ଛୋଟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଭଲ ଖବର: RBI ବଦଳାଇଲା ନିୟମ; ସୁବିଧାରେ ଋଣ ମିଳିବ

ପ୍ରାୟୋରିଟି ସେକ୍ଟର ଲେଣ୍ଡିଂ ଅଧୀନରେ ଷ୍ଟାର୍ଟଅପମାନଙ୍କ ପାଇଁ ଏବେ ୫୦ କୋଟି ଟଙ୍କାର ବ୍ୟାଙ୍କ ଲୋନ୍ ଉପଲବ୍ଧ ହେବ । କୃଷକମାନଙ୍କୁ ସୋଲାର୍ ପ୍ଲାଣ୍ଟ୍ (solar plants) ଓ କମ୍ପ୍ରେସ୍ଡ ବାୟୋ-ଗ୍ୟାସ୍ ପ୍ଲାଣ୍ଟ (compressed bio gas plants) ସ୍ଥାପନ କରିବା ପାଇଁ ବି ଋଣ ମିଳିବ ।

ଛୋଟ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଭଲ ଖବର: RBI ବଦଳାଇଲା ନିୟମ; ସୁବିଧାରେ ଋଣ ମିଳିବ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 4, 2020, 10:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ପ୍ରାଥମିକତା ସେକ୍ଟର ଋଣର (Priority Sector Lending) ପରିସରକୁ ବୃଦ୍ଧି କରି ଷ୍ଟାର୍ଟଅପମାନଙ୍କୁ ବି ଏଥିରେ ସାମିଲ୍‌ କରିଛି । ଏହି ନୂଆ ନିୟମ ଅଧୀନରେ ଷ୍ଟାର୍ଟଅପମାନେ ବି ଏବେ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକମାନଙ୍କୁ ସୋଲାର୍‌ ପ୍ଲାଣ୍ଟ୍‌ (solar plants) ଓ କମ୍ପ୍ରେସ୍ଡ ବାୟୋ-ଗ୍ୟାସ୍ ପ୍ଲାଣ୍ଟ (compressed bio gas plants) ସ୍ଥାପନ କରିବା ପାଇଁ ବି ଋଣ ମିଳିବ ।

RBI ଶୁକ୍ରବାର ଦିନ କହିଛି ଯେ ପ୍ରାଥମିକତା ସେକ୍ଟର ଋଣ (PSL) ପାଇଁ ଥିବା ଗାଇଡଲାଇନର ବ୍ୟାପକ ସମୀକ୍ଷା କରିବା ପରେ ଦେଶରେ ନୂଆ କରି ସାମନାକୁ ଆସୁଥିବା ପ୍ରାଥମିକତା ପାଇଁ ଏହି ଗାଇଡଲାଇନଗୁଡ଼ିକୁ ସଂଶୋଧିତ କରାଯାଇଛି । ସମସ୍ତ ହିତାଧିକାରୀଙ୍କ ସହ ଗଭୀର ବିଚାର ବିମର୍ଷ ପରେ ସମାବେଶୀ ବିକାଶ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି RBI କହିଛି ।

‘‘ଏହି ସଂଶୋଧିତ PSL ଗାଇଡଲାଇନ ଅନୁସାରେ ସେହି ସବୁ ସ୍ଥାନଗୁଡ଼ିକରେ ଏବେ ଋଣ ପହଞ୍ଚାଇବା ସମ୍ଭବ ହେବ ଯେଉଁଠି ଋଣ ସହଜରେ ମିଳୁ ନ ଥିଲା । ଏବେ କ୍ଷୁଦ୍ର ଓ ନାମମାତ୍ର କୃଷକ ଓ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କୁ ସହଜରେ ଋଣ ମିଳିପାରିବ । ଏହା ସହ ଅକ୍ଷୟ ଶକ୍ତି (renewable energy) ଓ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ପାଇଁ ବି ଋଣ ବୃଦ୍ଧି ପାଇବ,’’ RBI ଏକ ବିବୃତିରେ କହିଛି ।

