News 18 Odia Digital
ଭୁବନେଶ୍ୱର; ରାଜ୍ୟରେ ମୌସୁମୀ ପ୍ରବେଶ କରିସାରିଛି । ନିଜର ପସନ୍ଦର ଚା' ଏବଂ ସ୍ଵାଦିଷ୍ଟ ପକୋଡ଼ି ସହିତ ବର୍ଷାର ମଜା ନେବାକୁ ଭାରି ଭଲ ଲାଗେ । କିନ୍ତୁ ଏହି ଋତୁ ତୁଚା ପାଇଁ ଅନୁକୂଳ ନୁହେଁ । ବର୍ଷା ଦିନେ ବାୟୁରେ ଆର୍ଦ୍ରତା ରହିଥିବାରୁ ମୁହଁରେ ତେଲିଆ ଅଂଶର ପରିମାଣ ବୃଦ୍ଧି ପାଇଥାଏ । ଯାହା ବ୍ରଣ ଦ୍ଵାରା ଏବଂ ବ୍ଲାକ୍ ହେଡ୍ସ ବାହାରେ ।
ଋତୁ ପରିବର୍ତ୍ତନ ଅନୁଯାୟୀ ଆପଣଙ୍କର ଚର୍ମର ଯତ୍ନ ନେବା ବେଳେ କିଛିଟା ପରିବର୍ତ୍ତନ କରିବା ଜରୁରୀ ଅଟେ । ମୌଳିକ ନିୟମ ହେଉଛି ' କ୍ଲିଞ୍ଜିଂ ଟୋନ ଏବଂ ମଶ୍ଚରାଇଜ୍ କରିବା' ଉଚିତ , ଆମେ ଆପଣଙ୍କୁ ଏହି ଅତ୍ୟାବଶ୍ୟକ ରୁଟିନ ବିଷୟରେ ଆଜି ଜଣାଇବୁ । ଏମିତି କିଛି ଘରୋଇ ଉପଚାର ଆମେ ଆପଣଙ୍କୁ ଜଣାଇବୁ ଯାହାକୁ ଆପଣ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ କରିବା ସମୟରେ ଲଗାଇ ପାରିବେ ।
ମୌସୁମୀରେ ତ୍ୱଚାର ଯତ୍ନବର୍ଷା କିମ୍ବା ମେଘୁଆ ଦିନ ବୋଲି ଆପଣ ଏକଥା ଭାବନ୍ତୁ ନାହିଁ ଯେ ଆପଣଙ୍କ ଚର୍ମ ସୂର୍ଯ୍ୟଙ୍କ କ୍ଷତିକାରକ ଅତି ବାଇଗଣୀ ରଶ୍ମିରୁ ସୁରକ୍ଷିତ ଅଟେ । କୌଣସି ଚର୍ମ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଏକ ଭଲ ସନସ୍କ୍ରିନ ବ୍ୟବହାର କରନ୍ତୁ ।
ଦିନକୁ ଅତି କମରେ ଦୁଇରୁ ତିନି ଥର ମୁହଁ ଧୁଅନ୍ତୁ । ଯାହାଦ୍ଵାରା ଆପଣଙ୍କ ତ୍ୱଚାରୁ ତେଲିଆପଣ ଦୂର ହେବା ସହ ସଫା ରହିବ ଏବଂ କୌଣସି ସଂକ୍ରମଣ ହେବ ନାହିଁ । ତ୍ୱଚାରେ ବ୍ରଣ ଏବଂ ବ୍ଲାକ ହେଡ୍ସ ନହେବା ପାଇଁ ପ୍ରଚୁର ପାଣି ପିଅନ୍ତୁ ।
ଆପଣଙ୍କ ତ୍ୱଚା ପାଇଁ ଅଧିକ ପ୍ରାକୃତିକ ଉପାଦାନ ବ୍ୟବହାର କରନ୍ତୁ । ଅଧିକ କେମିକାଲ ଯୁକ୍ତ ଚର୍ମ ଦ୍ରବ୍ୟ ବ୍ୟବହାର କରନ୍ତୁ ନାହିଁ । ଏହା ଆପଣଙ୍କ ତ୍ୱଚାକୁ କ୍ଷତି ପହଞ୍ଚାଇପାରେ ।

ବେଶି ମେକଅପ୍ ନ କରିବାକୁ ଚେଷ୍ଟା କରନ୍ତୁ କାରଣ ଏହା ଆପଣଙ୍କ ତ୍ଵଚାରେ ଥିବା ଛିଦ୍ରକୁ ବନ୍ଦ କରିପାରେ । ଶୋଇବାକୁ ଯିବା ପୂର୍ବରୁ ତ୍ଵଚାକୁ ଭଲ ଭାବରେ ସଫା କରନ୍ତୁ ।
ମୌସୁମୀରେ ଛଣା ଜିନିଷ ଖାଇବାକୁ ବେଶୀ ଇଚ୍ଛା ହୁଏ, କିନ୍ତୁ ଏଥିରୁ ଆପଣଙ୍କୁ ଦୂରେଇ ରହିବାକୁ ପଡ଼ିବ । କାରଣ ଏହିସବୁ ତୈଳଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ବ୍ରେକ-ଆଉଟ୍ ଓ ବ୍ରଣ ହୋଇପାରେ ।
ତ୍ୱଚାକୁ ସୁନ୍ଦର ରଖିବା ପାଇଁ ଓଟମିଲ୍ ଓ ଟମାଟୋର ପ୍ୟାକ ତିଆରି କରି ସେଥିରେ ପେପର ମିଣ୍ଟ ରସକୁ ମିଶାଇଦିଅନ୍ତୁ । ଏହାକୁ ମୁଁହରେ ଲଗାଇବା ଦ୍ଵାରା ମୁଖଜନିତ ସମସ୍ୟାରୁ ଉପଶମ ମିଳିଥାଏ ।
ମୁଲତାନି ମାଟି, ଚନ୍ଦନ ପାଉଡର ଓ ବେସନକୁ ମିଶ୍ରଣ କରି ଏହାର ପ୍ୟାକକୁ ଲଗାନ୍ତୁ । ଶୁଖିଲା ପରେ ଏହାକୁ ଧୋଇଦିଅନ୍ତୁ ।ଏହା ତ୍ୱଚା ପାଇଁ ବହୁତ ଉପକାରୀ ।

ମହୁ ସହିତ ଗୋଲାପ ଜଳ ଓ କମଳା ରସକୁ ମିଶେଇ ଲଗାନ୍ତୁ ଓ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ଏହାକୁ ସପ୍ତାହରେ ୨ଥର ଲଗାନ୍ତୁ । ବର୍ଷା ଋତୁରେ ଆପଣଙ୍କ ତ୍ୱଚା ମୁଲାୟମ ରହିବ।
ଯଦି ଆପଣଙ୍କ ତ୍ୱଚା ତେଲିଆ ଅଟେ ତାହା ହେଲେ ଆପଣ ସପ୍ତାହରେ ୨ଥର ନିଶ୍ଚିନ୍ତ ସ୍କ୍ରବିଙ୍ଗ କରନ୍ତୁ । ଏହାଦ୍ବାରା ତେଲିଆପଣ ଦୂର ହେବା ସହ ବ୍ରଣ ହେବ ନାହିଁ ।
ମୁହଁ ସଫା କରିବା ପାଇଁ ଆପଣ ଘରୋଇ ଉପାୟରେ ବେସନ, ଦହି ଏବଂ କଞ୍ଚା କ୍ଷୀରର ପେଷ୍ଟ୍ ପ୍ରସ୍ତୁତ କରି ଲଗାଇ ପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।