କର୍ପୋରେସନ ବୈଠକରେ ସ୍ମାର୍ଟ୍ ସିଟି ଅଧିକାରୀଙ୍କୁ ଘେରିଲେ କର୍ପୋରେଟର

ବିଏମସି ଓ ବିଏସସିଏଲରେ ନାହି ସମନ୍ଵୟ। କେମିତି ହେବ ସ୍ମାର୍ଟ୍ ସିଟି କାମ। ହକି ବିଶ୍ଵକପ୍ ପୂର୍ବରୁ ସରିବ ତ ସିଟି ବ୍ୟୁଟିଫିକେସନ୍।

କର୍ପୋରେସନ ବୈଠକରେ ସ୍ମାର୍ଟ୍ ସିଟି ଅଧିକାରୀଙ୍କୁ ଘେରିଲେ କର୍ପୋରେଟର

କର୍ପୋରେସନ ବୈଠକରେ ସ୍ମାର୍ଟ୍ ସିଟି ଅଧିକାରୀଙ୍କୁ ଘେରିଲେ କର୍ପୋରେଟର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ବୁଧବାର କର୍ପୋରେସନ ବୈଠକରେ ସ୍ମାର୍ଟ୍ ସିଟି ଅଧିକାରୀଙ୍କୁ ଘେରିଲେ କର୍ପୋରେଟର। ପ୍ରଶ୍ନର ଉତ୍ତର ରଖି ପାରିଲେନି ଅଧିକାରୀ। ମେୟର ମାଗିଲେ ଜବାବ କୁଆଡ଼େ ଗଲା ସ୍ମାର୍ଟ୍ ସିଟି ମନି।

ଆଗକୁ ବିଶ୍ବକପ୍। ହକି ବିଶ୍ବକପ୍ ପାଇଁ ପ୍ରସ୍ତୁତି ଜୋରଦାର। ଏହା ପୂର୍ବରୁ ଆଜି ଶେଷ ହୋଇଛି ବିଏମସିର କର୍ପୋରେସନ ବୈଠକ। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ହୋଇଛି ବିସ୍ତୁତ ଆଲୋଚନା।

ତେବେ ସ୍ମାର୍ଟ୍ ସିଟି ପ୍ରକଳ୍ପକୁ ନେଇ ଆଲୋଚନା ବେଳେ ବୈଠକରେ ହୋଇଥିଲା ହଟ୍ଟୋଗଳ। ସ୍ମାର୍ଟ ସିଟିକୁ ନେଇ ଅନ୍ଧାରରେ ଥିବା କର୍ପୋରେଟରଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ସ୍ବାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ।

ସ୍ବାର୍ଟ ସିଟି ପ୍ରକଳ୍ପକୁ ନେଇ ଅନ୍ଧାରରେ ବିଏମସିର ଅଧିକାଂଶ କର୍ପୋରେଟର। ପ୍ରକଳ୍ପ କାର୍ଯ୍ୟ କୋଉଁଠି ଆଉ କଣ ହେଉଛି ତାକୁ ନେଇ କର୍ପୋରେସନ ବୈଠକରେ ହୋଇଥିଲା ପ୍ରବଳ ହଟ୍ଟଗୋଳ। ସ୍ମାର୍ଟ ସିଟି ପକ୍ଷରୁ ହାତକୁ ନିଆଯାଇଥିବା ଉନ୍ନୟନମୂଳକ କାର୍ଯ୍ୟ। ଶିଶୁ ଭବନ ଛକ ଠାରୁ ବାଣୀବିହାର ପର୍ଯ୍ୟନ୍ତ ସହୀଦ ନଗର, ସତ୍ୟ ନଗର, ଖାରବେଳ ନଗର, ଅଶୋକ ନଗର ଓ ବାପୁଜୀ ନଗର କେବଳ ୫ଟି ଅଞ୍ଚଳ ମଧ୍ୟରେ ସିମୀତ। ଏସମ୍ପର୍କରେ ଅବଗତ ହେବା ପରେ କର୍ପୋରେଟରଙ୍କ ହୋସ ଉଡ଼ିଯାଇଛି। ସ୍ମାର୍ଟସିଟି ଇଲାକାରେ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟ କାହିଁକି କରାଯିବ ବୋଲି ପାଲଟା ପ୍ରଶ୍ନ ଉଠିଛି। ଏନେଇ ପାଟିତୁଣ୍ଡ ହେବା ପରେ ଅଡୁଆରୋ ପଡ଼ିଯାଇଥିଲେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ। କର୍ପୋରେଟରଙ୍କ ଦ୍ବନ୍ଦ୍ବ ଦୂର କରିବାକୁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ହୋଇଥିବା ସୂଚନା ମିଳିଛି।

ସହରର ପରିମଳ ଓ ଟ୍ରାଫିକ ସମସ୍ୟା ସମେତ ଆଗାମୀ ବିଶ୍ବକପ୍ ପାଇଁ ପ୍ରସ୍ତୁତିର ବୈଠକରେ ହୋଇଥିଲା ସମୀକ୍ଷା। ସ୍ମାର୍ଟସିଟି ପ୍ରକଳ୍ପକୁ ନେଇ ଦଳମତ ନିର୍ବିଶେଷରେ ଆଲୋଚନାରେ ଭାଗ ନେଇଥିଲେ ସମସ୍ତ କର୍ପୋରେଟର।

ସେପଟେ ବିଏମସି ପକ୍ଷରୁ ପ୍ରସ୍ତାବିତ ପେଟ ଆଇନକୁ ମଧ୍ୟ ବୈଠକରେ ହୋଇଛି ସ୍ବତନ୍ତ୍ର ଆଲୋଚନା। ଗତକାଲି ଏନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ ସହ ପଶୁପ୍ରେମୀ ଓ ଗୃହପାଳିତ ପଶୁପକ୍ଷୀଙ୍କ ମାଲିକଙ୍କ ସମେତ ବିଭିନ୍ନ ବର୍ଗର ମତାମତ ଲୋଡ଼ାଯାଇଥିଲା। ବିଏମସିରେ ଲାଗୁ ହେବାକୁ ଥିବା ପେଟ ଆଇନ ସମ୍ପର୍କରେ ବିସ୍ତୃତ ଆଲୋଚନାରେ ଅନେକ ପ୍ରସ୍ତାବ ମଧ୍ୟ ଆସିଛି। ଯାହାକୁ ମେୟରଙ୍କ ସମେତ ସମସ୍ତେ ସ୍ବାଗତ ମଧ୍ୟ କରିଛନ୍ତି।

ପ୍ରକାଶ ଥାଉକି ୨୦୧୬ରୁ ଆରମ୍ଭ ହୋଇଥିବା ସ୍ମାର୍ଟ ସିଟି ପ୍ରକଳ୍ପ ଚଳିତ ଡିସେମ୍ବର ମାସରେ ଶେଷ ହେବାକୁ ଯାଉଥିବା ଜଣାପଡ଼ିଛି। ସେପଟେ ପେଟ ଆଇନର ଚିଠା ପ୍ରସ୍ତାବରେ ସଂଶୋଧନ ପାଇଁ ରହିଛି ୧୦ଦିନର ମହଲତ।
Published by:Lipina Das
First published: