କଟକ ବଡ଼ ମେଡିକାଲରେ ସାପ ଭୟ; ରୋଗୀ ଛାନିଆ
- News18 Odia
- Last Updated :
- Cuttack, India
News 18 Odia Digital
କଟକ; ଏସସିବି ମେଡିକାଲର ସର୍ଜରି ଡିପାର୍ଟମେଣ୍ଟରେ ସାପ ଆତଙ୍କ । ଗତକାଲି ମଧ୍ୟାହ୍ନ ସମୟରେ ଜଣେ ରୋଗୀ ସାପ ପରି କିଛି ଗୋଟେ ଦେଖିଥିବା କହିବା ପରେ ତାଙ୍କ ସମ୍ପର୍କୀୟ ଏ ବିଷୟରେ ହସ୍ପିଟାଲ କର୍ମଚାରୀଙ୍କୁ ଜଣାଇଥିଲେ । ଖବର ପାଇବା ପରେ ସ୍ନେକ୍ ହେଲ୍ପଲାଇନ ଟିମ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ସାପ ମିଳିନଥିଲା । ଏସି ଭିତରେ ସାପ ରହିଥିବା ଭାବି ପ୍ରଥମେ ବିଦ୍ୟୁତ କାଟ କରିବା ସହ ମେକାନିକଙ୍କୁ ମଧ୍ୟ ଡକାଗଲା । କିନ୍ତୁ ସାପ ମିଳିଲା ନାହିଁ । ଅନ୍ୟପଟେ ସାପ ବାହାରିବା ଖବର ପ୍ରଚାରିତ ହେବାପରେ ରୋଗୀମାନେ ଭୟ କରିଥିଲେ । ରୋଗୀଙ୍କୁ ଦେଖିବାକୁ ଆସିଥିବା ସମ୍ପର୍କୀୟଙ୍କ ମନରେ ମଧ୍ୟ ଛନକା ପସିଥିଲା । ତେବେ ସାପଟି କେଉଁଠି ଲୁଚିଯାଇଥିବା ରୋଗୀ ଅନୁମାନ କରୁଥିବାବେଳେ ଏସସିବି କର୍ତ୍ତୁପକ୍ଷ ଏହାକୁ ଖଣ୍ଡନ କରିଛନ୍ତି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।