କଳିଙ୍ଗ ଷ୍ଟାଡିୟମରେ ସ୍କିଲ ଓଡ଼ିଶା କନକ୍ଲେଭ: ଆରମ୍ଭ ହେଲା 'ନୂଆ ଓଡ଼ିଶା ଯୋଜନା'

୧ ଲକ୍ଷ ଯୁବକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଓଡ଼ିଶା ସ୍କିଲ କନକ୍ଲେଭ ଉଦଘାଟନ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଳିଙ୍ଗ ଷ୍ଟାଡିୟମରେ ସ୍କିଲ ଓଡ଼ିଶା କନକ୍ଲେଭ: ଆରମ୍ଭ ହେଲା 'ନୂଆ ଓଡ଼ିଶା ଯୋଜନା'

କଳିଙ୍ଗ ଷ୍ଟାଡିୟମରେ ସ୍କିଲ ଓଡ଼ିଶା କନକ୍ଲେଭ: ଆରମ୍ଭ ହେଲା 'ନୂଆ ଓଡ଼ିଶା ଯୋଜନା'

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ (Artificial Intelligence) ଉପରେ ରାଜ୍ୟ ସରକାରଙ୍କ ଗୁରୁତ୍ବ । ସେହିକ୍ରମରେ ଆରମ୍ଭ ହୋଇଛି ନୂଆ ଓଡ଼ିଶା ନାମକ ଯୋଜନା । ସେଥିପାଇଁ ୧୦୦ କୋଟିର ପାଣ୍ଠି ଏବଂ ୧ ଲକ୍ଷ ଯୁବକଙ୍କୁ ଦିଆଯିବ ପ୍ରଶିକ୍ଷଣ । ଓଡ଼ିଶା ସ୍କିଲ କନକ୍ଲେଭ ଉଦଘାଟନ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen patnaik)। ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ଦକ୍ଷ ହେବ ଓଡ଼ିଶା । ଡ୍ରୋନ ଟେକ୍ନୋଲୋଜି, (drone technology) ଅନଲାଇନ ଲର୍ଣ୍ଣିଙ୍ଗ କ୍ଷେତ୍ରରେ ଅଧିକ ଦକ୍ଷ କରିବାକୁ ବିଭିନ୍ନି କମ୍ପାନି ଓ ସଙ୍ଗଠନଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛି ଦକ୍ଷତା ବିକାଶ ବିଭାଗ।

ଯୁଗ ବଦଳିବା ସହ କ୍ଷୀପ୍ର ବେଗରେ ଚାଲିଛି ବୈଷୟିକ ଜ୍ଞାନକୌଶଳର ଯାତ୍ରା । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ,କ୍ଲାଉଡ କମ୍ପ୍ୟୁଟିଂ ସମେତ ଆହୁରି କେତେ କଣ। ସମୟ ସହ ତାଳ ଦେବା, ସମୟର ଆହ୍ବାନ। ତେଣୁ ଆକ୍ସନ ପ୍ଲାନ କରିଛନ୍ତି ରାଜ୍ୟ ସରକାର (state govt)। କଳିଙ୍ଗ ଷ୍ଟାଡିୟମରେ ସ୍କିଲ ଓଡ଼ିଶା କନକ୍ଲେଭ (skill odisha conclave)ର ଶୁଭାରମ୍ଭ କରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ଉପରେ ଗୁରୁତ୍ବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଥିପାଇଁ ଆରମ୍ଭ ହେଲା ‘ନୂଆ ଓଡ଼ିଶା’ (nua odisha) ନାମକ ଯୋଜନା। ସେଥିପାଇଁ ୧୦୦ କୋଟିର ପାଣ୍ଠି ବ୍ୟବସ୍ଥା ହୋଇଛି । ଯୋଜନାରେ ଆର୍ଟିଫିସିଆଲ୍‌ ଇଣ୍ଟିଲେଜେନ୍‌ସ ଉପରେ ଦିଆଯିବ ପ୍ରଶିକ୍ଷଣ । ୧ ଲକ୍ଷ ଯୁବକଙ୍କୁ ଏହା ଉପରେ ଦିଆଯିବ ପ୍ରଶିକ୍ଷଣ । ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ସହ ଡାଟା ସାଇନ୍‌ସ, କ୍ଲାଉଡ୍ କମ୍ପ୍ୟୁଟିଂ, ଭର୍ଚୁଆଲ ରିଅଲିଟି, ଥ୍ରୀଡି ପ୍ରିଣ୍ଟିଂ ଉପରେ ପ୍ରଶିକ୍ଷଣ ଦିଆଯିବ। ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ହେଉଛି କୁତ୍ରିମ ପ୍ରଣାଳୀରେ ବିକଶିତ ବୌଦ୍ଧିକ କ୍ଷମତା । ଅର୍ଥାତ ମଣିଷ ଭଳି ମେସିନ୍‌ ଭାବିବାର ବୌଦ୍ଧିକ କ୍ଷମତା ରଖିପାରିବ । ବିଶ୍ବରେ AIକୁ ଗୁରୁତ୍ବ ଦିଆଯାଉଥିବା ବେଳେ ରାଜ୍ୟ ସରକାର ଆଗକୁ ବଢି ଆରମ୍ଭ କରିଛନ୍ତି ନୂଆ ଯୋଜନା ।

ସ୍କିଲ ଓଡ଼ିଶା କନକ୍ଲେଭ-୨୦୨୩ରେ ଯୋଗ ଦେଇଛନ୍ତି ଦେଶ ବିଦେଶର ପ୍ରତିଷ୍ଠିତ ନିବେଶକ । ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଶିକ୍ଷାର୍ଥୀ ବି ଭାଗ ନେଇଛନ୍ତି । ବିଶ୍ଵ ସ୍ତରରେ ଚମକିବ ବ୍ରାଣ୍ଡ୍ ସ୍କିଲ୍ଡ ଇନ୍ ଓଡ଼ିଶା। ନୂତନ ଟେକ୍ନୋଲୋଜି (new technology) କ୍ଷେତ୍ରରେ ଅଧିକ ଦକ୍ଷ ହେବ ଓଡ଼ିଶା । ରାଜ୍ୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବ ବିଦେଶୀ ଏକ୍ସପର୍ଟ । ସ୍କିଲଡ଼ ଇନ୍ ଓଡ଼ିଶା ବ୍ରାଣ୍ଡକୁ ଅଧିକ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ରାଜ୍ୟର ଯୁବକମାନଙ୍କୁ କେବଳ ଦେଶ ଭିତରେ ନୁହେଁ ବିଦେଶରେ ମଧ୍ୟ ନିଯୁକ୍ତି ପାଇଁ ଏହି କନକ୍ଳେଭ ଆୟୋଜନ କରିଛନ୍ତି ଓଡ଼ିଶା ସରକାର । ଡ୍ରୋନ ଟେକ୍ନୋଲୋଜି, ଅନଲାଇନ ଲର୍ଣ୍ଣିଙ୍ଗ, ଏସଏସଜି ମହିଳା ସଶକ୍ତିକରଣ କ୍ଷେତ୍ରରେ ଅଧିକ ଦକ୍ଷ କରିବାକୁ ବିଭିନ୍ନି କମ୍ପାନୀ ଓ ସଙ୍ଗଠନଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିଛି ଦକ୍ଷତା ବିକାଶ ବିଭାଗ।

ଏହି ଖବର ପଢ଼ନ୍ତୁ -  ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଦୀଘାରେ ତିଆରି ହେଉଛି ନୂଆ ଜଗନ୍ନାଥ ମନ୍ଦିର
Published by:Soubhagya Mishra
First published: