ୍ଲାଷ୍ଟିକ ଡବା ଭିତରେ ପ୍ରାୟ ୩ ଫୁଟ ଲମ୍ବ ଏକ ନାଗ ସାପକୁ ବନ୍ଦ କରି କେହି ରାସ୍ତାରେ ଛାଡ଼ିଯାଇଥିଲେ । ଡବା ଭିତରେ ଶହ ଶହ ସଂଖ୍ୟାରେ ଥିବା ପିମ୍ପୁଡି଼ମାନେ ସାପଟିକୁ କାମୁଡୁଥିବାରୁ ସାପଟି ଖୁବ୍ କଷ୍ଟ ପାଉଥିଲା । ହେଲେ ଜଣେ ଆଇନଜୀବୀଙ୍କ ଦୟା ଯୋଗୁଁ ନାଗ ସାପଟିର ପ୍ରାଣ ରକ୍ଷା ହୋଇଥିଲା ।
ମାଳତୀ ପାଟପୁର କାଠ ପୋଲ ସାମନାରେ ଥିବା ଜାତୀୟ ରାଜପଥର ଡିଭାଇଡରରେ ଲାଗିଥିବା କନିଅର ଗଛ ମୂଳରେ ଏକ ପ୍ଲାଷ୍ଟିକ ଡବା ଭିତରେ ରଖା ଯାଇଥିଲା ନାଗ ସାପଟିକୁ । ସେହି ବାଟ ଦେଇ ଫେରୁଥିବା ପୁରୀ ବାସିନ୍ଦା ତଥା ଆଇନଜୀବୀ ୪୫ ବର୍ଷୀୟ ନିରଞ୍ଜନ ରାଉଳ ଡବା ଭିତରୁ ବାହାରୁଥିବା ସୁ ସୁ ଗର୍ଜନ ଶୁଣି ଅଟକିଥିଲେ ଓ ସାପଟିକୁ ରକ୍ଷା କରିଥିଲେ ।
ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ
‘‘ଡବା ବିତରୁ ସୁ ସୁ ଗର୍ଜନ ଶୁଭୁଥିଲା । ଦୈବାତ୍ ମୋ’ ନଜର ସେହି ଡବା ଉପରେ ପଡି଼ଥିଲା । ପାଖକୁ ଯାଇ ଦେଖିଲା ବେଳକୁ ଡବା ଭିତରେ ନାଗ ସାପଟିକୁ ଦେଖିଲି । ତାକୁ ପିମ୍ପୁଡି଼ମାନେ କାମୁଡୁଥିଲେ । ହଠାତ୍ କ’ଣ କରିବି ଜାଣି ନ ପାରି ମୋ’ ପାଖରେ ଥିବା ସ୍ନେକ୍ ହେଲ୍ପଲାଇନକୁ ଫୋନ୍ କରିଥିଲି,’’ କହିଛନ୍ତି ରାଉଳ ।
ଏହା ବି ପଢ଼ନ୍ତୁ | ସାବଧାନ! Corona ଭୂତାଣୁ ମୁଖ୍ୟତଃ ବାୟୁ ମାଧ୍ୟମରେ ହିଁ ବ୍ୟାପୁଛି ବୋଲି ଦୃଢ଼ ପ୍ରମାଣ ମିଳିଲା

ନାଗ ସାପଟି ୩ ଫୁଟ ଲମ୍ବା ଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କୁକୁର ଛୁଆମାନେ ମାଲିକାଣିଙ୍କ ସହ ମିଶି ଯୋଗ କଲେ; VIDEO ଭାଇରାଲ୍ ହେଉଛି; ଦେଖନ୍ତୁ
ସ୍ନେକ୍ ହେଲ୍ପଲାଇନ ସଦସ୍ୟ ନିହାର ରଞ୍ଜନ ପଣ୍ଡା ନାଗ ସାପଟିର ଯନ୍ତ୍ରଣା ବିଷୟରେ ଶୁଣି ନିଜ ଅସୁସ୍ଥତା ସତ୍ତ୍ୱେ ସେଠାରେ ପହଞ୍ଚିଥିଲେ । ‘‘ନାଗ ସାପଟିର ଏଭଳି ଅବସ୍ଥା ଦେଖି ଦୁଃଖ ଲାଗିଲା । ତୁରନ୍ତ ତାକୁ ଡବା ଭିତରୁ ବାହାର କରିଥିଲି । ତା’ ପରେ ସାପ ଉପରେ ଥଣ୍ଡା ପାଣି ଢାଳି ତା’ ଦେହକୁ ଘଷି ପିମ୍ପୁଡିଟ ସବୁକୁ ଛଡ଼େଇଥିଲି । ତା’ ପରେ ସେହି ସ୍ଥାନରେ ବିଲରେ ସାପଟିକୁ ଛାଡି଼ ଦେଇଥିଲି । ନିରଞ୍ଜନ ବାବୁଙ୍କୁ ଧନ୍ୟବାଦ । ତାଙ୍କ ନଜର ପଡ଼ି ନ ଥିଲେ ନାଗ ସାପଟିର ମୃତ୍ୟୁ ନିଶ୍ଚିତ ଥିଲା,’’ କହିଛନ୍ତି ପଣ୍ଡା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ଅଭିନେତ୍ରୀ ଅର୍ଶୀ ଖାନ୍ଙ୍କ ଇଚ୍ଛା ବିରୁଦ୍ଧରେ ଜଣେ ଫ୍ୟାନ୍ ତାଙ୍କୁ KISS କରିଦେଲା; ସେ ନର୍ଭସ୍ ହେଲେ!
ସାପ ଉଦ୍ଧାର ବେଳେ ସ୍ନେକ୍ ହେଲ୍ପଲାଇନର ସଦସ୍ୟମାନେ ପ୍ଲାଷ୍ଟିକ୍ ଡବା ବ୍ୟବହାର କରନ୍ତି ନାହିଁ । ସେମାନେ ସମସ୍ତେ କପଡ଼ା ବ୍ୟାଗ୍ ବ୍ୟବହାର କରିଥାନ୍ତି । ତେଣୁ ନାଗ ସାପଟିକୁ ସ୍ନେକ୍ ହେଲ୍ପଲାଇନ୍ ସହ ଜଡ଼ିତ କୌଣସି ଲୋକ ଏମିତି ଅବସ୍ଥାରେ ଛାଡ଼ି ନ ଥିବା ସେ କହିଛନ୍ତି । ଏହି କାମ କେହି ମନ୍ଦ ଉଦ୍ଦେଶ୍ୟ ରଖି କରିଥାଇପାରେ ବୋଲି କହିଛନ୍ତି ପଣ୍ଡା ।
‘‘ପୁରୀ ସହରରେ ଜନୈକ ବୃଦ୍ଧ ବ୍ୟକ୍ତି ଏକ ସାପ ଛାଡ଼ିବାର ଧମକ ଦେଇ ଜଣେ ନାବାଳିକାଙ୍କୁ ହଇରାଣ କରୁଥିବା ଖବର କିଛି ଦିନ ତଳେ ଗଣ ମାଧ୍ୟମରେ ଆସିଥିଲା । ଭୁବନେଶ୍ୱରରେ ଗତ ମାସରେ ସାପ ବିଷ କାରବାର ଚାଲିଥିବା ବେଳେ ଚଢ଼ାଉ କରି ଛଅ ଜଣ ଲୋକଙ୍କୁ ବନ ବିଭାଗ ଗିରଫ କରିଥିଲା । ତେଣୁ ଏହି ଘଟଣାରେ ମଧ୍ୟ ପୋଲିସ ତଦନ୍ତ କରିବା ଦରକାର,’’ କହିଛନ୍ତି ସ୍ନେକ ହେଲ୍ପଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।
Published by:Anand ST Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।