ଭୁବନେଶ୍ୱରରେ ଡାକ୍ତରଙ୍କ ଘରେ ସୋଫା ଭିତରେ ରହୁଥିଲା ସାପ! କ୍ଷତି କରିବା ଆଗରୁ ଧରା ପଡ଼ିଲା

Snake in Bhubaneswar doctor house | ମୂଷା ବୋଲି ଭାବି ଡାକ୍ତରଙ୍କର ଘରୋଇ ସହାୟକ ସୋଫା ଉପରେ ବାଡ଼ିରେ ୨-୩ ପାହାର କଷି ଦେଇଥିଲେ । ଭାବିଥିଲେ ତାହା ଏକ ମୂଷା ହୋଇଥିବ । ହେଲେ ଉପରୁ ହାତ ମାରିବା ପରେ କପଡ଼ା ତଳେ କ’ଣ ଗୋଟେ ସଲ ସଲ ହେଉଥିବା ଜାଣିଥିଲେ ।

ଭୁବନେଶ୍ୱରରେ ଡାକ୍ତରଙ୍କ ଘରେ ସୋଫା ଭିତରେ ରହୁଥିଲା ସାପ! କ୍ଷତି କରିବା ଆଗରୁ ଧରା ପଡ଼ିଲା
ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ସୋଫାରୁ ସାପକୁ ବାହାର କରୁଛନ୍ତି ।
  • News18 Odia
  • Last Updated: August 20, 2020, 10:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସାପ ଗାତ ଭିତରେ ରୁହେ କିମ୍ବା ଅଳିଆ ଆବର୍ଜନା ଥିବା ଜାଗାରେ ବାସ କରେ । କିଛି କିଛି ସାପ ପାଣିରେ ବି ରୁହନ୍ତି । କିନ୍ତୁ କେହି କେବେ ଶୁଣିଛନ୍ତି କି ସାପ ସୋଫା ଭିତରେ ରହିବା କଥା? ହଁ, ଏମିତି ଏକ ଘଟଣା ଘଟିଛି ଭୁବନେଶ୍ୱରରେ । ଏହି ଭୟାନକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ଭୁବନେଶ୍ୱର ୟୁନିଟ ୬ରେ ଡାକ୍ତରମାନଙ୍କ ରହିବା ପାଇଁ ଥିବା କ୍ବାର୍ଟର ନଂ C-4/1 ରେ ରହୁଥିବା ସର୍ଜରୀ ସ୍ପେସିଆଲିଷ୍ଟ ଡାକ୍ତର ଭଗବାନ ସାହୁଙ୍କ ଘରେ ଏକ ସୋଫାରେ ରହୁଥିଲା ଏକ ସାପ । ସୋଫାରେ ପଡ଼ିଥିବା ଗଦି ତଳେ କ’ଣ ଗୋଟେ ଚଳପ୍ରଚଳ କରୁଥିବା ଦେଖି ମୂଷା ବୋଲି ଭାବି ତାଙ୍କର ଘରୋଇ ସହାୟକ ବାଡ଼ିରେ ଦୁଇ-ତିନି ପାହାର କଷି ଦେଇଥିଲେ । ଭାବିଥିଲେ ଯେ ତଳ ପଟୁ କପଡ଼ାକୁ କାଟି ମୂଷାଟି ଉପର ପଟେ ଯାଇ ପହଞ୍ଚିଲାଣି ।

ହେଲେ ଉପରୁ ହାତ ମାରିବା ପରେ କପଡା ତଳେ କଣ ଗୋଟେ ସଲ ସଲ ହେବାରୁ ଡାକ୍ତର ସାହୁଙ୍କ ମନରେ ସନ୍ଦେହ ଆସିଥିଲା । ସେ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲିଙ୍କଙ୍କୁ ଫୋନ କରିଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନ ସଦସ୍ୟ ଅରୁଣ ବରାଳ ଘଟଣା ସ୍ଥଳରେ ପହଞ୍ଚି ସୋଫାଟିକୁ ଅଳ୍ପ ଟିକେ କାଟି ତା’ ଭିତରେ କଣ ଅଛି ଦେଖିବା ପାଇଁ ଅନୁମତି ମାଗିଥିଲେ ।

ସୋଫା ଭିତରେ ଏକ ପାଞ୍ଚ ଫୁଟ ଲମ୍ବାର ଢ଼ମଣା ସାପ ରହୁଥିଲା ।


ଛୁରୀରେ ଅଳ୍ପ କାଟି ଭିତରକୁ ଦେଖିଲା ପରେ ଅରୁଣ ଏକ ସାପର ଦେହକୁ ସ୍ପଷ୍ଟ ଦେଖି ପାରିଥିଲେ । ସୋଫାଟିକୁ ଆଉ ଟିକେ ଚିରି ସ୍ନେକ ହୁକ ସାହାଯ୍ୟରେ ସାପଟିକୁ ବାହାରକୁ ଧୀରେ ଧୀରେ ଭିଡ଼ି ଆଣିବା ପରେ ଏକ ପାଞ୍ଚ ଫୁଟ ଲମ୍ବାର ଢ଼ମଣା ସାପର ମୃତ ଦେହ ବାହାରିଥିଲା । ମୂଷା ଭାବିକି ଯେଉଁ ପାହାର ଆଗରୁ ବସିଥିଲା ସେଇ ପାହାର ଦ୍ୱାରା ହିଁ ସାପଟିର ମୃତ୍ୟୁ ହୋଇଯାଇଥିଲା ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ | US President Election: ଓବାମା ଭଲ କାମ କରି ନଥିଲେ; ସେଥି ପାଇଁ ମୁଁ ଜିତିଥିଲି, କହିଲେ ଟ୍ରମ୍ପ

ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟି ଥିଲା । କେମିତି ସେ ଜାଗାକୁ ସାପଟି ଗଲା ସେହି ପ୍ରଶ୍ନର ଉତ୍ତର ଦେଇ ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କୁହିଛନ୍ତି, ‘‘ଆଗରୁ ସେଇ ସୋଫାଟିକି ତଳ ପଟୁ ମୂଷା ନିଶ୍ଚୟ କାଟିଛି । ମୂଷା ଯେଉଁ ବାଟ ଟି ଫିଟେଇଥିଲା ସେଇ ବାଟେ ସାପଟି ପଶିଥିଲା ନିଶ୍ଚୟ । ତେବେ ମୂଷା ଖସି ପଳେଇବାକୁ ସକ୍ଷମ ହେଇଥିବା ବେଳେ ସାପଟି ଫସିଯାଇ ଦୁର୍ଭାଗ୍ୟବଶତଃ ମୃତ୍ୟୁ ବରଣ କରିଛି ।’’



ବର୍ଷା ଦିନ ଚାଲୁଥିବାରୁ ଅଧିକାଂଶ ସ୍ଥାନରେ ସାପ ଗାତରେ ପାଣି ପଶିଛି । ତେଣୁ ସାପଗୁଡ଼ିକ ନିରାପଦ ସ୍ଥାନ ଖୋଜିବୁଲୁଛନ୍ତି । ଏହି ସମୟରେ ଖାଦ୍ୟ ପାଇବା ପାଇଁ ମଧ୍ୟ ବିଭିନ୍ନ ସ୍ଥାନକୁ ଯାଇଥାନ୍ତି ସେମାନେ। ପ୍ରାୟତଃ ସାପମାନେ ବର୍ଷା ସମୟରେ ଘରେ ପ୍ରବେଶ କରନ୍ତି । ଖାଦ୍ୟ ଅନ୍ବେଷଣରେ ଯଦିଓ ଢମଣାଟି ସୋଫା ଭିତରେ ପସିଥିଲା ଶେଷରେ ତାର ମୃତ୍ୟୁ ହୋଇଛି ।
Published by: Anand Shankar Thankur Das
First published: August 20, 2020, 10:57 PM IST
corona virus btn
corona virus btn
Loading