ପ୍ରାୟୋରିଟି ସେକ୍ଟର ଲେଣ୍ଡିଂ ଅଧୀନରେ ଷ୍ଟାର୍ଟଅପମାନଙ୍କ ପାଇଁ ଏବେ ୫୦ କୋଟି ଟଙ୍କାପ ବ୍ୟାଙ୍କ ଲୋନ୍‌ ଉପଲବ୍ଧ ହେବ । RBI ଅନୁଯାୟୀ ସୌର ବିଦ୍ୟୁତ୍ ଉତ୍ପାଦନ ପାଇଁ କୃଷକମାନଙ୍କୁ ଋଣ ଦିଆଯିବ । ସୋଲାର୍‌ ପାୱାର୍‌ ପ୍ଲାଣ୍ଟ୍ସ ଦ୍ୱାରା ଗ୍ରୀଡ୍ ସହ ସଂଯୁକ୍ତ ପମ୍ପ ଓ ବାୟୋଗ୍ୟାସ୍ ସେଟଅପ୍ ସୃଷ୍ଟି ପାଇଁ କୃଷକମାନଙ୍କୁ ଋଣ ମିଳିବ ।

ଆରବିଆଇ ଏହା ବି କହିଛି ଯେ ଏହି ସଂଶୋଧିତ ନିର୍ଦ୍ଦେଶାବଳୀ ପରେ ପ୍ରାୟୋରିଟି ସେକ୍ଟର୍‌ ଲେଣ୍ଡିଂରେ ଥିବା ଆଞ୍ଚଳିକ ସ୍ତରରେ ବୈଷମ୍ୟକୁ ଦୂର କରାଯାଇପାରିବ।

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଏହା ବି ପଢ଼ନ୍ତୁ | ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

କେନ୍ଦ୍ରୀୟ ବ୍ୟାଙ୍କ ଏହା ବି କହିଛି ଯେ କେତେକ ଚିହ୍ନିତ ଜିଲ୍ଲା ପାଇଁ ପ୍ରାଥମିକ କ୍ଷେତ୍ରର ଋଣ ବୃଦ୍ଧି କରାଯାଇଛି । ଏହି ଜିଲ୍ଲାଗୁଡିକରେ ପୂର୍ବରୁ ପ୍ରାଥମିକ କ୍ଷେତ୍ର ଋଣର ଅଭାବ ପୂର୍ବରୁ ଦେଖାଯାଇଥିଲା । କ୍ଷୁଦ୍ର ଓ ନାମମାତ୍ର କୃଷକ ଓ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ପର୍ଯ୍ୟାୟକ୍ରମେ କ୍ରେଡିଟ୍ ଟାର୍ଗେଟ୍ ବୃଦ୍ଧି କରାଯିବ । ଫାର୍ମାର୍ସ ପ୍ରଡ୍ୟୁସର୍ସ ଅର୍ଗାନାଇଜେସନ୍‌ (FPO) ଓ ଫାର୍ମାର୍ସ ପ୍ରଡ୍ୟୁସର୍ସ କମ୍ପାନୀଗୁଡ଼ିକ (FPC) ପାଇଁ ଉଚ୍ଚ ଋଣ ସୀମା ସ୍ଥିର କରାଯାଇଛି ବୋଲି RBI ଜଣେଇଛି ।



ନୂଆ ନିୟମ ଅନୁଯାୟୀ ରିନ୍ୟୁଏବ୍ଲ ଏନର୍ଜି ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଋଣ ସୀମାକୁ ପୂର୍ବ ତୁଳନାରେ ଦ୍ୱିଗୁଣିତ କରାଯାଇଛି ।
Published by: Anand Shankar Thankur Das
First published: September 4, 2020, 10:17 PM IST
corona virus btn
corona virus btn
Loading